ଇ ବଛର୍ ନାଇଁହୁଏ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା !

କରୋନା ଡର ଦେଖିକରି ଇ ବଛର୍ ଧନୁଯାତ୍ରା ହେବାର ଉପରେ ଦେଖାଦେଇଛେ ସମସ୍ୟା

0

ବିଶ୍ୱର ସବୁନୁ ବଡ ଖୁଲା ମଂଚନେ ହେଉଥିବାର ନାଟକ ବରଗଡ଼ର ଧନୁଯାତ୍ରା । ୧୧ ଦିନ୍ ତକ୍ ।ହଉଥିବାର ଇ ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଇ ୧୧ ଦିନ୍ ତକ୍ ମଥୁରା ନଗରୀ ବନୁଥିବାର ବରଗଡ଼ର ରଜା ହେଇଥିସନ୍ ମହାରାଜା କଂସ । କୃଷ୍ଣକଁର ଜନ୍ମନୁ ନେଇକରି ସବୁ ଲିଲାଖେଲା ଆରୁ କଂସ ବଧ ତକ୍ ଚାଲସି ଯାତ୍ରା । ଯେନଠାନେ ଠୋଊ୍ ହେସନ୍ ଲାଖ୍ ଲାଖ୍ ଲୋକ୍ । ରାଜ୍ୟ ଆରୁ ରାଜ୍ୟ ବାହାରୁ କଲାକାର ଆସିକରି ପୁହୁଞିଥିସନ୍ ଆର ଜମସି ଧନୁଯାତ୍ରା । ହେଲେ ଇ ବଛର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ହେବାର ନେଇକରି ସମସ୍ୟା ଦେଖାଦେଇଛେ । ଗୁଟେ ହିସାବେ ଇ ବଛର ଧନୁଯାତ୍ରା ନାଇଁ ହୁଏ ବଲି ଯାହା ଜନାପଡୁଛେ ।

କରୋନା ଡର ଲାଗି ରହିଥିବାର ବେଲକେ କୋଭିଡ୍ ଗାଇଡଲାଇନ୍ ହିସାବେ ଧନୁଯାତ୍ରା ଆୟୋଜନ୍ ଆଶ୍ ଆଶ୍‌ନେ ରହିଯାଇଛେ । କଳାକାର, ଆୟୋଜକ ଆର ଜିଲ୍ଲା ପ୍ରଶାସନ୍ ସମସ୍ତେ ଧନୁଯାତ୍ରା ଆୟୋଜନ ନାଇଁ କରାଯିବାର ନିଷ୍ପତ୍ତି ନେଇସାରିଥିଲେ ଭିଲ୍ ଘୁଷନା ନିହେ କରନ୍ । ତିଥି ହିସାବେ ଦେଖଲେ ଇହାଦେନୁ ଧନୁଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହେଇଯିବାର କଥା । ତିଥି ହିସାବେ ଆଏବାର ଜାନୁଆରୀ ୧୮ ତାରିଖନୁ ୨୮ ତାରିଖ ତକ୍ ଧନୁଯାତ୍ରା ହେବାର କଥା । ଆରୁ ଇତାର ଲାଗେ ମାସେ ଆଘୋନୁ ଶୁଭ୍‌ଖୁମା ଥାପନା କରାଯିବାର କଥା, ଯେନଟାକି କରୋନା ଲାଗି ନାଇଁ ହେଇପାରି ।

ବରଗଡନେ କରୋନା ଡର କମ୍ ଥିଲେ ଭିଲ୍ ବାହାରୁ ଆସୁଥିବାର ଦର୍ଶକକଁର ସୁରକ୍ଷା ଲାଗି ଡର ରହିଛେ । କାଣା ହେଲା ଯେ କି ବରଗଡ଼ ଧନୁଯାତ୍ରା ହେଲେ ଖାଲି ବରଗଡ଼ ଆଶର ପାଶର ନୁହେଁ ରାଏଜ ବାହାରୁ ଭିଲ୍ ଲୋକ୍ ଠୋଲ୍ ହେଇଥିସନ୍ । କଳାକାର ମାନେ ଆସିଥିସନ୍ ଦେଶର ଭିନ୍ ଭିନ୍ ଜାଗାନୁ । କରୋନା କାଲନେ ଇ ସବୁ କଥା ସମ୍ଭବ୍ ନାଇଁ ଥିବାର ବେଲକେ ଇ ବଛର ଧନୁଯାତ୍ରା ନାଇଁ ହେବାର ନେଇକିନା ଜନାପଡୁଛେ । ଇହାଦେ ତକ୍ ନାଁ କେନସି ପ୍ରସ୍ତୁତି ଆରମ୍ଭ ହେଇଛେ ନାହିଁ ଧନୁଯାତ୍ରାକେ ନେଇକରି କେନସି ବୈଠକ କରାଯାଇଛେ । କରୋନାର ଦୁଇ ନମ୍ବର ଲହର ଚାଲବାର ଡର୍ ରହିଥିବାରନୁ କେହି ଭିଲ୍ ଧନୁଯାତ୍ରା ଆୟୋଜନ୍ ଲାଗି ସାହାସ୍ ଜୁଟେଇ ନାଇଁ ପାରବାର ।

Leave A Reply

Your email address will not be published.