ଫିରୁଛେ ଜାଡ୍‌

ଆଏବାର ୩ ଦିନ୍ ଭିତରେ ୪ ଡିଗ୍ରୀ ପାରା କମବା ରାଜ୍ୟନେ

0

ଫେର୍ ଫିରୁଛେ ଜାଡ୍ । ଆଏବାର ୩ ଦିନ ଭିତରେ ୪ ଡିଗ୍ରୀ ପାରା କମବାର ସମ୍ଭାବନା ରହିଛେ । ହେଲେ ଲଗାତାର ପାରା କମବାର କେନସି ସମ୍ଭାବନା ନାଇଁନ । ପାରା କମବାର ୨ ଦିନ୍ ଉତାରୁ ଫେର୍ ପାରା ବଢବା ଆରୁ ଜାଡ୍ କମବାର ନେଇକରି ଆଂଚଳିକ ପାଏନପାଗ ବିଭାଗ ଆଡୁ ସୂଚନା ଦିଆଯାଇଛେ । ରାଜ୍ୟର କିଛି ଜାଗାନେ ପାଗ୍ ମେଘୁଆ ରହେବା ଆରୁ କୁହୁଡିଆ ପାଗ୍ କରବା । ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର, ଆର ସୁନ୍ଦରଗଡ଼ ଜିଲ୍ଲା ମାନକେ ଟିକେ ଟିକେ କୁହୁଡି ରହେବା । ସେନ୍ତା ଆଏବାର ୩୦ନୁ ୧ ତାରିଖ ତକ୍ କୁହୁଡି ଅଏତକା ରହେବାର ସମ୍ଭାବନା ରହିଛେ । ଆଏବାର ୨ ଦିନ୍ ଭିତରେ ତାପମାତ୍ରାନେ ବିଶେଷ କିଛି ପରିବର୍ତ୍ତନ୍ ନାଇଁ ଦେଖାହୁଏ । ଦୁଇ ଦିନ୍ ଉତାରୁ ଉତ୍ତର-ପଶ୍ଚିମ ଓଡ଼ିଶାନେ ପାରା ଫେର ତଲକେ ଯିବା ଆରୁ ଜାଡ୍ ବଢବା । ଗଲା କିଛି ଦିନ୍ ହେଲା ରାଜ୍ୟନେ ଥଣ୍ଡା ବିଶେଷ ଅନୁଭୂତ୍ ନାଇଁ ହେଉଥିବାର ବେଲକେ କିଛି କିଛି ଜାଗାନେ କୁହୁଡିଆ ପାଗ୍ ରହିଥିଲା ।

Leave A Reply

Your email address will not be published.