ମହାନଦୀନେ ବିଦେଶୀ କୁନୁଆଁ

ସୋନପୁର ମହାନଦୀନେ ଫେର ଦିଶଲେ ବିଦେଶୀ ପକ୍ଷୀ

0

ସୋନପୁରକେ ବିଦେଶୀ ପକ୍ଷୀକଁର ଆଗମାନ୍ । ଫି ବରଷ୍ ଶୀତ୍ ଦିନ୍ ଆଏବାର ସାଙ୍ଗେ ବିଦେଶୀ ପକ୍ଷୀ କୁନୁଆଁ ସାଜିଥିସନ୍ ଇଠାନେ । ମହାନଦୀ ପାଏନ୍‌ଥି ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ପକ୍ଷୀକଁର ଗହଲ ଚହଲ ଦେଖବାକେ ମିଲିଛେ । ୟୁରୋପ୍ ମହାଦେଶ ଆଡୁ ଶହ ଶହ ପକ୍ଷୀ ଯେନ୍ତା ରୁଡି ସଲ୍‌ଡକ୍‌, ରୋଜି ଷ୍ଟଲିଂ, ଭର୍ଡିଟର ଫ୍ଲାଏକେଚର, ରେଡ୍ କ୍ରେଷ୍ଟ୍‌ଟ୍ ପୋଚାର୍ଡ, ଲିଟିଲ୍ ଗ୍ରେବ, ବ୍ଲାକ ବେଲିଡ୍ ଟେର୍ଣ୍ଣ, ପେଲିକାନ ଲେଖେଁ ପକ୍ଷୀକଁର ଭିଡ୍ ଜମିଛେ । ଆରୁ ଇ ସବୁ ପକ୍ଷୀକୁଁ ଦେଖବାର ଲାଗି ଲୁକେ ଭିଲ୍ ଆସୁଛନ୍ । ଗଲା କିଛି ବରଷ୍ ହେଲା ମହାନଦୀ ପାଏନ୍ ଦୂଷିତ୍ କରାଯିବାର ସାଙ୍ଗେ ମାଛ୍ ମାରବାର ଲାଗି ବ୍ଲାଷ୍ଟିଂ କରାଯାଉଥିଲା । ଏନ୍ତା କି ଦିନ୍ ଦାହାଡେ ପକ୍ଷୀକଁର ଶିକାର କରାଯାଉଥିବାର ଲେଖେଁ ଘଟନା ଭିଲ୍ ଦେଖବାକେ ମିଲୁଥିଲା । ଯେନଥିର ଲାଗି ଇଠାନକେ ବିଦେଶୀ ପକ୍ଷୀ ଆଏବାର ବନ୍ଦ୍ କରିଦେଇଥିଲେ । ଇହାଦେ ପାଏନ୍ ସଫା ରହେବାର ସାଙ୍ଗେ ପକ୍ଷୀ ଶିକାର ଉପରେ ରୋକ୍ ଲାଗିଛେ । ଯାର ବାଦ୍ ଇ ବରଷ୍ ଫେର୍ ବିଦେଶୀ ପକ୍ଷୀକୁଁ ଦେଖବାକେ ମିଲିଛେ । ପକ୍ଷୀକଁର ଅଣ୍ଡା ଦେବାର ସମିଆଁ ଭିଲ୍ ହେଇଥିବାରନୁ ଇ ସବୁ ଜାଗା ମାନକେ ଇହାଦେ ସାଧାରଣ ଲୋକକୁଁ ନାଇଁ ଛଡାଯିବାର ଲାଗି ପକ୍ଷୀବିତ୍ ମାନେ କହିଛନ୍ ।

Leave A Reply

Your email address will not be published.