‘ଧନୁଯାତ୍ରା ହେଉ’

ଡିଜିଟାଲ୍‌ ମାଧ୍ୟମନେ କରବାର୍‌କେ ଅନୁରୋଧ

0

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ ଧନୁଯାତରା । ବରଗଡ ଜିଲ୍ଲାପାଲକଁର୍‌ ଅଧ୍ୟକ୍ଷତାନେ ହେଇଥିବାର୍‌ ବୈଠକନେ ଇ ନିଷ୍ପତ୍ତି ହେଇଯାଇଛେ । କରୋନା ମହାମାରୀକେ ନଜରଥି ରଖି ଏନ୍ତା ନିଷ୍ପତ୍ତି ନିଆଯାଇଛେ । ବରଗଡ ଜିଲ୍ଲାପାଲକଁର୍‌ କହେବାର୍‌ ଅନସାରେ ଯେହେତୁ ଯାତରାନେ ବହୁତ୍‌ ଲୁକକଁର୍‌ ଭିଡ ଜମସି । ଯାତରାକେ ଲାଖ୍‌ ଲାଖ୍‌ ଲୋକ୍‌ ସବୁଆଡୁ ଆଏସନ୍‌ ।

 

ତ ଏନ୍ତାଥି ଲୁକକଁର୍‌ ସୁରକ୍ଷାକେ ନଜରଥି ରଖିକରି ଏନ୍ତା ଗୁଟେ ନିଷ୍ପତ୍ତି ନିଆଯାଇଛେ । ବୈଠକନେ ଭିନ୍‌ ଭିନ୍‌ ସଙ୍ଗଠନ୍‌ ସାଙ୍ଗେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମକଁର୍‌ ଆଲୋଚନା ଉତାରୁ ଧନୁଯାତରା ବନ୍ଦ୍‌ କରବାରକେ ନିଷ୍ପତ୍ତି ହେଇଛେ । ଆର୍‌ ଇ ଯାତ୍ରା ବନ୍ଦ ହେବାର୍‌ କେ ନେଇକରି ପଶ୍ଚିମ ଓଡିଶାର୍‌ ଯୁବା ମଂଚ୍‌ ର ସଦସ୍ୟ ମାନେ ବିରୋଧ୍‌ କରିଛନ୍‌ ।

 

ସେମାନକଁର୍‌ କହେବାର୍‌ ହିସାବେ ପଶ୍ଚିମ୍‌ ଓଡିଶାର୍‌ ଗୁଟେ ବଡ ପରବ୍‌ ହେଉଛେ ବରଗଡର୍‌ ଧନୁ ଯାତ୍ରା ଆର୍‌ ଇ ଯାତ୍ରା ବନ୍ଦ ହେବାର୍‌ ନୁ ବହୁତ୍‌ କଲାକାର୍‌ ଆର୍‌ ବ୍ୟବସାୟୀକଁର୍‌ ପେଟେ ଲାତ୍‌ ମାରବାର୍‌ ଲେଖେ ଆଏ । ତ ସେତାକେ ଦେଖିକରି ବରଗଡ ର ଧନୁଯାତ୍ରା କେ ସବୁ ନିୟମ କେ ମାନିକରି ଡିଜିଟାଲ୍‌ ମାଧ୍ୟମ୍‌ନେ କରାଯାଉ ବଲିକରି ସେନର୍‌ ସଭାପତି ଅଜିତ୍‌ କୁମାର୍‌ ପତି ବରଗଡର ଜିଲ୍ଲା ପ୍ରଶାସନ୍‌ କେ ଅନୁରୋଧ୍‌ କରିଛନ୍‌ । ଆର୍‌ ଧନୁଯାତ୍ରା ଡିଜିଟାଲ୍‌ ମାଧ୍ୟମ ନେ କରାଗଲେ ଲୋକ୍‌ମାନେ ଭିଲ୍‌ ତାର୍‌ ମଜା ନେଇ ପାର୍‌ବେ ବଲିକରି ସେନର୍‌ ସଦଶ୍ୟ ମାନେ କହିଛନ୍‌ ।

Leave A Reply

Your email address will not be published.