ଅନଲାଇନ୍ ନେ ବିକ୍ରି ହେଉଛେ ଓଡିଶାର୍ ହସ୍ତତନ୍ତ

୫ ଲାଖ୍ ନୁ ଅଧିକା ବେବସାୟୀ କେ ମିଲ୍‌ଲା କାମ୍

0

ଓଡିଶାର୍ ହସ୍ତକଲାର୍ ଚାହିଦା ଇହାଦେ ସାରା ଦେଶ୍ ଆର୍ ସାରା ବିଶ୍ୱନେ ବଢିଚାଲିଛେ । ସେଥିର୍ ଲାଗି ବଲିକରି ଭିନ୍ ଭିନ୍ ‘ଇ କମର୍ସ ‘ ସାଇଟ୍ ମାନକୁଁ ଆମର୍ ଓଡିଶାର୍ ଭିନ୍ ଭିନ୍ ହସ୍ତକଲା ଯେନ୍ତା ସମ୍ବଲପୁରୀ ଶାଢୀ ହେଉ କି ଓଡିଶାର୍ ଆର୍ କିଛି ହସ୍ତଶିଲ୍ପ ହେଉ ସବୁ ବିକ୍ରିବଟା ହେବାର୍ ଆରମ୍ଭ ହେଇ ଯାଇଛେ । ଆମାଜନ , ଫ୍ଲିପ୍ କାର୍ଟ , ଗୋ କ୍ଲୁପ୍ ବାଗିର୍ ଅନଲାଇନ୍ ସପିଂ ଏପ୍ ମାନକୁଁ ଇହାଦେ ଆମର୍ ସମ୍ବଲପୁରୀ ଶାଢୀ , ଖଦି ଆର୍ ଭିନ ଭିନ୍ କପଡା ବହୁତ୍ ଟେ ବିକ୍ରି ଚାଲିଛେ । ଯେନଥିର୍ ଲାଗି ଆମର୍ ଓଡିଶାର୍ ବୁଣାକାର୍ ଆର୍ ବେବ୍‌ସାୟୀ ମାନକୁଁ ରୋଜ୍‌ଗାର୍ ର ସୁଯୋଗ୍ ମିଲିପାରିଛେ ।

ଇନଷ୍ଟିଚ୍ୟୁଟ୍ ଫର୍ ଡେଭ୍‌ଲପମେଣ୍ଟ୍ ଅଫ୍ ଆର୍ଟସ୍ ଆଣ୍ଡ୍ କ୍ରାଫ୍ଟ୍‌ସ୍ ର ସହଯୋଗ ନୁ ଓଡିଶାର୍ ସ୍ଥାନିୟ କାରିଗର୍ ମାନକୁଁ ନିଜର୍ ହଲ୍‌ମାର୍କ ଉତ୍ପାଦନ ସବୁ ଦେଶର୍ ଲାଖ୍ ଲାଖ୍ ଗ୍ରାହକ୍ ମାନକଁର୍ ନିକେ ପହଁଚିପାରୁଛେ । ସେନ୍ତା ବୟନିକା ଆର୍ ଉତ୍କଲିକା ର ନିଜର୍ ୱେବସାଇଟ୍ ନେ ସମ୍ବଲପୁରୀ କପଡାର୍ ବିକ୍ରିବଟାନୁ ୨୬ ଲାଖ୍ ନୁ ଅଧିକା ଟକାଁର୍ ଲାଭ୍ ହେଇଛେ । ସେନ୍ତା ଅଲ୍‌ଗା ଇ କମର୍ସ ସାଇଟ୍ ନେ ଭିଲ୍ ହସ୍ତତନ୍ତ ର ବିକ୍ରିନୁ ଖୋବ୍‌ଟେ ଲାଭ୍ ହେଇପାରୁଛେ । ଓଡିଶାର୍ ହସ୍ତକଲା ର ଅଧିକା ବିକାଶ୍ ଲାଗି ‘ମେକ୍ ଇନ୍ ଇଣ୍ଡିଆ’ ର ପ୍ରୟାସ୍ କେ ଅଧିକା ଧ୍ୟାନ୍ ଦିଆଯାଉଛେ ।

Leave A Reply

Your email address will not be published.