ଭାଗବତ ପାଠାଗର ସଦସ୍ୟକଁର ନୂଆଁ ଚେଷ୍ଟା

ସୁବର୍ଣ୍ଣପୁର ଲଙ୍କେଶ୍ୱରୀ ମନ୍ଦିରର ବିକାଶ କାମ୍ ଲାଗି ଲୁକକଁର ସାହାଜ୍ ମାଗଲେ ଭାଗବତ ପାଠାଗର ସଦସ୍ୟ

0

ତନ୍ତ୍ର,ମନ୍ତ୍ର, ଯନ୍ତ୍ରର ପୀଠ୍ ହେଉଛେ ସୁବର୍ଣ୍ଣପୁର ଜିଲ୍ଲା । ଗଡଜାତ୍ ସହର ହିସାବେ ଜନା ଇ ସହରକେ ମନ୍ଦିର ମାଲିନୀ କୁହାଯାଉଥିବାର ବେଲକେ ଇଠାନେ ରହିଛନ୍ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଆର୍ ଅଷ୍ଟ ଚଣ୍ଡି । ଶକ୍ତି ପୀଠ୍ ମାନେ ଇଠାନେ ଥିବାର ଲାଗି ପୁରାତନ୍ ଯୁଗନୁ ଇତାକେ ନିଜର ସାଧନା ସ୍ଥଲ କରିଆସୁଥିଲେ ସାଧକ୍ । ମହାନଦୀ ମଝାନ ରହିଛେ ମାଁ ଲଙ୍କେଶ୍ୱରୀକଁର ପୀଠ୍ । ପାଏନ୍ ମଝାନ ଗୁଡି ଉପରେ ଠିଆ ହେଇକରି ବେଲବୁଡାର ସୂର୍ଯାସ୍ତ ଯେ ଦେଖିଛେ ସେ ଜାନିଛେ ପ୍ରକୃତିର ସୁନ୍ଦରତା କାହାକେ କୁହାଯାଏସି ବଲି । ହେଲେ ଇ ଐତିହାସିକ୍ ଶକ୍ତି ପୀଠ୍ ଇହାଦେ ଦେଖରେଖ୍ ନାଇଁ ହେବାରନୁ ନିଜର ସବୁ ସୁନ୍ଦରତା ହରେଇଛେ । ପ୍ରଶାସନ କି ସଂସ୍କୃତି ବିଭାଗ ଇତାର ଉପରେ ନଜର ନାଇଁ ଦେଉଥିବାର ବେଲକେ ସହରର ଭାଗବତ ପାଠାଗରର ସଦସ୍ୟ ଇହାଦେ ଅଂଟା ଭିଡିଛନ୍ ।

ମନ୍ଦିରନେ ବରଷ୍ ବରଷ୍ ଧରି କରି ରଙ୍ଗ ନାଇଁ ଦିଆଯିବାର କି ଇତାର ମରାମତି କାମ୍ ଭିଲ୍ ନାଇଁ କରାଯାଉଥିବାର ଅଭିଯୋଗ୍ ହେଇଛେ । ସେଆଡେ ଭାଗବତ ପାଠାଗାରର ସଦସ୍ୟ ଲୁକକଁରନୁ ଡୋନେସନ୍ ମାଗିକରି ଇ କାମ୍ ସବୁ କରାଯିବାର ନେଇକରି ନିଷ୍ପତ୍ତି ନେଇଛନ୍ । ସୋସିଆଲ ମିଡିଆନେ ବିଜ୍ଞପ୍ତି ବାହାର କରାଯାଇଥିବାର ବେଲକେ ନିଜର ଇଚ୍ଛାନେ ଯେ ଯେତକି ପଏସା ଦେବାର ଲାଗି ଅନୁରୋଧ୍ କରାଯାଇଛେ । ଆଘୋନୁ ଭିଲ୍ ମନ୍ଦମ୍ର ବିକାଶ ଲାଗି ଟେଣ୍ଡର ଆସିଥିଲା ହେଲେ କାମ୍ ନାଇଁ ହେଇପାରବାରନୁ ପଏସା ଫିରିଯାଇଥିଲା । ଇହାଦେ ଇ ପାଠାଗାର ଆଡୁ ମନ୍ଦିର ବିକାଶ ଲାଗି ନିଆଯାଇଥିବାର ନିଷ୍ପତ୍ତି ଆରୁ ସଦସ୍ୟକଁର ଚେଷ୍ଟାକେ ସବୁନେ ପ୍ରଶଂସା କରାଯାଉଛେ ।

Leave A Reply

Your email address will not be published.