ସୁନ୍ଦର ହେବା ସୁବର୍ଣ୍ଣପୁର

ବିଜେଡି ପ୍ରତିଷ୍ଠା ଦିବସନେ ସୁବର୍ଣ୍ଣପୁର ସହରର ବିକାଶ ଲାଗି କାମ୍ ହେବା କହେଲେ ମନ୍ତ୍ରୀ ନିରଞ୍ଜନ ପୂଝାରୀ

0

ଆଏବାର ଦିନେ ସୋନପୁର ଆହୁରି ସୁନ୍ଦର ସହର ହେଇକରି ବନବା । ଇଥିର ଲାଗି ରାଜ୍ୟ ସରକାର କେତେନି ଚେଷ୍ଟା କରୁଛନ୍ । ଗଲାକାଲି ବିଜେଡିର ୨୪ ନମ୍ବର ପ୍ରତିଷ୍ଠା ଦିବସନେ ସେନପୁରନେ ହେଉଥିବାର ସଭାନେ ଯୋଗ ଦେଇକରି କହିଛନ୍ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ । ସୁବର୍ଣ୍ଣପୁର ଭୀମଭୋଇ କଳାମଣ୍ଡପନେ ଆୟୋଜିତ୍ ସଭାନେ ମନ୍ତ୍ରୀ ନିରଞ୍ଜନ ପୂଝାରୀ ଯୋଗ ଦେଇକରି ରାଜ୍ୟସରକାରକଁର ଭିନ୍ ଭିନ୍ କାମ୍ ଆରୁ ଯୋଜନା ବାବଦେ ଭିଲ୍ ଜନେଇଥିଲେ । ବିଜେଡି ଶାସନ ଭିତରେ ସରକାର ସୁବର୍ଣ୍ଣପୁର ଜିଲ୍ଲା ଲାଗି କାଣା କରିଛନ୍ ଆରୁ ଆଗକେ ଆଉ କେନ୍ ସବୁ ବିକାଶ କାମ୍ ହେବା ତାର ଉପରେ କହିଥିଲେ ।

ସହରନେ ପାଇପ୍ ଲାଇନ୍ କୁଡା ଯାଇକରି କାମ୍ ଚାଲିଥିବାରନୁ ରାସ୍ତା ଘାଟର ଅବସ୍ଥା ଆରୁ ନାଇଁନ୍ । ତ ଇଥିର ଲାଗି ୮ କୋଟି ଟଙ୍କା ଖର୍ଚ୍ଚାନେ ସହରର ସବୁ ରାସ୍ତାର କାମ୍ ଫୋଘାଏ କରାଯିବା । ମହାନଦୀନୁ ତେଲନଦୀ ତକ୍ ରିଂରୋଡ କାମ୍ ଜୋରସୋରଥି ଚାଲିଛେ । ସେଆଡେ ମନମୁଣ୍ଡା ତେଲନଦୀନୁ ସୁକାନ୍ତୀ ଏକାଡେମୀ ତକ୍ ବାଇପାସ୍ ରାସ୍ତା ତିଆରି କାମ୍ ଲାଗି ୧୪ କୋଟି ଟଙ୍କା ଅର୍ଥ ମଂଜୁର ଲାଗି ପ୍ରସ୍ତାବ ଦିଆଯାଇଛେ । ରାଜ୍ୟ ସରକାର ବହୁତ ଜଲଦି ଇ ସବୁ ଉପରେ କାମ୍ ଆରମ୍ଭ ଲାଗି ମଂଜୁରୀ ଦେବେ ବଲି କହିଛନ୍ ଶ୍ରୀଯୁକ୍ତ ପୂଝାରୀ ।

ଆଏବାର ଦିନେ ସୋନପୁର ସହରକେ ରାଜ୍ୟର ସବୁନୁ ସୁନ୍ଦର ସହର ହିସାବେ ବନା ଯିବାର ଲକ୍ଷ୍ୟ ନେଇକରି କାମ୍ କରାଯାଉଛେ ଆରୁ ଇଥିରେ ରାଜ୍ୟ ସରକାରକଁର ସହଯୋଗ ରହିଥିବାର ସେ ଜନେଇଛନ୍ । ଗଲା କାଲି ବିଜେଡି ପ୍ରତିଷ୍ଠାଂ ଦିବସ ଥିବାର ବେଲେ ଜିଲ୍ଲାର ସବୁ ବିଜେଡି କର୍ମୀ, ଦଳୀୟ ନେତା ମନ୍ତ୍ରୀ ସ୍ୱର୍ଗତ୍ ବିଜୁ ପଟ୍ଟନାୟକକଁର ପ୍ରତିମୂର୍ତ୍ତିନେ ଫୁଲ୍‌ମାଲ୍ ଦେଇକରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଏବାର ଦିନେ ଦଲକେ ଆହୁରି ବଢାବାର ସାଙ୍ଗେ ଆଗକେ ନେବାର ଲାଗି କାମ୍ କରାଯିବା ବଲି ସମସ୍ତେ କହିଥିଲେ ।

Leave A Reply

Your email address will not be published.