ସତ୍ ମାନଲା ଚୀନ୍‌

ପିଏଲଏ ଯବାନକଁର ଜୀବନ୍ ଯାଇଥିବାର କଥାକେ ସତ୍ ବଲି କହିଛେ ଚୀନ୍‌ର ସରକାରୀ ଗଣମାଧ୍ୟମ

0

ସତ୍ ମାନଲା ଚୀନ୍ । ଗଲୱାନୀ ଘାଟିନେ ଭାରତ-ଚୀନ୍ ଝମେଲା ବେଲକେ ପିଏଲଏ ଯବାନକଁର ଜୀବନ୍ ଯାଇଥିବାର କଥାକେ ସତ୍ ବଲି କହିଛେ ଚୀନ୍‌ର ସରକାରୀ ଗଣମାଧ୍ୟମ । ଭାରତ ଆରୁ ଚୀନ୍ ଭିତରେ ଧୀରେ ଧୀରେ ବିବାଦ୍ କମତେଲ ଯାଉଥିବାର ବେଲକେ ଇହାଦେ ଗଲୱାନ ଘାଟିନେ ହେଇଥିବାର ଝମେଲିଆ ସ୍ଥିତି ବାବଦେ ଚୀନ୍ ଆଡୁ ଖବର ପ୍ରସାରଣ କରାଯାଉଛେ । ୨୦୨୦ ଜୁନ୍ ୧୫ ତାରିଖନେ ଭାରତ-ଚୀନ୍ ସୈନ୍ୟ ସାମ୍ନାସାମ୍ନି ହେଇଥିଲେ । ଇ ଘଟନାନେ ସେତେବେଲେ ୨୦ ଜନ୍ ଭାରତୀୟ ଯବାନକଁର ଜୀବନ୍ ଯାଇଥିବାର ବେଲକେ ଚୀନ୍ ସୈନିକକଁର ଭିଲ୍ ଜୀବନ୍ ଯାଇଥିଲା । ହେଲେ ପିଏଲଏ ଯବାନକଁର ମୃତ୍ୟୁ ଘଟନାକେ ନାଇଁ ମାନିଥାଇ । ଇହାଦେ ଚୀନ୍‌ର ସରକାରୀ ମିଡିଆ ଗ୍ଲୋବାଲ ଟାଇମସ୍ ଚୀନ୍‌ର ୫ ସୈନ୍ୟକଁର ଜୀବନ୍ ଯାଇଥିବାର କହିଛନ୍ । ଗଲୱାନ୍ ଘାଟିନେ ଦୁଇ ଦେଶର ସୈନ୍ୟକଁର ଭିତରେ ଗୁଲି ମରାମରି ହେଇଥିଲା ଯେନଥିରେ ଚୀନ୍‌ର ୫୦ ସୈନ୍ୟକଁର ଜୀବନ୍ ଯାଇଥିବାର ନେଇକରି ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ୱା.କେ ଯୋଶୀ ଆଘୋନୁ କହିଥିଲେ ।

Leave A Reply

Your email address will not be published.