ସମଲେଇ ମାଁର୍ ଦର୍ଶନ୍ କଲେ ୧୦,୦୦୦ ଭକତ୍‌

ଜାନୁଆରୀ ୩ ତାରିଖ୍‌ନୁ ସମ୍ବଲପୁର ସମଲେଇ ମନ୍ଦିର ଭକତ୍‌କଁର ଲାଗି ଖୁଲିଛେ

0

ଖୁଲଲା ସମ୍ବଲପୁରର ମାଁ ସମଲେଇକଁର ମନ୍ଦିର । ଗଲା ୯ ମାସ୍ ତକ୍ ଭକତକଁର ଲାଗି ବାରଣ ଥିଲା ମାଁକଁର ମନ୍ଦିର । କରୋନା କାଲ୍ ଲାଗି ଯେନ୍‌ଠାନେ ସବୁକିଛି ବନ୍ଦ ରହିଥିଲା ସେଠାନେ ଭିନ୍ ଭିନ୍ ଧର୍ମାନୁଷ୍ଠାନ୍ ମାନେ ଭିଲ୍ ବନ୍ଦ ରହିଥିଲା । ଇହାଦେ ଧୀରେ ଧୀରେ ସ୍ଥିତି ସୁଧୁରିବାରନେ ଲାଗିଥିବାର ବେଲକେ ରାଜ୍ୟର ଭିନ୍ ଭିନ୍ ଜାଗାନେ ଥିବାର ଧର୍ମାନୁଷ୍ଠାନ୍ ମାନେ ଭିଲ୍ ଖୁଲି ବସଲାନ । ଗଲା କାଲି ମାନେ ଜାନୁଆରୀ ୩ ତାରିଖ୍‌ନେ ସମ୍ବଲପୁର ସମଲେଇ ଗୁଡି ଭକତକଁର ଲାଗି ଖୁଲାଗଲା ।

କୋଭିଡ୍ ଗାଇଡ୍ ଲାଇନ୍‌କେ ମାନିକରି ମନ୍ଦିର ଭିତରକେ ଯିବେ ଭକତ୍ । ଫି ଦିନ୍ ସଖାଲର ୬ ବଜାନୁ ଦିନର ୧୧ ବଜା ତକ୍ ଆରୁ ଦୁଇପହରର ୩ ବଜାନୁ ସନ୍ଧ୍ୟା ସାଢେ ସାତ୍ ବଜା ତକ୍ ମାଁକଁର ଦର୍ଶନ ଲାଗି ଅନୁମତି ମିଲିଛେ । ମନ୍ଦିର ଭିତରେ ୫ନୁ ଅଏତକା ଭକତ୍ ଢୁକି ନାଇଁ ପାରନ୍ । ରଏବାର ଦିନ୍ ପହେଲା ମାଁକଁର ମନ୍ଦିର ଖୁଲାଯାଇଥିବାର ବେଲକେ ୧୦ ହଜାର୍ ଶ୍ରଦ୍ଧାଲୁ ମାଁ ସମଲେଇକଁର ଦର୍ଶନ୍ କରିଥିବାର ନେଇକରି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ କୁମାର ବାବୁ କହିଛନ୍ ।

ପହେଲା ୫ ଦିନ୍ ଇହାଦେ ଖାଊି ସମ୍ବଲପୁରର ଭକତ୍‌କୁଁ ଦର୍ଶନ ଲାଗି ଭିତରକେ ଯିବାର ଲାଗି ଅନୁମତି ଦିଆଯିବା । ତାର ଉତାରୁ ଆଏବାର ୮ ତାରିଖନୁ ସହର ବାହାରୁ ଆସୁଥିବାର ଭକତ୍ ଭିଲ୍ ମନ୍ଦିର ଯାଇକରି ଦର୍ଶନ୍ କରିପାରବେ ମାଁକଁର । ରଏବାର ଦିନ୍ ପହେଲା ପାହାନ୍ତିଆ ୪ ବଜାନୁ ମାଁକଁର ମନ୍ଦିର କବାଟ୍ ଖୁଲିଥିଲା ତାର ଉତାରୁ ମାଁକଁର ସ୍ନାନ ନୀତି କରାଯାଇଥିଲା, ଅଳଙ୍କାର ଧାରଣ୍ କରାଯାଇଥିଲା । ମାଁକଁର ମଙ୍ଗଲ ଆଲତୀ କରାଯାଇକରି ୬ ବଜେ ଭକତ୍ ଦର୍ଶନ୍ କରିଥିଲେ ମାଁକୁଁ ।

ମାସ୍କ ପିନ୍ଧାବାର ଉପରେ ଅଏତକା ଗୁରୁତ୍ୱ ଦିଆଯାଇଛେ । ମନ୍ଦିର ଭିତର ସାନିଟାଇଜଡ୍ କରାଯିବାର ସାଙ୍ଗେ ସବୁ ରକମର ସୁରକ୍ଷା ଉପରେ ଧ୍ୟାନ୍ ନିଆଯାଉଛେ । ଏତେ ଦିନ୍ ଉତାରୁ ମନ୍ଦିର ଖୁଲାଯାଇକରି ଭକତକୁଁ ଭିତରକେ ଦର୍ଶନ୍ ଲାଗି ଛଡାଯାଇଥିବାର ବେଲକେ ଭକତ୍‌କଁର ଭିତରେ କେତନି ଗହଗହ ଦେଖବାକେ ମିଲିଥିଲା ।

Leave A Reply

Your email address will not be published.