କ୍ରିକେଟ ପଡିଆନୁ ରାଜନୀତି ମଇଦାନ୍‌

ତେଜସ୍ୱୀ ଯାଦବଙ୍କ ରାଜନୀତି ଯାତ୍ରା

0

ଇହାଦେ ବିହାର ନିର୍ବାଚନ ଲାଗି ରାଜନୀତି ପୁରା ସରଗରମ ରହିଛେ । ଭିନ୍ ଭିନ୍ ଦଲର ନେତା ଇହାଦେ ବିହାରନେ ଡେରା ପକେଇଛନ୍ । ନିର୍ବାଚନ ମଇଦାନନେ ଖୋବଟେ ଟାନୁଆ ନେତା ଉତୁରିଥିବାର ବେଲେ ଲାଲୁ ଯାଦବଙ୍କର ପୋ ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଭିଲ ଲଢୁଛନ୍ । ତେଭେ ତେଜସ୍ୱୀ ଇଥର ନିର୍ବାଚନୀ ଭୋଟନେ କାଣା କମାଲ ଦେଖଉଛନ୍ ସେଟା ତ ନଭେମ୍ବର ୧୦ନେ ହେବାକେ ଥିବାର ଭୋଟ୍ ଗନତି ବାଦ୍ ଜନାପଡବା । ହେଲେ ତେଜସ୍ୱୀ ରାଜନୀତିକେ ଆଏବାର ଆଘୋନୁ କାଣା କରୁଥିଲେ ଆପଣ ଜାନିଛନ୍ ।

ସେ ପହେଲାନୁ ଆଇପିଏଲ କ୍ରିକେଟ୍ ଟିମ୍‌ର ଖେଲାଲି ଥିଲେ । ୨୦୦୮ନୁ ୨୦୧୨ ତକ୍ ଦିଲ୍ଲୀ ଡେୟାର ଡେଭିଲ୍ସ ଦଲର ସଦସ୍ୟ ଥିଲେ । ସେ କେଭେ ପଡିଆନେ ଖେଲବାର ସୁଯୋଗ ଆଇପିଏଲ ସମିୟାନେ ନାଇଁ ପାଇ । ହେଲେ ଇତାର ଆଘୋନୁ ସେ ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ଦଲର ସଦସ୍ୟ ଭାବେ ରଣଜୀ ପ୍ଲେୟାର ରହିଥିଲେ । ୨୦୧୫ନେ ପହେଲା ଥର ଲାଗି ସେ ରାଜନୀତିନେ ଢୁକିଥିଲେ । ଆରଜେଡି ଆର ଜେଡିୟୁର ମିଲିତ ସରକାର ଗଠନ ହେଲା ସେବେ ଡେପୁଟି ସିଏମ ପଦନେ ରହିଥିଲେ । ୨୭ ସାଲୁ ରାଜନୀତିନେ ସକ୍ରିୟ ଭୂମିକା ନିଭେଇଛନ୍ ତେଜସ୍ୱୀ ।

Leave A Reply

Your email address will not be published.