ଡିସେମ୍ବର ୩୦ନେ ଚାଷୀ ସଂଗଠନ ସାଙ୍ଗେ କେନ୍ଦ୍ରର ବୈଠକ

ଦିଲ୍ଲୀ ବିଜ୍ଞାନ ଭବନନେ ହେବା ଚାଷୀ ଆରୁ କେନ୍ଦ୍ର ସରକାରକଁର ଭିତରେ ଆଲୋଚନା

0

କେନ୍ଦ୍ରର ନୂଆଁ କୃଷି ଆଇନ୍‌କେ ବିରୋଧ୍ କରିକିନା ଇହାଦେ ଭିଲ୍ ସିଂଘୁ ସୀମାନେ ଧାରନାନେ ବସିଛନ୍ ହଜାର ହଜାର ଚାଷୀ । ବାରମ୍ବାର ସରକାର ଆରୁ ଚାଷୀକଁର ଭିତରେ ବୈଠକ ଆରୁ ଆଲେଚନା ହେଇଥିଲେ ଭିଲ୍ କେନସି ସମାଧାନ୍ ଇହାଦେ ତକ୍ ବାହାରି ନାଇଁପାରି । ସେଆଡେ କେନ୍ଦ୍ର ସରକାର ଆରଘାଏ ଚାଷୀ ସଂଗଠନ୍ ମାନକୁଁ ଆଲୋଚନା କରବାର ଲାଗି ପ୍ରସ୍ତାବ ଦେଇଥିଲେ ।

ପହେଲା ଚାଷୀ ସଂଗଠନ୍ ଇଥରେ ରାଜି ନାଇଁ ହେଇଥିବାର ବେଲକେ ଇହାଦେ ହଁ କରିଛନ୍ । ପହେଲା ଡିସେମ୍ବର ୨୯ ତାରିଖନେ ବୈଠକ କରବାର ଲାଗି କହିଥିବାର ବେଲେ ଇହାଦେ ଫେର୍ ଆଏବାର ୩୦ ତାରିଖନେ ବୈଠକ କରାଯିବାର ନେଇକରି କେନ୍ଦ୍ର ଆଡୁ କୁହାଯାଇଛେ । ଆଏବାର ଡିସେମ୍ବର ୩୦ ତାରିଖନେ ଦିଲ୍ଲୀ ବିଜ୍ଞାନ ଭବନନେ ବୈଠକ କରାଯିବାର ନେଇକରି ଚାଷୀ ସଂଗଠନ୍ ମାନକୁଁ କୁହାଯାଇଛେ । କେନ୍ଦ୍ର ସରକାର ଆଘୋନା ନୂଆଁ କୃଷି ଆଇନନେ ସଂଶୋଧନ୍ କରବାର ଲାଗି ପ୍ରସ୍ତାବ ଦେଇଥିଲେ ଯେନଟା ଚାଷୀ ସଂଗଠନ୍ ରାଜି ନାଇଁ ହେଇଥାଇ ।

ନୂଆଁ ତିନହି କୃଷି ଆଇନ୍‌କେ ପୁରା ବଦଲାବାର ଲାଗି ଚାଷୀ ସଂଗଠନ୍ ଦାବି କରିକିନା ଆଲୋଚନାନେ ସାମିଲ ହେବାକେ ମନା କରିଦେଇଥିଲେ । ଗଲା ଗୁଟେ ମାସ୍ ହେଲାନ ଚାଷୀ ନୂଆଁ କୃଷି ଆଇନ୍‌କେ ବିରୋଧ୍ କରିକିନା ଧାରନାନେ ବସିରହିଥିବାର ବେଲକେ ଇହାଦେ ସରକାରକଁର ସାଙ୍ଗେ ଆଲୋଚନା କରବାର ଲାଗି ରାଜି ହେଇଛନ୍ । ଆଏବାର ୩୦ ତାରିଖନେ ହେବାକେ ଥିବାର ଇ ବୈଠକନେ ଇତାର ସମାଧାନ୍ ହେବା କି ନାଇଁ ସେଟା ଆଗକେ ଜନାପଡବା ।

Leave A Reply

Your email address will not be published.