ବୁଢାରଜାକଁର ଦଶରାଯାତ୍ରା

୧୪୪ ଧାରା ଭିତରେ ପାଲନ ହେବା ଆମପାଣିର ବୁଢାରଜାକଁର ଯାତ୍ରା

0

କରୋନା ଲାଗି ଇ ବଛର ସବୁ ପରବ୍‌, ଯାନି ଯାତ୍ରା ଫିକା ପଡିଛେ । ଇତାର ଭିତରେ ଭିଲ୍ ପୂଜା ପରବନ୍ କରାଯାଉଥିଲେ ଭିଲ କରୋନା ନିୟମ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛେ । ଇ କରୋନା ସମିଆଁନେ ଧର୍ମଗଡ଼ନେ ଆଏବାର ୭ ତାରିଖନେ ପାଲନ ହେବାକେ ଯାଉଛେ ଶ୍ରୀ ଶ୍ରୀ ବୁଢାରଜାକଁର ଦଶରାଯାତ୍ରା । ଇନେଇକରି ଗୁରୁବାର ଦିନ ଯାତ୍ରା କମିଟି, ପ୍ରଶାସନ ଆରୁ ପୁଲିସକଁର ଭିତରେ ଆଲୋଚନା ହେଇଯାଇଛେ । ଯାତ୍ରା ସମିଆଁନେ ୧୪୪ ଧାରା ଜାରି କରାଯିବା । ଧର୍ମଗଡ଼ ଉପଜିଲ୍ଲାପାଳ ଆଲୋଚନାନେ ସାମିଲ ହେଇଥିବାର ବେଲକେ ସେ ଇନେଇକରି ସୂଚନା ଦେଇଛନ୍ । ଇ ବଛର ଯାତ୍ରାନେ କେନସି ସାଂସ୍କୃତିକ୍ କାର୍ଯ୍ୟକ୍ରମ୍ ନାଇଁ କରାଯାଏ । ସେନ୍ତା ସାଧାରଣ ଭକତକଁର ଲାଗି ଦର୍ଶନ ବନ୍ଦ କରାଯାଇଛେ । ଆମପାଣିନେ ଶନିବାର ଦିନ ସକାଲର ୬ ବଜାନୁ ନେଇକରି ରଏବାର ୧୦ ବଜାତକ୍ ୧୪୪ ଧାରା ଲାଗୁ କରାଯାିବା ।

ମାତ୍ର ୫୦ ଝନକୁଁ ନେଇକରି ରୀତିନୀତି ହିସାବେ ଦଶରାଯାତ୍ରା ପାଲନ କରାଯିବାର ଲାଗି ନିଷ୍ପତ୍ତି ନିଆଯାଇଛେ । ଫି ବଛର ଭବାନୀପାଟଣାର ମାଁ ମାଣିକେଶ୍ୱରୀକଁର ଛତର ଯାତ୍ରା ଉତାରୁ ବୁଢାରଜାକଁର ଦଶହରା ଯାତ୍ରା ପାଲନ କରାଯାଇଥିସି । ମାଣିକେଶ୍‌ବରୀକଁର ପୀଠନେ ଭିଲ ବୁଢାରଜାକଁର ଗୁଟେ ମନ୍ଦିର ରହିଛେ । ହେଲେ ଇଟା ବଛର ଜାକ ବନ୍ଦ ହେଇକିନାଥିସି ଆରୁ ଛତରଯତରା ବେଲେ ହିଁ ଥରେ ଖୁଲାଯାଇଥିସି । ଇ ଦିନ୍ ଜେନାଖାଲକେ ମାଁକଁର ଛତର ଗଲେ ଅଧାରାତିନେ ବୁଢାରଜାକଁର ପାଶେ ପୂଜା କରାଯାଇକିନା ପୋଢ ବଲି ଦେବାର ପରମ୍ପରା ରହିଛେ । ହେଲେ ଆମପାଣିନେ ଥିବାର ବୁଢାରଜାକଁର ମନ୍ଦିର ଭକତକଁର ଲାଗି ୧୨ ମାସି ଖୁଲାଥିସି । ଆରୁ କୁମାରପୁନୀ ବାଦ୍ ପଡୁଥିବାର ପହେଲା ଶନିବାର ଦିନ ବୁଢାରଜାକଁର ଦଶହରା ଯାତ୍ରା ପାଲନ କରାଯାଇଥିସି ।

Leave A Reply

Your email address will not be published.