ମାଏଟ୍ କୁଡଲେ, ନିଜେ ମଲାଦେହେକେ ତୁପଲେ ୨ ଝନ୍ ମହିଲା

0

କାଏଁ ଧନୀ କାଏଁ ଗରିବ । କାଏଁ ପାଠୁଆ, କାଏଁ ଅପାଠୁଆ, କାଏଁ ରଙ୍ଗ, କାଏଁ ଜାତି, ଜୀବନ୍ ଗଲା ଉତାରୁ ଆର କାଣା । ସଭେ ମାଟିର ମୁନୁଷ୍ ମାଟିନେ ଏକା ମିଶିଯାଏସନ୍ । ମାନ୍ ସମ୍ମାନ୍ ପାଇ ନାଁ କରିଥିବାର୍ ଲୋକ୍ ଟେ ଯାହା, ଜୀବନ୍ ଯାକ ଏକ ଘରକିଆ ହେଇକରି ରହି, ସବୁ ରକମର ଦୁଃଖ୍ ସହିଥିବାର୍ ଲୋକ୍ ଟେ ବି ସେତକି । ଦିନେ ନା ଦିନେ ସମକୁଁ ଯିବାର୍ ଅଛେ, ଫେର ବି କାଁହେଲାଯେ ଜାତିକେ ନେଇ ଲୁକକଁର୍ ଭିତରେ ଆଏଜ୍ ବି ଗୁଟେ ଇଟା ବଡା ଇଟା ଛୋଟ୍‌, ଇଟା ଅଲଗା ଏନ୍ତା ସବୁ ଭାବନା ରହୁଛେ ।

ମୁନୁଷ୍ କେତେ ଆଗକେ ଗଲାନ, ହେଲେ ଇହାଦେ ବି ଆମର ସମାଜ୍‌ନେ ଜାତିକେ ନେଇକରି ଏନ୍ତା କିଛି କଥା ରହିଯାଉଛେ, ଆଜିର ଦିନେ ବି ସେସବୁ ଦେଖଲେ , ଶୁନଲେ, ଜାନଲେ ଆପଣ ଲାଜେ ମରିଯିବେ । ଆମେ କହୁଛୁଁ ବଲାଙ୍ଗିର ଜିଲ୍ଲାର ବାହାଲଭଟଲି ଗାଁର୍ ବାବୁଲାଲ ପଟେଲ । ଯିଏ ଆର୍ ଇ ଦୁନିଆନେ ନାଇଁନ । ଜୀବନ୍ ଗଲା ବେଲକେ ହଉଥିଲା ୬୦ ବର୍ଷ ବୟସ । ବଞ୍ଚିଥାଉନ୍ ତ ଏକ ଘରିଆ ହେଇକରି ରହେଲେ ଦୁଃଖ୍ ଏତକି ଯେ ମଲା ଉତାରୁ ବି ତାକଁର୍ ଚିନହାର ଜନାର, ଲଙ୍କଜ୍ଞର ଲେସର କିଏ ଖଁନ୍ଧ ଟିକେ ଦେବାର୍ ଲାଗି ବି ନାଇଁ ଆଏଲେ । କାରନ୍ ବି ଅଜବ୍ । ଭଲ ପାଇକରି ଅଲଗା ଜାତି ବିହା ହେଇଥିଲେ ବଲି ଏତକି ଦୁଃଖ୍ ତାକଁର ଭାଗ୍ୟେ । ଜୀବନ୍ ଗଲା ଉତାରୁ ତାକଁର୍ ଟୁକେଲ ମାନେ ଆସିକରି ଯିଏ ଯେନ୍ତା ପାରଲେ ଖାଲ କୁଡିକୁଡିଥିଲେ । ହେଲେ କେନେ ନା କେନେ ଆଏଜ୍ ବି ମୁନୁଷ୍ ଭିତରେ ମୁନଷ୍ ହେବାର୍ ଭାବ୍ ବି ବଞ୍ଚିଛେ । ତ ଗାଁର୍ ସରପଞ୍ଚ ନିଜେ ଇମାନକୁଁ ସହଯୋଗର ହାତ୍ ବଢେଇଥିଲେ ।

ଭଲ ପାଇକରି ବିହା ହେଇଥିଲେ ବଲି ତାକଁର୍ ସମାଜ୍ ଆଗାଡେ ସେ ହେଇଯାଇଥିଲେ ଦୋଷୀ । ଜିଁ ଥାଉନ୍ ଥାଉନ୍ ତ ଯାହା ଗୁଲଗୁଲା, ମଲା ଉତାରୁ ବି ମଲାଦେହେକେ ଯେନ୍ ସମ୍ମାନ୍ ଟିକେ ମିଲବାର୍ କଥା, ସେଟା ବି ମୁସ୍କିଲ ହେଇଗଲା । ଇ ଚିତ୍ର ଦେଖୁନ୍‌, ଯେନଟା ପାଖର ଆଖର ଲୋକ୍‌, ନାଇଁ କଲେ, ଯେନ ସମିଆଁନେ ନିଜର କିହେ ପାଖଲେ ନାଇଁ ଆଏଲେ, ସେ ସମିଆଁନେ କିନ୍ତୁି ୨ ଝନ୍ ମହିଲା ଆଗକେ ଆସିକରି ଶେଷ୍ ସଂସ୍କାର କଲେ । ନିଜେ ମାଏଟ୍ କୁଡଲେ, ନିଜେ ମଲାଦେହେକେ ତୁପଲେ ଆର ତାର ଉପରେ ମାଏଟ୍ ପକାଲେ । ସେ ଭିତରେ ଝନେ ହେଉଛନ୍ ସ୍ୱର୍ଗତ୍ ସ୍ୱର୍ଗତ୍ ବାବୁଲାଲକଁର୍ ଟୁକେଲ, ଆର୍ ଆର୍ ଝନେ ସ୍ଥାନୀୟ ସରପଞ୍ଚ ।


ପଢା ଲିଖା ଶିକ୍ଷିତ୍ ସମାଜ୍ ନେ ଆଏଜ୍ ବି ଦେଖବାରକେ ମିଲୁଛେ ଏନ୍ତା ଚିତ୍ର । ଇନେ ପ୍ରଶ୍ନ ଉଠୁଛେ ଯେ ସତେ କାଣା ଜାତି ମଣିଷ ପଣିଆନୁ ବି ବଡ ଆଏ । ଇହାଦେ ନିଜକେ ନିଜ୍ ପ୍ରଶ୍ନ ପଚରାବାର୍ ସମିଆଁ ଆଇଛେ । ହେଲେ ସେ ଯାହା ବି ହଉ ସରପଞ୍ଚକଁର୍ ଏନ୍ତା ଗୁଟେ ଚେଷ୍ଟା ନିହାତି ଭାବେ ଆମର ସମାଜ୍ କେ ଆମର ଇ ମୁନୁଷ୍ ଜାତିକେ ମୁନୁଷ୍ ହେବାର୍ ବାଟ୍ ଦେଖଉଛେ ।

Leave A Reply

Your email address will not be published.