ଖଣିଜ ଉତ୍ପାଦନ୍‌ନେ ଏକ ନମ୍ବର ଓଡ଼ିଶା

କେନ୍ଦ୍ର ଖଣି ମନ୍ତ୍ରଣାଳୟର ବଛରକିଆ ରିପୋର୍ଟନେ ଓଡ଼ିଶା ଏକ ନମ୍ବର

0

ଖଣିଜ ପଦାର୍ଥ ଉତ୍‌ପାଦନଥି ଦେଶ ଭିତରେ ଏକ ନମ୍ବର ରାଏଜ ଭାବେ ନିଜର ଜାଗା ତିଆର କରିଛେ ଓଡ଼ିଶା । ଦେଶର ମୋଟ୍ ଖଣିଜ ଉତ୍ପାଦନ ହିସାବନେ ଦେଖବାରକେ ଗଲେ ଆମର ରାଏଜ ଆଡୁ ୨୪.୬୮ ଭାଗ ରହିଛେ । କେନ୍ଦ୍ର ମନ୍ତ୍ରଣାଳୟର ବଛରକିଆ ରିପୋର୍ଟ ହିସାବେ ଓଡ଼ିଶା ଏକ ନମ୍ବରନେ ରହିଛେ । ୨୦୧୮-୧୯ନେ ରାଏଜର ଉତ୍ପାଦନ୍ ହାର୍ ୩୦.୨୫୬ କୋଟି ଟଙ୍କା ରହିଥିଲା । ଯେନଟାକି ୨୦୧୭-୧୮ନେ ହେଇଥିବାର ଉତ୍ପାଦନ୍ ହାର ତୁଲନାଥି ଅଏତକା ରହିଥିଲା । ଇ ରିପୋର୍ଟ ହିସାବେ ଦେଶର ୬୫.୦୭ ଭାଗ ବକ୍ସାଇଟ୍ , ୩୯୭୧ ହଜାର ଟନ୍‌ର କ୍ରୋମାଇଟ୍ ଓଡ଼ିଶାନେ ଉତ୍ପାଦନ୍ କରାଯାଉଛେ ।

୨୦୧୭-୧୮ ବରଷ୍ ସାଂଗେ ତୁଲନା କଲେ ରାଏଜନେ ୧୪.୧ ଭାଗ ଅଏତକା କ୍ରୋମାଇଟ୍ ଉତ୍ପାଦନ୍ ହେଇଛେ । ଦେଶର ୫୫ଭାଗ୍ ଲୁହାପଥର ଭିଲ୍ ଓଡ଼ିଶାନେ ଉତ୍ପାଦନ୍ କରାଯାଇଥିବାର ନେଇକରି ରିପୋର୍ଟନେ ଲେଖାହେଇଛେ । ୨୦୧୮-୧୯ନେ ରାଏଜେ ୮୬ କୁଟି ଟଙ୍କାର ଲଘୁ ଖଣିଜ୍ ପଦାର୍ଥ ଉତ୍ପାଦନ୍ କରାଯାଇଥିଲା । ଦେଶନେ ଥିବାର ୨୨ଟା ଖଣିଜ ସମ୍ପଦ ଭରିଥିବାର ରାଏଜ ମାନକଁର ଭିତରେ ଓଡ଼ିଶା ସବୁନୁ ଅଏତକା ଖଣିଜ୍ ରୟାଲ୍‌ଟି ପାଇଛେ । ଜାନୁଆରୀନୁ ନଭେମ୍ବର ୨୦୧୯ ଭିତରେ ଗୁଟେ ମାଇନିଂ ପ୍ଲାନ୍‌କେ ଅନୁମୋଦନ କରାଯାଇଥିବାର ବେଲେ ଆରଗୁଟେକେ ନାଇଁମିଲି । ରିପୋର୍ଟ ହିସାବେ ଇହାଦେ ତକ୍ ୧୮ଟା ମାଇନିଂ ପ୍ଲାନ୍‌କେ ଅନୁମୋଦନ କରାଯାଇଛେ ।

Leave A Reply

Your email address will not be published.