କେବିସିନେ ସମ୍ବଲପୁର ବହ

ପ୍ରଫେସର ଡ. ସସ୍ମିତା କର କେବିସିନେ ଭାଗ ନେଇକରି ଜିତଲେ ୩.୨ ଲାଖ୍ ଟଙ୍କା

0

କେବିସିନେ କମାଲ୍ ଦେଖାଲେ ସମ୍ବଲପୁର ବହ। ପ୍ରଫେସର ଡ. ସସ୍ମିତା କର କୌନ ବନେଗା କରୋଡପତିନେ ଭାଗ୍ ନେଇକରି ୩ଲାଖ୍ ୨୦ ହଜାର ଟଙ୍କା ପୁରସ୍କାର ଜିତିଛନ୍ । ଗୁଟେ ଘରୋଇ ଟିଭି ଚେନାଲ୍‌ନେ ପ୍ରସାରିତ୍ ଟିଭି ସୋ’ନେ ସସ୍ମିତା ଭାଗ୍ ନେଇଥିଲେ । ଗଲା ଗୁରୁବାର ଆରୁ ଶୁକ୍ରବାର ଦୁଇ ଦିନ୍ ଧରିକରି ସସ୍ମିତା ଖେଲିଥିବାର ଏପିସୋଡ୍ ଟିଭିନେ ଆସିଥିଲା ।

ପହେଲା ଭାଗନେ ସସ୍ମିତା ଫାଷ୍ଟେଟ୍ ଫିଙ୍ଗର୍ ଫାଷ୍ଟ୍ ଜିତି କରି ହଟ୍ ସିଟ୍‌ନେ ବସବାର ସୁଯୋଗ ପାଇଥିଲେ । ପହେଲା ଏପିସୋଡ୍‌ନେ ହୁଟର ବାଜବାରନୁ ସେ ତାକୁଁ କିଛି ପ୍ରଶ୍ନ ପଚରାନାଇଁ ଯାଇଥିବାର ବେଲକେ ଶୁକ୍ରବାର ଏପିସୋଡନେ ସେ ପ୍ରଶ୍ନର ଉତ୍ତର ଦେଇକରି ୩ ଲାଖ୍ ୨୦ ହଜାର ଟଙ୍କା ଜିତିଥିଲେ । ସେ ମୋଟ୍ ୧୦ଟା ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଇତାର ସାଙ୍ଗେ ୪ଟା ଲାଇପ୍ ଲାଇନ୍ ଶେଷ ହେଇଯାଇଥିଲା ଯେନଥିର ଲାଗି ସେ ଶେଷ୍ ଖେପ୍‌କେ ଯାଇ ନାଇଁପାରିଥିଲେ । ଆରୁ ତାକୁଁ ୩ ଲାଖ୍ ୨୦ ହଜାର ଟଙ୍କା ହିଁ ମିଲିପାରିଥିଲା ।

୧୦ଟା ପ୍ରଶ୍ନର ଉତ୍ତର ରଖିକରି ସେ ଦୁଇଟା ଖେପ୍ ହିଁ ଆଗକେ ଯାଇପାରିଥିଲେ । ସସ୍ମିତା କର ଭୁବନେଶ୍ୱର ରମାଦେବୀ ବିଶ୍ୱ ବିଦ୍ୟାଳୟନେ ଶିକ୍ଷା ବିଭାଗନେ ଆସିଷ୍ଟାଣ୍ଟପ୍ରଫେସର ଭାବେ କାମ୍ କରୁଛନ୍ । ସସ୍ମିତାକଁର ଘର କଟକ ଜିଲ୍ଲା ନିଆଳିନେ ହେଇଥିବାର ବେଲକେ ଶାଶୁଘର ସମ୍ବଲପୁରନେ ଅଛେ । ସସ୍ମିତାକଁର ଆଘୋନୁ ଭିଲ୍ କେତନି ମହିଲା କେବିସିନେ ଭାଗ ନେଇକରି ପୁରସ୍କାର ଜିତିଛନ୍ । ତେବେ ସସ୍ମିତା କେବିସି ନେ ଭାଗ ନେଇକରି ପୁରସ୍କାର ଜିତିଥିବାର ବେଲକେ ତାକୁଁ ଶୁଭେଚ୍ଛା ଜନେଇଛନ୍ ସମସ୍ତେ ।

Leave A Reply

Your email address will not be published.