ଫେର୍ ପଶଲା କୋଭିଡ ଡର୍‌

0

ରାଏଜେ କୋଭିଡ ସ୍ଥିତି ଟିକେ ସୁଧରିବାର୍ ଉତାରୁ ନିୟମକେ ଟିକେ କୋହଲ କରି ଲୁକକଁର୍ ଜୀବନ୍ ଜୀବକା, ବଜାର, ହାଟ ଆର୍ ସ୍କୁଲ, କଲେଜ ସବୁ ସରକାର ଖୁଲିଦେଇଥିଲେ । ହେଲେ ଇହାଦେ ଫେର ଥରେ ଫିରିଛେ କରୋନାର ଡର । ଆର୍ ଇହାଦେ କରୋନା ସଂକ୍ରମଣ ଫେର ଥରେ ଚାପଲେ ସ୍ଥିତି ବିଗଡିପାରେ । ହେଥିରଲାଗି ଆଗକେ ଫେର ଥରେ କଡାକଡି ହେବା ନିୟମ୍ ମାନେ ।


ବିହାଘର , ସାମାଜିକ୍ ଆର୍ ସାଂସ୍କୃତିକ୍ ଉତ୍ସବ୍ , ଖେଲ, ଶିକ୍ଷାନୁଷ୍ଠାନ ମାନକୁଁ ଯେନ୍ତା ଅଧିକା ସଂଖ୍ୟାନେ ଲୋକ୍ ଠୋଲ ନାଇଁ ହେବେ ସେଉପରେ ଧିଆନ୍ ଦିଆଯିବା । ଜିଲ୍ଲା ପ୍ରଶାସନ୍ ଦେଖବେ ଯେ ସ୍କୁଲ , କଲେଜ, ଅଙ୍ଗନବାଡି ସେଣ୍ଟରକେ ରେଗୁଲାର ସଫା କରାଯାଉଛେ କି ନାଇଁ । ସାନିଟାଇଜ୍ କାମ୍ ଇ ସବୁ ଜାଗାନେ ଚାଲୁ ରହେବା । ମାଷ୍ଟର, ଛାତ୍ରଛାତ୍ରୀ, ଷ୍ଟାଫ ଆର୍ ଅଲଗା ଅଧିକାରୀ ମୁହେଁ ମାସ୍କ, ପିନ୍ଧବାର ସାଙ୍ଗେ ସୋସିଆଲ ଡିଷ୍ଟାନ୍ସ, ଥର୍ମାଲ ସ୍କାନିଂ, ଆର୍ ରେଗୁଲାର ସାନିଟାଇଜର ବେଭାର କରବେ । ଶିକ୍ଷାନୁଷ୍ଠାନ ମାନକୁଁ ପାଠପଢା ଛଡା ଆର କିଛି କାର୍ଯ୍ୟକ୍ରମ୍ ନାଇଁ କରାଯାଏ । ହୋଟେଲ , ଢାବା, ରେସ୍ତୋରାଁ ଆର୍ ଯେନେ ବି ଖାଏବାର୍ ପିବାର୍ ମିଲୁଛେ, ସେନ ସୋସିଆଲ ଡିଷ୍ଟାନସ କେ ଲୋକ୍ ଧିଆନ୍ ଦେଉଛନ୍ କି ନାଇଁ ସେ ଉପରେ ବି ପୁଲିସ ଯାଞ୍ଚ କରବେ । ତାର ସାଙ୍ଗେ ନିୟମ୍ ଯେନେ ନାଇଁ ମାନୁଥିବାର୍ ନଜରକେ ଆସବା ସେନେ କଡ କାର୍ଯ୍ୟାନୁଷ୍ଠାନ ବି ନିଆଯିବା । ହେନ୍ତା କୋଭିଡ ନିୟମ୍ ଭାଙ୍ଗଲେ ଦୁକାନ୍ ବି ସିଲ୍ କରାଯିବା । ଇନେଇ ଏସଆରସି ଶ୍ରୀ ପ୍ରଦୀପ ଜେନା ସବୁ ଜିଲ୍ଲାପାଲ ମାନକୁଁ ସତର୍କ ରହେବାରକେ ଚିଠି ଲେଖିଛନ୍ । ଏସଆରସିକୁଁ ସବୁ ହପ୍ତାନେ ରିପୋର୍ଟ ଦେବେ ଜିଲ୍ଲାପାଲ ।

Leave A Reply

Your email address will not be published.