ଲଗତାର୍ ଦୁଇ ବଛର୍ ହେବା ଜଗନ୍ନାଥଙ୍କର୍ ନାଗାର୍ଜୁନ ବେଶ୍

ବୀର୍ ବେଶେ ସଜେଇ ହେବେ ଚତୁର୍ଦ୍ଧା ମୂର୍ତ୍ତୀ

0

କାହିଁ ୨୬ ବରସ୍ ଉତ୍ତାରୁ ହେବାକେ ଯାଉଛେ ପୁରୀରେ ବଡ୍ ମହାପୁରୁ ମାନକର୍ ନାଗାର୍ଜୁନ ବେଶ୍। ଚତୁର୍ଦ୍ଧା ମୂର୍ତ୍ତୀ ଆଏବାର୍ ନଭେମ୍ବର ୨୭ ତାରିଖ୍ ଦିନ ବୀର୍ ବେଶେ ସଜେଇ ହେବେ। ବାକି ଇହାଦେର୍ ଇ କୋରୋନାର ପ୍ରକୋପ ଭିତରେ ସରକାର କରିଥିବାର୍ ସବୁ ନିୟମ୍ ଅନସାରେ ହିଁ ନାଗାର୍ଜୁନ ବେଶର୍ ସବୁ ବିଧି କରାଯିବା ବଲିକରି ଶ୍ରୀମନ୍ଦିର ପ୍ରଶାସନ୍ ତରଫନୁ କୁହା ଯାଇଛେ। ବାକି ଇ ସବୁ ଭିତରେ ସବୁନୁ ବଡ୍ ଅସବିଧାଟା ହଉଛେ ଯେ ମହାପୁରୁ ମାନକର ଇ ବେଶ୍ କେ ଭକ୍ତମାନେ ପାଖୁ ଦର୍ଶନ କରବାର୍ ଅନୁମତି ନାଇନ। ହେଥିରଲାଗି ଖାଲି ରାଏଜ ନାଇ, ସାରା ଦେଶୁ ଆର୍ ସାରା ସଁସାରୁ ଯେନ୍ ଭକ୍ତ ମାନେ ଇ ବେଶକେ ପୁରୀକେ ଆସିକରି ଦର୍ଶନ କରବାର୍ ଆଶ୍ ରଖିଥିଲେ ସମକର୍ ମନଦୁଖ୍ ହେଇଛେ। ବାକି ପଣ୍ଡିତ୍ ଆଜ୍ଞା ମାନେ କହିଛନ୍ ଯେ ଆଏବାର୍ ବଛର୍ ୨୦୨୧ ନଭେମ୍ବର ୧୫ ନୁ ମାହାପୁରୁଙ୍କର୍ ଇ ବେଶ୍ ଫେରଥରେ ହେବା। ଇକଥା କେ ଜାନିକରି ଭକ୍ତମାନେ କେତନିକେତେ ଖୁସ୍ ହେଇଛନ୍।

ନାଗାର୍ଜୁନ ବେଶ୍: କିଛି ଖାସ୍ କଥା
୧- ନାଗାର୍ଜୁନ ବେଶ୍ ଥି ମାହାପୁରୁ ମାନେ ବୀର ବେଶେ ସଜେଇ ହେସନ୍ ।
୨- ଇଥି କାଲିଆ ଆର୍ ବଲିଆ ଦୁହି ଭାଏ ନାଗା ବେଶ୍ ହେସନ୍ ଆରୁ ତାଙ୍କର୍ ବୁହେନ୍ ସୁଭଦ୍ରା ଭୁବନେଶ୍ୱରୀ ବେଶେ ସଜେଇ ହେସନ୍ ।
୩- ଇ ବେଶ୍ ଟା ବହୁତ୍ ପୁରାତନ୍ ତ ନୁହେଁ କିନ୍ତୁ ସାରା ବିଶ୍ବନେ ବିରଲ୍ ଆଏ ବଲିକରି ସଂସ୍କୃତି ଗବେଷକ୍ ମାନେ କହେସନ୍।
୪- ଆଘୋର୍ ସମିଆନେ ଶ୍ରୀମନ୍ଦିର ଉପରେ ହେଇଥିବାର୍ ଅନେକ୍ ଆକ୍ରମଣ୍ ବିରୋଧନେ ଲଢିକରି ନାଗା ବାବା ମାନେ ଯେନ୍ ପ୍ରକାର୍ ବୀରତା ଆରୁ ସମର୍ପଣ୍ ଦେଖେଇଥିଲେ, ସେଟା କେ ମନେ ପକେଇକରି ବି ମାହାପୁରୁମାନକର୍ ଇ ବେଶ୍ ହେଉଥିବାର୍ କିମ୍ବଦନ୍ତୀ ରହିଛେ।

Leave A Reply

Your email address will not be published.