ବଢୁଛେ ଚାଷୀ ଅସନ୍ତୋଷ, ହେଇନାଇଁ ପାରବାର ସମାଧାନ୍‌

ଆଏବାର ୧୪ ତାରିଖନୁ ଦେଶଭରନେ ଅନଶନ୍‌ନେ ବସବେ ଚାଷୀ

0

କେନ୍ଦ୍ରର ନୂଆଁ କୃଷି ଆଇନକେ ବିରୋଧ କରିକିନା ଇହାଦେ ଭିଲ୍ ଦେଶସାରା ଚାଲିଛେ ଚାଷୀ ଆନ୍ଦୋଲନ୍ । କୃଷ୍କ ସଙ୍ଗଠନ୍ ଆଡୁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥନେ ଚକା ଜାମ୍ କରବାର ଚେତାବନୀ ଦିଆଯାଇଛେ । ଯାର ବାଦ୍ ପୁଲିସ ଆଡୁ ସୁରକ୍ଷାକେ ବଢେଇ ଦିଆଯାଇଛେ । ସେଆଡେ ହରିୟାଣାର ଚାଷୀମାନେ ଗୁଟେ ଟୋଲ୍ ପ୍ଲାଜା ଘେରାଉ କରିଛନ୍ ।

ଡିସେମ୍ବର ୧୪ ତାରିଖନୁ ସବୁ ଚାଷୀନେତା ସିଂଘୁ ସୀମାନେ ଆମରଣ ଅନଶନ୍‌ନେ ବସବେ ବଲିକରି ଘୁଷନା କରିଛନ୍ । କେନ୍ଦ୍ର ଆଡୁ ହେଇଥିବାର ତିନିହି କୃଷି ଆଇନ୍ ନାଇଁ ବଦଲାବାର ତକ୍ ଇ ଅନଶନ୍ ଦେଶସାରା ଚାଲବା ବଲି ଚେତାବନୀ ଦିଆଯାଇଛେ । ଆଏବାର କାଲି ଟ୍ରାକ୍ଟର ଧରିକରି ଚାଷୀ ବିକ୍ଷୋଭ୍ କରବେ । ରାଜସ୍ଥାନର ଶାହଜାହନପୁରନୁ ଗୁଟେ ପଟୁଆର ହେଇକରି ଚାଷୀ ଟ୍ରାକ୍ଟର ଧରିକରି ବାହାରିବେ । ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ଛେକିଛନ୍ । ସେଆଡେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା କହିଛନ୍ ଯେ, କେନ୍ଦ୍ର ସରକାର ଇତାର ସମାଧାନ୍ ବାହାର କରବାରନେ ଲାଗିଛନ୍ ।

ଆଉ ଥରେ ୭ ନମ୍ବର ଥର ଲାଗି ଚାଷୀ ଆରୁ ସରକାରକଁର ଭିତରେ ଆଲୋଚନା କରାଯାଇ କରି ଇତାର ସମାଧାନ୍ କରାଯିବା ବଲି କହିଛନ୍ ସେ । କେନ୍ଦ୍ର କୃଷୀ ଆଇନ୍ ନେଇକରି ଗଲା କିଛି ଦିନ୍ ଚାଷୀ ଆନ୍ଦୋଳନ୍ ବଢିଥିବାର ବେଲକେ ଚାଷୀ ଆରୁ ସରକାରକଁର ଭିତରେ ୬ ଥର୍ ବୈଠକ ହେଇସାରିଛେ । ହେଲେ ଇହାଦେ ତକ୍ ଇତାର ସମାଧାନ୍ ନାଇଁ ହେଇପାରି । ଚାଷୀକଁର ଭିତରେ ଇହାଦେ ଭିଲ୍ ଅସନ୍ତୋଷ ଥିବାର ଦେଖବାକେ ମିଲିଛେ । ଯେତେବେଲ ତକ୍ ଚାଷୀକଁର ଦାବି ପୁରା ନାଇଁ କରାଯାଏ ସେତେବେଲ ତକ୍ ଆନ୍ଦୋଲନ୍ ଦେଶଜାକ ଲାଗୁ ହେଇଥିବା ବଲି ଚାଷୀ ସଙ୍ଗଠନ୍ ଆଡୁ କୁହାଯାଇଛେ ।

Leave A Reply

Your email address will not be published.