କପା-ମକା ମଣ୍ଡି ଖୁଲବାର ଲାଗି ଦାବି

ନୂଆପଡ଼ାନେ କପା-ମକା ମଣ୍ଡି ଖୁଲବାର ଦାବିନେ ରାସ୍ତାକେ ଉତରିଲେ ଚାଷୀ 

0

ନୂଆପଡା ଜିଲ୍ଲା କପା ଆରୁ ମକା ଚାଷ ଉପରେ ଚାଷୀ ଅଏତକା ନିର୍ଭର କରିଥିସନ୍ । ଇ ବରଷ୍ ନୂଆପଡ଼ା ଜିଲ୍ଲାନେ ୮ ହଜାର ହେକ୍ଟର ଜମିନେ ମକା ଆରୁ ୧୨ହଜାର ହେକ୍ଟର ଜମିନେ କପାଚାଷ କରାଯାଇଛେ । ହେଲେ ଇହାଦେ ତକ୍ ଜିଲ୍ଲାନେ ମଣ୍ଡି ନାଇଁ ଖୁଲିଥିବାରନୁ ଚାଷୀ ମାନକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ । ଚାଷୀ ତାକଁର ପରିଶ୍ରମର ମୂଲ୍ୟ ପାଏବାରନୁ ବଂଚିତ୍ ହେଇଛନ୍ । ଇତାର ପ୍ରତିବାଦ୍‌ନେ ଜୟ କିଷାନ୍ ମଜଦୁର ସଂଗ୍ରାମ ପରିଷଦ ଆଡୁ ୩୫୩ ଜାତୀୟ ରାଜପଥନେ ରାସ୍ତା ଛେକି ଥିଲେ । ଧାନ ମଣ୍ଡି ସାଙ୍ଗେ ମକା ଆରୁ କପା ମଣ୍ଡି ଖୁଲବାର ଲାଗି ଆଘୋନୁ ଜିଲ୍ଲାପାଳକଁର ଅଫିସ୍ ଘେରିକରି ଗୁଟେ ଦାବି ପତର ଭିଲ୍ ଦେଇଥୀଲେ । ହେଲେ ଇହାଦେ ତକ୍ ପ୍ରଶାସନ ଆଡୁ କେନସି ପଦକ୍ଷେପ୍ ନାଇଁ ନିଆଯାଇଥିବାରନୁ ଫେର ରାସ୍ତାକେ ଉତରିଛନ୍ ଚାଷୀ ।

ସେଆଡେ ମକା ମଣ୍ଡି ଖୁଲବାର ଲାଗି କେନସି ସରକାରୀ କ୍ରୟ ସଂସ୍ଥା ନାଇଁଥିବାରନୁ ମଣ୍‌ଡି ଖୁଲବାରନେ ସମସ୍ୟା ରହିଛେ । ହେଲେ ଆଏବାର ୧୫ ତାରିଖନୁ କପା ମଣ୍ଡା ଖୁଲବାର ନେଇକିନା ପ୍ରସ୍ତୁତି ଚାଲିଥିବାର କହିଛନ୍ ନୂଆପଡା ଜିଲ୍ଲାପାଲ । ଜିଲ୍ଲାର ୭୦ନୁ ୮୦ ଭାଗ୍ ଲୋକ୍ ଚାଷ କାମ୍ କରି କିନା କୁଟୁମ୍ ପୁଷୁଥିବାର ବେଲକେ ଧାନ ଚାଷ ହିସାବେ କପା ଚାଷ ଅଏତକା କରିଥିସନ୍ । ଚାଷୀ ଇ ବରଷ କପା ଅମଲ କରିସାରିକିନା କିଛି ନିଜର ଲାଗି ରଖିକରି ବାକି କପାକେ ଶାଗ୍ ମାଛ୍ ଦାମ୍‌ଥି ବଜାରେ ବିକି ଦେଉଥିବାର ଅଭିଯୋଗ କରିଛନ୍ । ଯେନଟାକେ ନେଇକରି ଚାଷୀ ଅସନ୍ତୋଷ ବଢି ବଢି ଚାଲିଛେ ଆରୁ ଇ ନେଇକରି ଜିଲ୍ଲା ପ୍ରଶାସନ ଭିଲ୍ ଦୃଷ୍ଟି ନାଇଁ ଦେଉଥିବାର ଅଭିଯୋଗ ହେଇଛେ ।

Leave A Reply

Your email address will not be published.