ଦେବଦୂତ୍ ସାଜଲେ ଆମ୍ବୁଲାନ୍ସ କର୍ମଚାରୀ

ଗର୍ଭବତୀ ମହିଲାକୁଁ ଷ୍ଟ୍ରେଚର୍‌ନେ ବୁହିକରି ନେଲେ ୨ କିଲୋମିଟର

0

ସମ୍ବଲପୁର କିସିଣ୍ଡା ବାହ୍ମନୀପାଲି ଗାଁନେ ଗୁଟେ ଏନ୍ତା ଘଟନାଟେ ଦେଖବାକେ ମିଲିଛେ ଯେନଠାନେ କି ଇତାର ପ୍ରମାଣ ମିଲିଛି ଯେ ଆମ୍ବୁଲାନ୍ସ କର୍ମଚାରୀକୁଁ ଦେବଦୂତ୍ କୁହାଯାଇସି । ଜନେ ଗର୍ଭବତୀ ମହିଲାକଁର ଘର ପାଶକେ ଯେତକିବେଲେ ଆମ୍ବୁଲାନ୍ସ ନାଇଁ ଯାଇପାରଲା , ସେତକିବେଲେ ଆମ୍ବୁଲାନ୍ସନେ ଥିବାର ଫାର୍ମାସିଷ୍ଟ, ଡ୍ରାଇଭର, ଆରୁ ହେଲ୍ପର ମିଶିକରି ଷ୍ଟ୍ରେଚରନେ ବୁହିକରି ଆନିଥିଲେ । ସୂଚନା ହିସାବେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଗାଁର ସବିତା ନାୟକ ଗର୍ଭବତୀ ଥିଲେ । ଶୁକ୍ରବାର ଦିନ୍ ତାକଁର ପ୍ରସବ ଯନ୍ତ୍ରଣା ଆରମ୍ଭ ହେଇଥିବାର ବେଲେ ତାକୁଁ ମେଡିକାଲ ନେବାର ଲାଗି ଆମ୍ବୁଲାନ୍ସକେ ଫୋନ୍ କରିଥିଲେ ପରିବାର ଲୋକ୍ । ହେଲେ ତାକଁର ଘରକେ ଯିବାର ଆଘୋନୁ ବାଟେ ଥିବାର ନାଲା ଲାଗି ଗାଡି ବାଟେ ଅଟକି କରି ରହିଥିଲା ।

ଆମ୍ବୁଲାନ୍ସ ଯିବାର କେନସି ସୁବିଧା ନାଇଁ ହେବାରନୁ ଶେଷେ ଡ୍ୟୁଟିନେ ଥିବାର ଫାର୍ମାସିଷ୍ଟ , ଆମ୍ବୁଲାନ୍ସ ଡ୍ରାଇଭର ଆରୁ ଦୁଶରା କର୍ମଚାରୀ ଗର୍ଭବତୀକଁର ଘରେ ପୁହୁଁଚିଥିଲେ । ଆରୁ ତାକଁର ପରିବାରର କିଛି ଲୁକକଁର ସାହାଜନେ ନିଜେ ୨ କିଲୋମିଟର ବୁହିକରି ଆମ୍ବୁଲାନ୍ସ ପାଶକେ ଆନିଥିଲେ । ମହିଲାକୁଁ ନାକଟିଦେଉଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରନେ ଭର୍ତ୍ତି କରାଯାଇଥିବାର ବେଲକେ ସେ ଗୁଟେ ପିଲାକେ ଜନମ୍ ଦେଇଛନ୍ । ମାଁ ଛୁଆ ଦୁହିଁକର ଦିହି ଭଲ ଥିବାର ନେଇକରି ଜନାପଡିଛେ । ଯେନ ସମିଆଁନେ ଲୋକ୍ ନିଜର କାମ୍ କରବାକେ କଧରି ଦେଉଛନ୍‌, ସେତକିବେଲକେ ଇ ତିନ୍‌ହେ ଗୁଟେ ମାଁ ଆର ହେବାରକେ ଥିବାର ଛୁଆର ଜୀବନ୍‌କେ ବଂଚାବାର ଲାଗି ଯେନ୍ ଚେଷ୍ଟା କରିଛନ୍ ସେଟାକେ ନେଇକରି ସେ ଏରିଆନେ ଇହାଦେ ଚର୍ଚ୍ଚା ଚାଲିଛେ ।

Leave A Reply

Your email address will not be published.