ମେଘୁଆ ପାଗ୍‌ ଲାଗି ଚାଷୀକଁର୍‌ ମୁଡବଥା

0

ବରଗଡନେ ଖରିଫ୍‌ ଧାନ୍‌ ସଂଗ୍ରହର୍‌ ପକ୍ରିୟା ଚାଲିଥିବାର ବେଲେ ତାର ସାଙ୍ଗେ ଧାନ କିନାବିକା ଭିଲ୍‌ ଆରମ୍ଭ ହେଇଯାଇଛେ । ଟୋକନ୍‌ କଟକନା ଲାଗି ଇ ବଛର୍‌ ଧାନ ମଣ୍ଡିନୁ ଧାନ୍‌ ଆନି ନାଇ ପାରବାର୍‌ ଚାଷୀ । ଧାନ୍‌ ରଖ୍‌ବାର୍‌ ସୁବିଧା ନାଇ ହେଉଥିବାର୍‌ନୁ ଖୁଲାନେ ଧାନ ସବୁ ପଡି ରହିଛେ । ଆର୍‌ ସେଆଡେ ୩ଦିନ ହେଲାନ ଜିଲ୍ଲାନେ ମେଘୁଆ ପାଗ୍‌ ସାଙ୍ଗେ ଝିପ୍‌ ଝିପ୍‌ ବର୍ଷା ହେଉଥିବାରନୁ ଚାଷୀକଁର ଚିନ୍ତା ବଢି ଯାଇଛେ । ଏନ୍ତା ପାଗ୍‌ଥି ଧାନ୍‌ ଖୁଲାନେ ପଡି ରହିଥିବାରନୁ ଧାନ ସବୁ ଖରାପ୍‌ ହେଇଯିବା ବୋଲି ଚାଷୀ ମାନକଁର୍‌ ମୁଡେ ଇହାଦେ ଚଡକ୍‌ ପଡିଛେ । ଧାନ୍‌ ବିକ୍ରି ନାଇ ସରିଥିବାର୍‌ନୁ ଶ୍ରମିକ୍‌ ମାନେବି ତାକଁର୍‌ ପାରିଶ୍ରମିକ୍‌ ନାଇ ପାଇପାରବାର୍‌ । ମହାମାରୀ ଲାଗି ଦୁସରା ଜାଗାନୁ ଶ୍ରମିକ ମାନେ ନାଇ ଆସିପାରବାର୍‌ ନୁ ଶ୍ରମିକ୍‌ ଅଭାବ ଲାଗି ଚାଷୀ ମାନେ ହାର୍ଭେଷ୍ଟନେ ଧାନ ଚାଷ୍‌ କରିଥିଲେ । ବର୍ଷା ପାଗେ ଖରା ନାଇ ପଡୁଥିବାର୍‌ନୁ ଧାନ୍‌କେ ଖରାଥି ଶୁଖେଇ ନାଇ ପାରବାର୍‌ ଚାଷୀ । ଯେନଟା ଧାନ୍‌କେ ଗଜା କରବାର୍‌ ଇହାଦେ ଡର୍‌ ରହିଛେ । ସେଆଡେ ଚାଷୀ ମାନକୁଁ ତାକଁର୍‌ ପରିଶ୍ରମର୍‌ ଭଲ୍‌ ଲାଭ୍‌ ନାଇ ମିଲୁଥିବାରକେ ନେଇକରି ଚାଷୀ ମାନେ ଅଭିଯୋଗ୍‌ ଆନିଛନ୍‌ । ହେଲେ ଗୁରୁବାର୍‌ ତକ୍‌ ୯ଲାଖ୍‌ ୯୭ହଜାର୍‌ କୁଇଣ୍ଟାଲ୍‌ ଧାନ୍‌ ଘିନା ହେଇଥିବାର୍‌ ଜନା ପଡିଛେ ।

Leave A Reply

Your email address will not be published.