ମାୟାନଗରୀନେ ବିଜଲି ସେବା ଠପ୍‌

ଗ୍ରୀଡ ଫେଲ୍ ମାରବାରନୁ ମୁମ୍ବାଇନେ ବିଜଲି ସେବା ପୂରା ଠପ୍

0

ମୁମ୍ବାଇନେ ବିଜଲି ସେବା ଠପ୍ । ଗ୍ରୀଡ ଫେଲ ମାରବାରନୁ ମୁମ୍ବାଇର ଖୋବଟେ ଇଲାକାନେ ବିଜିଲି ସେବା ବନ୍ଦ ହେଇଯାଇଛେ । ଅଚାନକ୍ ବିଜଲି ସରବରାହ ବନ୍ଦ ହେଇଯିବାରନୁ ସାଧାରଣ ଜୀବନ ଯାତ୍ରା ଉପରେ ଇତାର ଅସର ପଡିଥିବାର ଦେଖବାକେ ମିଲିଛେ । ଟ୍ରାଫିକ୍ ବେବସ୍ଥାନୁ ନେଇ କରି ଲୋକାଲ ଟ୍ରେନ୍‌, ମେଟ୍ରୋ ସେବାନେ ଭିଲ ବାଧକ ବନିଛେ । ଟ୍ରେନ୍ ଆର ମେଟ୍ରୋ ଅଧାରାସ୍ତାନେ ବନ୍ଦ ପଡିଥିବାରନୁ ଯାତ୍ରୀ ବନେ ହଇରାନ ହେଉଛନ୍ । ନିଜର ଗନ୍ତବ୍ୟ ସ୍ଥଲକେ ପୁହୁଞ୍ଚି ନାଇଁ ପାରିକିନା ଷ୍ଟେସନ୍‌ନେ ବସି ରହିଛନ୍ । ଡାକ୍ତରଖାନା ମାନକେ ରୋଗୀ ସେବା ବାଧକ ବନିଥିବାର ବେଲେ ଇସବୁକେ ବିଜଲି ଯୁଗାବାର ବେବସ୍ଥା କରାଯାଇଛେ ।

ଜହକରି ଆଇସିୟୁନେ ବିଦ୍ୟୁତ୍ ସେବା ଉପଲବ୍ଧ କରାଯାଇଛେ । ବିଦ୍ୟୁତ ଯୁଗୋଉ ଥିବାର କାରଖାନାର ଗ୍ରୀଡ୍ ଫେଲ ମାରବାରନୁ ବିଜଲି ସେବା ବନ୍ଦ ହେଇଥିବାର କହିଛେ ମୁମ୍ବାଇ ଟାଉନସିପନେ ଥିବାର ଯୋଗାଣ କମ୍ପାନୀ ବେଷ୍ଟ । ମୁମ୍ବାଇର ପୂର୍ବ, ପଶ୍ଚିମ, ତଥା ଉପାନ୍ତ ଆର ଥାଣେ ଅଂଚଲର କିଛି ଜାଗାନେ ସେବା ଠପ୍ ହେଇଛେ । ସେଆଡେ ଗ୍ରୀଡ୍ ଫେଲ୍ ମାରିଥିଲେ ଭିଲ ଗୁଟେ ଘଂଟା ଭିତରେ ନୈବି ମୁମ୍ବାଇ ଆର ପଶ୍ଚିମ ଉପାନ୍ତ ଇଲାକାନେ ବିଜଲି ସେବା ଯୁଗେଇ ଦିଆଯାଇଛେ । ଦୁଶରା ଇଲାକା ମାନକେ ଖୋବ ଜଲଦି ବିଜଲି ଯୁଗାଯିବାର ବ୍ୟବସ୍ଥା କରାଯାଉଥିବାର କୁହାଯାଇଛେ ।

Leave A Reply

Your email address will not be published.