ଖୁଲବା ପୁରୀ ଜଗନ୍ନାଥ ମନ୍ଦିର

ନୂଆଁବରଷ୍‌ନୁ ଭକତ୍‌କଁର ଦର୍ଶନ୍ ଲାଗି ଖୁଲାବା ଜଗନ୍ନାଥ ମନ୍ଦିର, ଛତିଶାନିଯୋଗ ବୈଠକନେ ଆଲୋଚନା

0

୯ ମାସ୍ ଉତାରୁ ଭକତ୍‌କଁର ଲାଗି ଖୁଲବା ପୁରୀ ଜଗନ୍ନାଥ ମନ୍ଦିର । ମନ୍ଦିର ଖୁଲବାର ନେଇକରି ରାଜ୍ୟ ସରକାରକୁଁ ସୁପାରିସ୍ କରାଯିବା । ଯଦି ସୁପାରିସ୍ ହିସାବେ ରାଜ୍ୟ ସରକାର ମନ୍ଦିର ଖୁଲବାର ଲାଗି ଅନୁମତି ଦେବେ ମନ୍ଦିର ପ୍ରଶାସନ୍ ଆଡୁ ଇ ଦିଗନେ ଜଲଦି କେନସି ପଦକ୍ଷେପ୍ ନିଆଯିବା । କରୋନା ଗାଇଡଲାଇନ୍ ହିସାବେ ଭକତ୍‌କୁଁ ମାହାପୁରୁକଁର ଦର୍ଶନ୍ କରବାର ଲାଗି ଅନୁମତି ଦିଆଯିବା । ଆଏବାର ୨୨ରୁ ୨୮ ତାରିଖ ଭିତରେ ଭକ୍ତୁଁ ମାହାପୁରୁକଁର ଦର୍ଶନ ଲାଗି ଛହାଯିବା ବଲିକରି ସୂଚନା ଦିଆଯାଇଛେ ଶ୍ରୀମନ୍ଦିର ପ୍ରଶାସନ ଆଡୁ ।

ପୁରୀ ଜଗନ୍ନାଥ ମନ୍ଦିର ଖୁଲବାର ନେଇକରି ଆଏଜ୍ ଛତିଶାନିଯୋଗର ଗୁଟେ ଜରୁରୀ ବୈଠକ ଡକାଯାଇକରି ଏନ୍ତା ନିଷ୍ପତ୍ତି ନିଆଯାଇଥିବାର କହିଛନ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ଆଏବାର ୨୨ରୁ ୨୮ ତାରିଖ ଭିତରେ ଜଲଦି ମନ୍ଦିର ଖୁଲବାର ଲାଗି ରାଜ୍ୟ ସରକାର ଅନୁମତି ଦେଉଛନ୍ ତାହେଲେ ଇ ଚାର ପାଂଚ ଦିନ୍ ଖାଲି ପୁରୀର ଭକତ୍‌କୁଁ ଦର୍ଶନ୍ ଲାଗି ଛଡାଯିବା ମନ୍ଦିର ଭିତରକେ ।

ସେନ୍ତା ନୂଆବରଷ୍ ଆସୁଥିବାରନୁ ପୁରୀନେ ଭକତ୍‌କଁର ଭିଡ୍ ହେବାକେ ଥିବାରନୁ ଜାନୁଆରୀ ୧ ଆରୁ ୨ ତାରିଖ୍‌ନେ ଭକତ୍‌କୁଁ ଦର୍ଶନ୍ ବାରଣ କରାଯିବା । ଜାନୁଆରୀ ୩ ତାରିଖନୁ ଦୁଶରା ଅଂଚଲର ଲୋକମାନକୁଁ ଦର୍ଶନ୍ ଲାଗି ସୁଯୋଗ ଦିଆଯିବା । ପହେଲା ହପ୍ତାନେ ୫ ହଜାର ଲୁକକୁଁ ଦର୍ଶନ୍ ଲାଗି ଛଡାଯିବା । ଠିକ୍ ହିସାବେ ଦର୍ଶନ ହେଇପାରଲେ ଆଗକେ ବେଶୀ ଭକତକୁଁ ଭିତରକୁ ଛଡାଯିବା ।

ପୁରୀ ବାହାରୁ ଆସୁଥିବାର ଭକତ୍‌କୁଁ କରୋନା ନେଗେଟିଭ୍ ରିପୋର୍ଟ ଦେଖାବାକେ ପଡବା । ଭକତ୍‌କଁର ଲାଗି ମାସ୍କ ବେଭହାର ଆରୁ ହାତ୍ ସାନିଟାଇଜ୍ କରବାର ବାଧ୍ୟତାମୂଳକ କରାଯିବା । ମନ୍ଦିର ଭିତରକେ ଦୀପ୍ କି କେନସି ଫୁଲ୍ ନେବାର ଲାଗି ବାରଣ କରାଯାଇଛେ । ଇଥିର ଲାଗି ଦୁଶରା ବେବସ୍ଥା କରାଯିବା ।

Leave A Reply

Your email address will not be published.