ସମ୍ବଲପୁରୀ-କୋଶଲୀକେ ଜଲ୍‌ଦି ସାମ୍ବିଧାନିକ୍ ମାନ୍ୟତା ମିଲୁ

0

ଓଡିଶାର୍ ସାମଗ୍ରିକ୍ ବିକାଶ୍‌ଲାଗି ରାଜ୍ୟ ସରକାର୍ ବହୁତ୍‌ଟେ ପ୍ରସ୍ତାବ୍ କେନ୍ଦ୍ର ସରକାରଙ୍କୁ ଦେଇଥିଲେବି ସେ ସବୁକେ ଇହାଦେତକ୍ ଅବହେଲା କରାଯାଇଛେ । ହେଥିର୍ ଲାଗି ଓଡିଶାର୍ ଲୁକେ ଟାକିକରି ଅଛନ୍ ତାଲି ଯେ କେଭେ ସେମାନ୍‌କର୍ ଦାବୀ ସବୁ ପୁରା ହେବା ବଲିକରି ଆଏଜ୍‌କା ରାଜ୍ୟସଭାନେ ପ୍ରଶ୍ନ ପଚାରିଛନ୍ ମାନ୍ୟବର ସାଂସଦ୍ ଡକ୍ଟର୍ ସଂସ୍ମିତ୍ ପାତ୍ର । ତାର୍ ଭିତରେ ଗୁଟେ ବଡ୍ ଦାବିଟେ ହେଉଛେ ସମ୍ବଲପୁରୀ-କୋଶଲୀକେ ଜଲ୍‌ଦି ସାମ୍ବିଧାନିକ୍ ମାନ୍ୟତା ଯେନ୍‌ଟାକେ କି ବହୁତ୍ ଲୋକ୍ ଟାକିଛନ୍ । ରାଜ୍ୟ ସଭାନେ ଲଗାତାର୍ ଭାବେ ନିଜର୍ କଥାକେ ନିଜର୍ ମାତୃଭାଷା ଓଡିଆନେ ରଖିିକରି ଡକ୍ଟର୍ ପାତ୍ର ବହୁତ୍ ଥର ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭାର୍ ଅଧ୍ୟକ୍ଷ ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଆର୍ ଅଲଗା ସଦଶ୍ୟ ମାନକର୍‌ନୁ ବହୁତ୍ ପ୍ରଶଂସା ପାଇଛନ୍ । ତାଁକର୍ ଇ ଓଡିଆଥି ସଂସଦ୍‌ନେ କହେବାର୍ ଟାକେ ରାଏଜର୍ ଲୁକେ ଭିଲ୍ ପ୍ରଶଂସା କରିଛନ୍ ।

ରାଜ୍ୟର୍ କଥା ଉଠେଇକରି ମାନ୍ୟବର ସାଂସଦ୍ ଡକ୍ଟର୍ ସଂସ୍ମିତ୍ ପାତ୍ର କହିଥିଲେ ଯେ ଓଡିଶା ବହୁତ୍‌ଟେ ଗଠନ୍‌ମୂଲକ୍ ପ୍ରସ୍ତାବ୍ ମାନେ କେନ୍ଦ୍ର ସରକାର୍‌କଁର୍ ଠାନେ ବହୁତ୍ ଦିନ୍ ହେଲା ରଖିସାରିଛେ ଯେନ୍‌ଟା ମାନେକି ଇହାଦେତକ୍ ଶୀତଲ୍ ଭଣ୍ଡାର୍‌ରେ ପଡଲା ବାଗିର୍ ପଡିଛେ ତାଲି । ପୁରୀଠାନେ ଗୁଟେ ଆର୍ନ୍ତଜାତୀୟ ଶ୍ରୀଜଗନ୍ନାଥ ଏୟାର୍‌ପୋର୍ଟ ଲାଗି ବହୁଦିନ୍ ହେଲା ଓଡିଶାର୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ୍ ପ୍ରସ୍ତାବ୍ ଦେଇସାରିଛନ୍ । ସୁନ୍ଦରଗଡଠାନେ ଓଡିଶାର୍ ଦୁଇ ନମ୍ବର୍ ଏମ୍ସ୍ ଖୁଲବାର୍ ପ୍ରସ୍ତାବ୍‌ବି ପଡିରହିଛେ । ଓଡିଶାନେ ବିଧାନ୍ ମଣ୍ଡଲ୍‌ର ଦୁଇନମ୍ବର୍ ଗୃହ ହିସାବେ ବିଧାନ୍ ପରିଷଦ୍ ଖୁଲବାର୍ ପ୍ରସ୍ତାବ୍‌ବି ସେନ୍ତା ଏକା ଅଛେ ତାଲି । ଓଡିଶାର୍ ସବୁ ପ୍ରକାରର୍ ଅବସ୍ଥାକେ ବିଚାର୍‌କେ ନେଲେ ଜଲ୍‌ଦି ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ଦିଆଯିବାର୍ କଥା ବଲିକରି ରାଜ୍ୟ ବହୁତ୍‌ଥର୍ କହିସାରିଛେ ବାକି କେନ୍ଦ୍ର ସରକାର ୧୪ତମ୍ ଅର୍ଥ କମିସନ୍‌ର ବାହାନା ଦେଖେଇକରି ସେ ଦାବୀକେ ବି ନାଇଁ ଶୁନାଯିବାର୍ ।ଇ ସାଙ୍ଗେ ଆହୁରିଗୁଟେ ବଡ୍ ଭାବାବେଗ୍‌ର କଥା ହେଉଛେ ‘ସମ୍ବଲପୁରୀ-କୋଶଲୀ’ ଆର୍ ‘ହୋ’ ଭାଷାକେ ସାମ୍ବିଧାନିକ୍ ମାନ୍ୟତାର୍ କଥା । ଓଡିଶା ବିଧାନସଭା ଯଦିଓ ଭାଷାକେ ଭାରତୀୟ ସମ୍ବିଧାନର୍ ୮ ନମ୍ବର୍ ଅନୁଚ୍ଛେଦ୍‌ନେ ସମିଲ୍ କରବାର୍‌ଲାଗି ସର୍ବସମ୍ମତ୍ ପ୍ରସ୍ତାବ୍ ପଠେଇ ସାରିଛେ ବାକି ଇହାଦେ ତକର୍ ସେ ଦାବୀ ଉପରେ ଭିଲ୍ ଅମଲ ନୁହେ ହୁଏ ତାଲି । ଇସବୁ ଛଡା ବ୍ୟାଙ୍କିଙ୍ଗ୍ କଭରେଜ୍‌, କୁଇଲା ରୟାଲ୍‌ଟି, କ୍ଲିନ୍ ଏନାର୍ଜି ଆର୍ କୋସ୍ଟାଲ୍ ହାଇୱେରବି କଥା ଉଠେଇଛନ୍ ଡକ୍ଟର୍ ପାତ୍ର । ତାଁକର୍ ଇ ଭାଷା ବାବଦରେ ଉଠେଇଥିବାର୍ କଥକେ ନେଇକରି ସମ୍ବଲପୁରୀ-କୋଶଲୀ ଭାଷାପ୍ରେମୀ ମାନକର୍ ମନ୍‌ଭିତ୍‌ରେ ଗୁଟେ ନୂଆଁ ଆଶ୍‌ଟେ ଜାଗିଛେ । ବାକି ଦେଖ୍‌ବାର୍‌କେ ରହେଲାଯେ କେନ୍ଦ୍ର ସରକାର୍ କେଭେ ଇ ଦାବୀ ମାନକର୍ ବାବଦ୍‌ନେ ବିଚାର୍ କରୁଛନ୍ ।

Leave A Reply

Your email address will not be published.