ଡିସେମ୍ବର୍‌ ୮ନେ ହେବା ଭାରତ‌ ବନ୍ଦ୍‌

ଦିଲ୍ଲୀ ଆନ୍ଦୋଲନ୍‌ନେ ମିଶବେ ପଶ୍ଚିମ୍‌ ଓଡିଶାର୍‌ ଚାଷୀ ସଂଗଠନ୍‌

0

ନୁଆ କୃଷି ବିଲ୍‌ର ବିରୋଧ୍‌କେ ନେଇକରି ଚାଷୀ ମାନକଁର୍‌ ଆନ୍ଦୋଲନ୍‌ ଇହାଦେ ଜୋର୍‌ ଧରିଛେ । କୃଷି ବିଲ୍‌କେ ନେଇକରି ସରକାରକଁର୍‌ ସାଙ୍ଗେ ଆଲୋଚନା ବିଫଲ୍‌ ହେବାର୍‌ ଉତାରୁ ୪୦ଟା କୃଷକ୍‌ ସଂଗଠନ୍‌ ଆଡୁ ୮ ଡିସେମ୍ବର୍‌(ମଙ୍ଗଲବାର୍‌) ଦିନ ଭାରତ୍‌ ବନ୍ଦ୍‌ ର୍‌ ଡାକ୍‌ରା ଦିଆଯାଇଛେ । କୃଷି ଆଇନର୍‌ ସଂଶୋଧନକେ ନେଇକରି ଇ ଆନ୍ଦୋଲନ୍‌ କରାଯାଇଥିବାର୍‌ ବେଲେ ଇତାର୍‌ ସଂଶୋଧନ୍‌ ଉପରେ ବିଚାର୍‌ କରାଯିବା ବଲିକରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍‌ କହିଥିଲେ । ଇ ନେଇକରି ଚାଷୀ ମାନେ କୃଷି ଆଇନ୍‌କେ ବଦଲା ଯାଉ ବଲି ଜିଦ୍‌ ଧରିଛନ୍‌ । ଦିଲ୍ଲୀନେ ଚାଷୀ ମାନେ ଆନ୍ଦୋଲନ୍‌ନେ ରାଜ ରାସ୍ତାକେ ବନ୍ଦ୍‌ କରିଥିବାର୍‌ନୁ ସୁରକ୍ଷା କଡାକଡି କରାଯାଇଛେ । କୃଷୀ ଆଇନ୍‌ ନାଇ ବଦଲବାର୍‌ ତକ୍‌ ଆନ୍ଦୋଲନ୍‌ ଜାରି ରହେବା ବଲି ‘ଅଖିଲ୍‌ ଭାରତ କିଷାନ୍‌ ସଭା’ ର ସାଧାରଣ ସମ୍ପାଦକ୍‌ ହନ୍ନନ୍‌ ମୋଲ୍ଲା କହିଛନ୍‌ । ଚାଷୀ ମାନକଁର୍‌ ଦାବି ସରକାର ପୂରଣ ନାଇ କରବାର୍‌ ତକ୍‌ ଆନ୍ଦୋଲନ୍‌ କରାଯିବା ବଲି ଚାଷୀ ମାନେ କହିଛନ୍‌ ।

 

ସେନ୍ତା ପଶ୍ଚିମ ଓଡିଶାନେ ଭିଲ୍‌ ଚାଷୀ ଆନ୍ଦୋଲନ୍‌ ଜୋର୍‌ ଧରିଛେ । ଧାନ୍‌ ବିକା , ଟୋକନ୍‌ ସମସ୍ୟା କେ ନେଇକରି ଚାଷୀ ମାନେ ଆନ୍ଦୋଲନ୍‌ ଆରମ୍ଭ କରିଥିଲେ ହେଲେ ଇହାଦେ ଧାନ୍‌ବସ୍ତା ଧରିକରି ରାଜ ରାସ୍ତାନେ ଆନ୍ଦୋଲନ୍‌ କର୍‌ବେ ଚାଷୀ । ନିଜର ଦାବି ପୂରଣ୍‌ କର୍‌ବାର୍‌ ଲାଗି ସରକାରକୁଁ ଚେତାବନୀ ଦେଇଛନ୍‌ ପଶ୍ଚିମ୍‌ଓଡିଶାର୍‌ କୃଷକ୍‌ ସଂଗଠନ୍‌ । ଦିଲ୍ଲୀ ଆନ୍ଦୋଲନ୍‌ନେ ଭିଲ୍‌ ପଶ୍ଚିମ ଓଡିଶାର୍‌ କୃଷକ୍‌ ସଂଗଠନ୍‌ ମିଶି ଥିବାର ଜନା ପଡିଛେ ।

Leave A Reply

Your email address will not be published.