ଜରୁରୀ ପ୍ରସ୍ତାବନେ ବାଜଲା ମୋହର

୨୦୨୦ର ଶେଷ୍ କ୍ୟାବିନେଟ୍ ବୈଠକନେ ୧୨ଟା ଜରୁରୀ ପ୍ରସ୍ତାବକେ କ୍ୟାବିନେଟ୍‌ର ଅନୁମୋଦନ୍‌

0

ରାଜ୍ୟ କ୍ୟାବିନେଟ ବୈଠକନେ କେତେଟା ଜରୁରୀ ପ୍ରସ୍ତାବନେ ମୋହର ଲଗାଲେ ରାଜ୍ୟ ସରକାର । ୨୦୨୦ର ଶେଷ୍ କେବିନେଟ୍ ବୈଠକନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇକରି ଭିନ୍ ଭିନ୍ ପ୍ରସ୍ତାବନେ ମୋହର ଲଗେଇଛନ୍ । ସରକାରୀ ସ୍କୁଲ ମାନକେ ପଢୁଥିବାର ଛାତ୍ରଛାତ୍ରୀକଁର ଲାଗି ବଡ ଉପହାର ଦେଇଛନ୍ ରାଜ୍ୟ ସରକାର ।

ସରକାରୀ ସ୍କୁଲନେ ପଢୁଥିବାର ଛାତ୍ରଛାତ୍ରୀ ଯେନ୍ତା ପଢା ପ୍ରତି ମନ୍ ଲଗାବେ ଆର ଅଧାନୁ ପାଠପଢା ନାଇଁ ଛାଡବେ ସେ ଦିଗନେ କାମ୍ ଲାଗି ଏନ୍ତା ଚେଷ୍ଟା ମୁଲ କରିଛନ୍ । ସରକାରୀ ହାଇସ୍କୁଲନେ ପଢୁଥିବାର ଛାତ୍ରଛାତ୍ରୀକଁର ଲାଗି ଡାକ୍ତରୀ ଆରୁ ଇଂଜିନିୟରିଂ ଲେଖେଁ ଉଚ୍ଚଶିକ୍ଷାନେ ସ୍ଥାନ ସଂରକ୍ଷଣ ଲାଗି ନିଷ୍ପତ୍ତି ନିଆଯାଇଛେ । ଇତାର ସାଙ୍ଗେ ଦୁର୍ନିତୀ ବିରୋଧନେ ସବୁ ବେଲେ କାମ୍ କରିଆସୁଥିବାର ରାଜ୍ୟ ସରକାର ଇ ଦିଗନେ ଭିଲ୍ ବଡ ନିଷ୍ପତ୍ତି ନେଇଛନ୍ । ସବୁ ସରକାରୀ କର୍ମଚାରୀ, ଜନପ୍ରତିନିଧି ନିଜର ସମ୍ପତ୍ତିର ତାଲିକା ଦେବାର ଲାଗି ବାଧ୍ୟତାମୂଳକ ।

ରାଜ୍ୟର ବରପୁତ୍ରକଁର ଅବଦାନକେ ଆଏବାର ପୀଢି ମାନକଁର ପାଶକେ ପୁହୁଞ୍ଚାବାର ଲାଗି ଛୁଆକଁର ପାଠ୍ୟକ୍ରମନେ ରଖାଯିବା । ଇତାର ସାଙ୍ଗେ ଇ ସବୁ ମହାପୁରୁଷକଁର ଜନମ୍ ଜାଗା ମାନକେ ଆଦର୍ଶ ଗାଁର ମାନ୍ ଦିଆଯିବାଃ ଇତାର ବାହାରେ ଭିନ୍ ଭିନ୍ ଅଦରକାରୀ ଆଇନ୍ ହଟାବାର ଲାଗି ଭିଲ୍ ନିଷ୍ପତ୍ତି ନିଆଯାଇଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର ଅଧ୍ୟକ୍ଷତାନେ ବସିଥିବାର ବୈଠକନେ ୧୨ଟା ଜରୁରୀ ପ୍ରସ୍ତବନେ କ୍ୟାବିନେଟ୍‌ର ଅନୁମୋଦନ୍ ମିଲିଛେ ।

Leave A Reply

Your email address will not be published.