କାହିଁଗଲା ୬୦ଲାଖ୍ ?

ସମ୍ବଲପୁର ଜୁଡା ବଁଧ୍‌ର କାମ୍ ଲାଗି ଆସିଥିଲା ଟଙ୍କା, ହେଲେ ଅପନ୍ତରିଆ ହିସାବେ ହେଇଛେ କାମ୍

0

ପୁରା ହେଇନାଇଁ ପାରଲା କାମ୍‌, ହେଲେ ସୁଝବାକେ ପଡବା ଋଣ୍ । ସମ୍ବଲପୁର ମୁଦିପଡ଼ାନେ ଥିବାର ଜୁଡା ବଁଧର କାମ୍ ଲାଗି ଆସିଥିଲା ଟଙ୍କା, ହେଲେ ହେଇନାଇଁ ପାରଲା କାମ୍ । ସେଆଡେ ଇହାଦେ ଋଣ୍ ସୁଝବାକେ ପଡବା ଏସ୍‌ଏମ୍‌ସି । ଜୁଡା ବଁଧର ସାଫ ସଫେଇ ସାଙ୍ଗେ ଇତାର ପୁନଃଉଦ୍ଧାର ଲାଗି ଏସଏଚଜି ଗ୍ରୁପ୍‌କେ କାମ୍ ଦିଆଯାଇଥିଲା । ହେଲେ ଇହାଦେ ଇ ବଁଧକେ ଦେଖଲେ ବାରି ହେଇପଡବା କେତେ କାମ୍ ହେଇଛେ ଆରୁ କେନ୍ତା ହେଇଛେ ।

ସମ୍ବଲପୁର ସହରନେ ରହିଛେ ୯୮ଟା ବଁଧ, ହେଲେ ଅଧାନ ଅଧିକ୍ ବନ୍ଧର ଆରୁ ଚିହ୍ନା ନାଇଁନ । ଆରୁ କିଛି ବଁଧ୍‌ର ପୁନଃଉଦ୍ଧାର ଲାଗି ଓୟୁଆଇଡିଏସ୍ ଆଡୁ ୭ଟା ବଁଧ୍‌ର ବିକାଶ ଲାଗି ୪ କୋଟି ୨୮ ଲାଖ୍ ମଂଜୁର୍ ହେଇଥିଲା । ଇ ଟଙ୍କା ଓୟୁଆଇଡିଏଫ୍ ଆଡୁ ୯୦ ଭାଗ୍‌, ଏସଏ୍‌ମସି ୧୦ ଭାଗ୍ ଦେଇଥିଲା । ଓୟୁଆଇଡିଏପ୍ ୯୦ ଭାଗ୍‌ନୁ ୩୦ ଭାଗ୍ ଅନୁଦାନ ଆରୁ ୬୦ ଭାଗ୍ ଋଣ୍ ହିସାବେ ଦେଇଛେ । ଆରୁ ଇ ଋଣ ଇହାଦେ ଏସଏମସି ଆଡୁ ସୁଝାଯାଉଛେ । ୨୦୧୬ନେ ଇ ସବୁ ବଁଧ୍‌ର ପୁନଃଉଦ୍ଧାର ଲାଗି କାମ୍ ଆରମ୍ଭ ହେଇଥିଲା ।

୭ଟା ବଁଧ ଭିତରେ ସମ୍ବଲପୁର ମୁଦିପଡା ଜୁଡାବଁଧର ଭିଲ୍ କାମ୍ ମୁଲ୍ ହେଇଥିଲା । ୬୫ ଲାକ୍ ଟଙ୍କାନେ ଇ ବଁଧ୍‌ନୁ କାଦୋ ବାହାର କରାଯାଇକରି ହିଡ ରାସ୍ତାର ବିକାଶ, ଟାଇଲ୍‌, ବାଡା ବନାଯାଇଥିଲା । ବିଜଲି ଲଗାବାର ଲାଗି ବେବସ୍ଥା କରାଯିବାର ଥିବାର ବେଲକେ ଇହାଦେ ତକ୍ ଇଟା ଲାଗି ନାଇଁପାରି । ଇ ବଁଧ୍‌ର ଅବସ୍ଥା ଫେର୍ ତାର ଆଘରର ଅବସ୍ଥାକେ ଫିରିଛେ । ବଁଧ ମାନକେ ଫେର୍ କାଦୋ ଭର୍ତ୍ତି ହେଇକରି ମଏଲା କେଚରା ପଡିଥିବାର ଦେଖବାକେ ମିଲିଛେ । ବାଡା ସବୁ ଭାଙ୍ଗିରୁଜି ଯାଇଥିବାର ବେଲକେ କାଣା କାମ୍ ହେଇଛେ ସେଟା ଜନା ନାଇଁ ପଡବାର ।

ଠେଲକୋ ପଡା ଆରୁ ମୁଦିପଡାର ଲୋକ୍ ଜୁଡା ବଁଧ୍ ବେଭହାର କରିଥିସନ୍ । ମହିଲାକଁର ଲାଗି କପଡାଲତା ବଦଲାବାର ଲାଗି ଗୁଟେ ଘର ବନାବାର ଲାଗି କୁହାଯାଇଥିଲେ ଭିଲ୍ ହେଇନାଇଁପାରି । ଇ ସବୁ କାମ୍ ଲାଗି ୬୦ ଲାଖ୍ ଟଙ୍କା ଆସିଥିଲେ ଭିଲ୍ ଅଧପନ୍ତରିଆ କାମ୍ ହେଇଛେ ଆରୁ ଇ ସବୁ ଭିଲ୍ ଇହାଦେ ଖରାପ୍ ଅବସ୍ଥାନେ ପଡିରହିଛେ ।

Leave A Reply

Your email address will not be published.