ଦିହେ କିରାସିନି ଢାଲିକରି ନିଆଁ ଲଗେଇଦେଲେ ନୂଆଁବହ

ଡୁଙ୍ଗରିପାଲି ବେହେରାମାଲ ଗାଁନେ ଜନେ ମହିଲାକଁର ଆତ୍ମହତ୍ୟା, ଗାଲି ଝଗଡନୁ ଆତ୍ମହତ୍ୟା କରିଥିବାର ସୂଚନା

0

ନୂଆଁକରି ବିହା ହେଇଥିବାର ମହିଲାକଁର ଆତ୍ମହତ୍ୟା । ସୁବର୍ଣ୍ଣପୁର ଡୁଙ୍ଗରିପାଲି ଥାନା ବେହେରାମାଲ ଗାଁନେ ଏନ୍ତା ଘଟନା ଦେଖବାକେ ମିଲିଛେ । ଗଲାକାଲି ଡେର୍ ରାଏତ୍ ଗାଁର ଭାନୁମତୀ ଧାରୁଆ ଦିହେ କିରାସିନି ଢାଲିକରି ଆତ୍ମହତ୍ୟା କରିଥିବା ଜନାପଡିଛେ । ସ୍ୱାମୀ ସ୍ତ୍ରୀକଁର ଭିତରେ ଗାଲି ଝଗଡ ହେଇକରି ମହିଲା ଜନକ୍ ଆତ୍ମହତ୍ୟା କରିଥିବାର ନେଇକରି ପ୍ରାଥମିକ୍ ତଦନ୍ତନୁ ଜନାପଡିଛେ । ସୂଚନା ହିସାବେ ଗଲା କିଛିମାସ ତଲେ ଭାନୁମତୀ ବେହେରାମାଲର ବିଜୟ ଭୋଇକୁଁ ଭଲପାଇକରି ବିହା ହେଇଥିଲେ । ଦୁହେଁ ତାମିଲନାଡୁନେ କାମ୍ ଆଶ୍ ଯାଇକରି କିଛି ଦିନ୍ ରହିଥିଲେ । ସେଆଡେ ଗଲାକାଲି ରାତି ଦୁହିଁକଁର ଭିତରେ କେନସି କଥାକେ ନେଇକରି ଗାଲି ଝଗଡ ହେଇଥିବାର ବେଲକେ ଭାନୁମତୀ ଦିହେ କିରାସିନି ଢାଲି କରି ନିଆଁ ଲଗେଇଦେଇଥିଲେ । ତାକୁଁ ବୁର୍ଲା ଡାକ୍ତରଖାନାନେ ଭର୍ତ୍ତି କରାଯାଇଥିବାର ।ବେଲକେ େଓଠାନେ ଚିକିତ୍ସା କରାଯାଉଥିବାର ବେଲକେ ତାକଁର ଜୀବନ୍ ଯାଇଥିବାର ଜନାପଡିଛେ ।

Leave A Reply

Your email address will not be published.