ସୁଶାନ୍ତ ମୃତ୍ୟୁ ମାମଲାର ବଡ଼ ଖୁଲାସା

ହତ୍ୟା ନୁହେଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି: ଏମ୍ସ

0

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇ ଥିଲା ନା ସେ ଆତ୍ମହତ୍ୟା କରିଥିଲେ ଏବେ ଏ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛି ଏମ୍ସ ରିପୋର୍ଟ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜୋରଦାର ଚାଲିଥିବାବେଳେ ପରିବାର ପକ୍ଷରୁ କୁହାଯାଇଥିଲା ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି । ଯାହାକି ଘଟଣାଟି ଆତ୍ମହତ୍ୟା କି ହତ୍ୟା ତାହା ଜାଣିବାକୁ ସମସ୍ତେ ବ୍ୟତିବ୍ୟସ୍ତ ଥିବାବେଳେ ଏନେଇ ସ୍ୱତନ୍ତ୍ର ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ୧୦୦ ଦିନ ପରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ । ଏଆଇଆଇଏମଏସ ଡାକ୍ତର ଦଳ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତରଙ୍କ ଏକ ପ୍ୟାନେଲ୍ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇ ନାହିଁ ବରଂ ଏହା ଆତ୍ମହତ୍ୟା ମାମଲା ବୋଲି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋକୁ ସୂଚନା ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ପରିବାର ସମେତ ଅନେକ ଲୋକ ସିବିଆଇ ତଦନ୍ତ ଦାବି କରିଥିଲେ। ଜୁନ୍ ୧୪ରେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇ ଥିଲା। ଏହା ପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କ ଉପରେ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ ଆଣି ଥିଲେ। ତେବେ ଏବେ ଡ୍ରଗ୍ସ ମାମଲାରେ ରିୟା ଜେଲରେ ଅଛନ୍ତି।

Leave A Reply

Your email address will not be published.