ଦୌଡରାଣୀ ଦୂତୀକଁର୍ ଜନମ ଦିନ୍‌

0

ଓଡିଶାର୍ ଗର୍ବ ଆର୍ ଗୌରବ୍ , ଭାରତର୍ ର ଗର୍ବ ଆର୍ ଗୌରବ୍ ସବୁ ଟୁକେଲ୍ ଜାତିର୍ ଗର୍ବ ଆର୍ ଗୌରବ୍ , ଯିଏ ନର୍ଧୁ ଥିଲେ ସାରା ଦୂନିଆ ଦେଖୁଥିସି ଆଏଜ୍ ତାକଁର୍ ଜନମ୍ ଦିନ୍ । ନାଁ ତାକଁର୍ ଦୂତୀ ଚାନ୍ଦ । ଦୂତି ଜନେ ଆନ୍ତର୍ଜାତୀକ୍ ମହିଳା ଖେଲାଲୀ ହିସାବେ ସାରା ଦେଶ୍ ଆର୍ ଆମର୍ ଦେଶ୍ ବାହାରେ ଭିଲ୍ ନାଁ କରିସାରିଛନ୍ । ସେ ୩ ଫେବୃଆରୀ ୧୯୯୬ ମସିହା ଆଜିର୍ ଦିନେ ଆମର୍ ରାଏଜ୍ ର ଯାଜପୁର ଜିଲ୍ଲା ଗୋପାଲପୁର ଗାଁ ନେ ଜନମ୍ ନେଇଥିଲେ । ସେ ଗୁଟେ ବୁଣାକର୍ ପରିବାର୍ ନେ ଜନମ୍ ନେଇଥିଲେ ।

 

ଗୁଟେ ଛୋଟ୍ ଗରିବ୍ ପରିବାର୍ ଥି ଜନମ୍ ନେଇଥିବାର୍ ବହୁତ୍ ଦୁଃଖେ କଷ୍ଟେ ଦୂତୀ କଁର୍ ପରିବାର୍ ଚଲୁଥିଲା । ଛୋଟ ବେଲୁ ତାକଁର୍ ଖେଲ୍ କୁଦ୍ ନେ ରୁଚି ରହିଥିଲା ଯେନଥିର୍ ଲାଗି ସେ ତାକଁର୍ ବଡ ବହେନ୍ ର୍ ଦେଖ୍‌ରେଖ୍ ନେ ଖେଲ୍ ବାର୍ ଟା ଆରମ୍ଭ କରିଥିଲେ । ସେ ୨୦୧୨ ନେ ତାକୁଁ ୧୮ ବରଷ୍ ନୁ କମ ବୟସ ହେଇଥିବାର୍ ବେଲ୍‌କେ ଜାତୀୟ୍ ସ୍ତର୍ ୧୦୦ ମିଟର୍ ଦୌଡ୍ ପ୍ରତିଯୋଗିତା ନେ ଚମ୍ପିଆନ୍ ହେଇକରି ଆମର୍ ଦେଶ ଆର୍ ରାଏଜର୍ ନାଁ ରଖିଥିଲେ । ତାର୍ ପରେ ସେ ୨୦୧୩ ନେ ପୁନେ ନେ ହେଇଥିବାର୍ ଏସିଆନ୍ ଆଥ୍‌ଲେଟିକ୍ ଚମ୍ପିୟନସିପ୍ ନେ ମହିଳା୨୦୦ ମିଟର୍ ଥି ଭାଗ୍ ନେଇକରି ବ୍ରୋଞ୍ଜ୍ ଜିତିଥିଲେ । ସେ ବହୁତ୍ କମ୍ ସମିଆ ନେ ୨୦୦ ମିଟର୍ ଦୌଡ ପୂରା କରିଥିବାର୍ ପହେଲା ଭାରତୀୟ ହେଇଥିଲେ ।ସେ ୨୦୧୩ ମସିହା ନେ ୱାର୍ଲଡ୍ ୟୁଥ୍ ଚମ୍ପିଅନସିପ୍ ର ଫାଇନାଲ୍ କେ ଯାଇଥିଲେ । ଆର୍ ତାର୍ ସାଙ୍ଗେ ସେ ୧୦୦ ମିଟର୍ ଆର୍ ୨୦୦ ମିଟର୍ ଦୌଡ ନେ ଜାତୀୟ ସ୍ତର୍ ନେ ଚମ୍ପିୟାନ୍ ହେଇଥିଲେ । ସେ ରିଓ ଅଲମ୍ପିକ୍ ୨୦୧୬ ନେ ଭାଗ୍ ନେଇଥିଲେ । ସେନ୍ତା ଦୂତୀ ନିଜର୍ ଖେଲ୍ ଲାଗି ୨୦୧୮ ମସିହା ନେ ହେଇଥିବାର୍ ଜାତୀୟ ଅନ୍ତର୍ଜାତୀୟ ଖେଲ୍‌ନେ ବହୁତ୍ ଟେ ମେଡାଲ୍ ଭି ଜିତିଥିଲେ । ଦୂତୀ ଚାନ୍ଦକୁଁ ଆମର୍ ଦେଶର୍ ଦୌଡ ରାଣୀ କହେଲେ କିଛି ଭୁଲ୍ ନାଇ ହୁଏ । ତାକଁର୍ ଖେଲ୍ ଲାଗି ଥିବାର୍ ଇଚ୍ଚା ଶକ୍ତି ତାହାକୁଁ ଆଏଜ୍ ଗୁଟେ ଅଲ୍‌ଗା ପରିଚୟ ଦେଇଛେ । ସେ ସବୁ ତାକଁର୍ ଜୀବନ ର ସବୁ ଅଭାବ୍ ଅସୁବିଧା ର ସାମ୍ମା କରିକିନା ଆଗ୍‌କେ ବଢବାର୍ ଥି ସଫଲ୍ ହେଇଛନ୍ ।

 ଆଏଜ୍ ସେ ଦେଶର୍ ଜଣେ ଜନା ଶୁନା ଚେହେରା ହେଇପାରିଛନ୍ । ଓଡିଶାର୍ ଗୁଟେ ଛୋଟ୍ ଗାଁନୁ ଆସିକରି ସାରା ବିଶ୍ୱ ନେ ନିଜର୍ ଦେଶର୍ ନାଁ କରି ଥିବାର୍ ଦୂତୀ ଆମର୍ ସମାଜର୍ ସବୁ ଟୁକେଲ୍ ମାନକଁର୍ ଲାଗି ଗୁଟେ ପ୍ରେରଣା ସାଜିଛନ୍ । ଆମର୍ ଝି ମାନେ ଆଏଜ୍ କେନସି କ୍ଷେତ୍ର ନେ ପଛେ ନାଇନ ବଲିକରି ପ୍ରମାଣ କରିଛନ୍ ସେ । ତାକଁର୍ ଲାଗି ଆଏଜ୍ ଆମର୍ ଦେଶ୍‌, ଆମର୍ ରାଏଜ୍ ଆର୍ ସବୁ ଟୁକେଲ୍ ଗର୍ବିତ୍ ଆନ୍ ।

Leave A Reply

Your email address will not be published.