ବଢଲା ଗାଡି କାଗଜ ପତର ବୈଧତା ସମିଆଁ

ମାର୍ଚ୍ଚ ୩୧ ତାରିଖ୍ ତକ୍ ସମିଆଁ ବଢାଲେ କେନ୍ଦ୍ର ସରକାର

0

ଗାଡି କାଗଜ ପତର ଆରୁ ଡ୍ରାଇଭିଂ ଲାଇସେନ୍ସ କରାବାର ଲାଗି ବଢଲା ସମିଆଁ । କେନ୍ଦ୍ର ସରକାର ଆରୁ ୩ ମାସ୍ ସମିଆଁ ଦେଇଛନ୍ । ମାର୍ଚ୍ଚ ୩୧ ତାରିଖ ତକ୍ ଇ ସମିଆଁ ବଢାଯାଇଥିବାର ନେଇକରି କେନ୍ଦ୍ର ସଡକ ପରିବହନ ଆର ରାଜପଥ ମନ୍ତ୍ରଳାୟ ଆଡୁ ସୂଚନା ଦିଆଯାଇଛେ । ଦେଶର ସବୁ ରାଜ୍ୟ ଆର କେନ୍ଦ୍ର ଶାସିତ ଅଂଚଳର ସରକାରକୁଁ ଇଟା ନେଇକରି ନିର୍ଦ୍ଦେଶ ଦେଇଦିଆଯାଇଛେ । କରୋନା କାଲନେ ବେମାର ଯେନ୍ତା ନାଇଁ ବଢବା ସେଥିର ଲାଗି ଏନ୍ତା ନିଷ୍ପତ୍ତି ନିଆଯାଇଛେ । ଯେନ୍ ଗାଡି ସବୁର କାଗଜପତରର ବୈଧତା ଫେବୃଆରୀ ୧ ତାରିଖନୁ ଶେଷ ହେଇଯାଇଛେ କି ୨୦୨୧ ମାର୍ଚ୍ଚ ୩୧ ତାରିଖ ଆଘୋନୁ ଶେଷ୍ ହେଉଥିବାର ଗାଡି ବୈଧତା ସମିଆଁ ବଢେିଦିଆଯାଇଛେ । ୨୦୨୧ ମାର୍ଚ୍ଚ ୩୧ ଶେଷ୍ ତାରିଖ୍ ତକ୍ ଗାଡି କାଗଜ ପତର, ଡ୍ରାଇଭିଂ ଲାିସେନ୍ସ, ଗାଡି ଫିଟନେସ୍ ପରମିଟ୍‌, ଲାଇସେନ୍ସ, ରେଜିଷ୍ଟ୍ରେସନ୍ ଲାଗି ଚିନ୍ତା ନାଇଁନ । ଇତାର ଆଘୋନୁ କେନ୍ଦ୍ର ସରକାର ୨୦୨୦ ଡିସେମ୍ବର ୩୧ ତାରିଖ ତକ୍ ଇତାର ବୈଧତା ରଖିଥିଲେ । କରୋନା ସମିଆଁନେ ବେଶୀ ଭିଡ୍‌ଭାଡ୍ ହେଲେ ସଂକ୍ରମଣ ବଢବାର ଡର୍ ରହିଛେ । ଇ ସବୁକେ ଆଏଁଖ ଆଗାଡେ ରଖିକରି ଏନ୍ତା ନିଷ୍ପତ୍ତି ନିଆଯାଇଛେ ।

Leave A Reply

Your email address will not be published.