ଗୌରବମୟ ଇତିହାସର ମୁକସାକ୍ଷୀ:ଘୋଡାର ଗାଁ

0

ଟିଟିଲାଗଡ ସହରୁ ଖାଲି ୮ରୁ ୧୦ କିମି ଦୂରେ ଅଛେ ଘୋଡାର ଗାଁ । ଗାଁଟା ଯାକ ଐତିହାସିକ୍ କୀର୍ତ୍ତିରାଜିରେ ଭରି ରହିଛେ । ଗାଁଟା ଐତିହାସିକ୍ ଗାଁ ହିସାବେ ବନେ ଜନାଶୁନା । ଗାଁନେ ରହିଛେ ବହୁତଟେ ଐତିହାସିକ୍ ଯୁଗର କୀର୍ତ୍ତିରାଜି, କେନେ ଅଜତନ୍ ହେଇ ମନ୍ଦିର୍ ପଡି ରହିଛେ ତ କେନେ ମନ୍ଦିର ଭାଙ୍ଗି ରୁଜି ଗଲାନ । ତ କେନେ ପଥର ମୂର୍ତ୍ତି ପଡିରହିଛେ । ଘୋଡାର ଗାଁର୍ ଭିନ୍ ଭିନ୍ ଜାଗାନେ ଜମି ଭିତରେ , ଖଲାନେ, ବଁଧ୍ ଭିତରେ ଅଯତନ୍ ହେଇ ପଡିରହିଛେ ଟିଟିଲାଗଡ ଅଞ୍ଚଲନେ ସେ ଗୌରବମୟ ଇତିହାସର ମୁକସାକ୍ଷୀ । ଐତିହାସିକ ବଲାଙ୍ଗିର ଜିଲ୍ଲାର ଘୋଡାର ଗାଁ । ହେଲେ ମନ୍ଦିର , ମୂର୍ତ୍ତି ନାଇଁ ନିଆଯାଉଥିବାର୍ ଲାଗି ଇଟା ଇହାଦେ ନୁକସାନ ହେଇଯାଉଛେ । ପୁରନା ଯୁଗର ଇସବୁ କୀର୍ତ୍ତିରାଜି ସବୁକେ ଚୋରି ହେଇଯାଉଥିବାର୍ ଅଭିଯୋଗ୍ ହେଉଛେ । ଘୋଡାର ଗାଁର୍ ଇତିହାସ ବନେ ଗୌରବମୟ , ଗବେଶକକଁର୍ ମତନେ ଟକବନି ହିସାବେ ଜନାଶୁନା ଥିଲା । ଲାମା ଧର୍ମର ପ୍ରଚାରକ୍ ପତ୍ନସମ୍ଭବ ୮୨୦ ମସିହାନେ ସେତେବେଲର ତୈତିଳିକ ମାନେ ଏବେ ଟିଟିଲାଗଡ ଜନପଦର ଇ ଘୋଟକବର୍ଜୁନି ମାନେ ଘୋଡାର ଗାଁନେ ୮ ବର୍ଷ ରହି ସାଧନା କରିଥିବାର୍ ତିଦ୍ଦତ୍ତନ ଇତିହାସନେ ଲେଖାଥିବାର୍ ଗବେଷକ ମାନେ କହେସନ୍ । ଇ ଅଞ୍ଚଲନେ ଗୁଟେ ସମିଆଁ ଶୈବ ତନ୍ତ୍ର, ବୌଦ୍ଧ ତନ୍ତ୍ର, ଶାକ୍ତ ତନ୍ତ୍ରର ବିକାଶ୍ ଘଟି ଥିବାର୍ ଇତିହାସର ପ୍ରମାଣ ମିଲୁଥିବାର୍ ଗବେଷକ ମାନେ କହେସନ୍ । ଇ ଅଞ୍ଚଲ ଇତିହାସନେ ଏତେ ପୁରନା ହେଇଥିଲେ ବି କାହାର ଧିଆନ୍ ନାଇଁ । ଗାଁର୍ ଭିନ୍ ଭିନ୍ ଜାଗାନେ ମୂର୍ତ୍ତି ମିଲିଥିସି । ଘୋଡାରନେ ଥିବାର୍ ଡୁଙ୍ଗରିନେ ଶିଲା ଲିପି ଥିବାର୍ ଗୁଟେ ପାଦ ଭୈରବ ମୂର୍ତ୍ତି ଅଛେ । ହେଲେ ଇସବୁ ଜଲଦି ଦେଖରେଖ୍ ନାଇଁ କରାଗଲେ ଆଗକେ ଇସବୁ ହଜିଯିବା , ଆର ହଜିଯିବା ସେ ଅଞ୍ଚଲର ଗୌରବମୟ ଇତିହାସ ।

Leave A Reply

Your email address will not be published.