ଦେଶର୍ ଲାଗି ଆଏଜ୍ କେତେ ବଡ଼୍ ଦିନ୍ ! 

ଆମର୍ ନିଜର୍ ସମ୍ବିଧାନ୍ ବାବଦ୍‌ରେ ଆମେ କେତେ ଜାନିଛୁଁ ଆର୍ ଯଦିବି ଜାନିଛୁଁ ବେଲେ କେତେ ମାନୁଛୁଁ ଯେ ସେ କଥାଟା ବିଚାର୍ କରବାର୍‌ଟାକେ ଆପଣ୍ ମାନକର୍ ଉପରେ ଛାଡୁଛୁଁ

0

ସଭେ ଜାନିଛୁଁ ଯେ ଗୁଟେ ୧୨ବର୍ଷିଆ ଛୁୃଆ ‘ଧର୍ମପଦ’ ସାରା ଜଗତ୍‌ନେ ବିଖ୍ୟାତ୍ କୋଣାର୍କ ମନ୍ଦିର୍‌ର ଟିପିନେ କଲସ୍ ବସେଇଥିଲା । ବାକି କିଏ କିଏ ଇତାର୍ ନିହି କୁଡିଥିଲେ ବେଲେ କିହେ ନାଇଁ କହିପାରୁଁ । କିଏ ଇତାର୍ ପହେଲା ନକ୍ସା କରିଥିଲା ପଚରାଲେ ବି କେହି ନାଇଁ କହିପାରୁଁ । ଅବଶ୍ୟ ଘରେ-ଘରେ: ପୁରେ-ପୁରେ ପ୍ରଚାରିତ୍ ହେଇଥିବାର୍ ‘ଧର୍ମପଦ’ କିମ୍ବଦନ୍ତୀ ଲାଗି ତାହାଁକୁ ସଭେ ଜାନିଛନ୍ ଆର୍ ତାଁକର୍ ଛଡା ତାଁକର୍ ବାପା ବିଶୁ ମହାରଣା , ସେତେ ବେଲର୍ ରଜା ନରସିଙ୍ଗ୍ ଦେବ୍ ଆର୍ ମନ୍ତ୍ରୀ ଶିବେଇ ସାମନ୍ତରାକଁର୍ ଛଡା ଆର୍ କାହାର୍ ବାବଦରେ ନାଇଁ କହି ହୁଏ । ଅବଶ୍ୟ ଇଟା ଆମର୍ ଇତିହାସ୍ ଲେଖବାର୍ ତରିକାର୍ କମି ଆଏ ଯେ ସେନେ ସାଧାରଣ ଲୋକ୍‌ର ଜାଗା ନାଇଁନ । ବାକି ଫେର୍‌ବି ଇଟା ଆମର୍ ମୁନୁଷ୍ ପ୍ରକୃତି ଆଏଯେ ସବୁବେଲେ ଆମେ ହେନ୍ତା ଶେଷ୍ କଲସ୍ ଥାପ୍‌ନା ସାଙ୍ଗେ ଜୁଡି ହେଇଥିବାର୍ ନାଁ ମାନ୍‌କୁ ଏକା ସୋର୍ ରଖସୁଁ । ଆମର୍ ହେ ପ୍ରକାରର୍ ପ୍ରକୃତିର୍ ଗୁଟେ ବଡ୍ ଟେ ଉଦାହରଣ୍ ଆମେ ଦେଖିପାରମା ଆମର୍ ଦେଶର୍ ସମ୍ବିଧାନ୍ ଆର୍ ସେଟାକେ ବନେଇଥିବାର୍ ସମ୍ବିଧାନ୍ ସଭା ବାବଦନେ ଥିବାର୍ ଆମର୍ ସାଧାରଣ୍ ଜ୍ଞାନ ନୁ ।

ଆମର୍ ଭାରତ ଦେଶ୍‌ର ସବୁଠାନୁ ଗୌରବ୍‌ର ସମିଆ ମାନକର୍ ଭିତରେ ଗୁଟେ ହଉଛେ ଯେନ୍‌ଦିନ ଆମର୍ ଦେଶ୍ ସ୍ୱାଧୀନ୍ ହେଇଥିଲା । ହେନ୍ତା ଏକା ଯେନ୍ ଦିନ ଆମର୍ ମହାନ୍ ପୂର୍ବଜ୍ ମାନେ ଦେଶର୍ ସମ୍ବିଧାନ୍ ଲେଖବାର୍ ଲାଗି ଗୁଟେଠାନେ ଠୋଲ୍ ହେଇଥିଲେ ହେଟାବି କିଛି କମ୍ ଗୌରବ୍‌ର ସମିଆ ନାଇଁଥାଇ । ବାକି ଇ କଥାରୁ ତ ଆମେ ଲେଖା ଏକା ଆରମ୍ଭ କରିଛୁଁ ଯେ ଆମର୍ ପ୍ରକୃତି ହିସାବେ ଆମେ ଖାଲି ମୁଣ୍ଡି ମାର୍‌ଲା.. ଆର୍ କଲସ୍ ବସାଲା ନାଁ ମାନକୁ ସୋର୍ ରଖସୁଁ.. ନିହିକୁଡୁ ମାନ୍‌କୁ ଆମର୍ ହେତେ ଖିଆଲ୍ ନାଇଁ ।

୧୯୪୬ ମସିହା ଡିସେମ୍ବର୍ ୯ ତାରିଖ୍‌, ଠିକ୍ ଆଜିର୍ ଦିନେ ଆମର୍ ଭାରତର୍ ସମ୍ବିଧାନ୍ ଲେଖବାର୍ ଲାଗି ସେତକି ବେଲର୍ ସିଆନ୍ ସୂଜନ୍ ମାନେ ଠୋଲ୍ ହେଇଥିଲେ । ସେତକି ବେଲକେ ଆମର୍ ଦେଶ୍ ସ୍ୱାଧୀନ୍ ନୁହେ ହୁଏତାଲି କିି ଦେଶର୍ ବିଭାଜନ୍ ହେଇକରି ପାକିସ୍ଥାନବି ତିଆର୍ ନାଇଁ ହେଇଥାଇ । ବ୍ରିଟେନ୍‌ନୁ ୧୯୪୬ ରେ କେବିନେଟ୍ ମିସନ୍ ଆସଲା ପରେ ଭାରତ୍ ସ୍ୱାଧୀନ୍ ହେଲାପରେ ଦେଶର୍ ଶାସନ୍ କେନ୍ ହିସାବେ ଚାଲ୍‌ବାଯେ ଆଲୋଚନା ହେଇଥିଲା ଆର୍ ନିଜର୍ ଲାଗି ନିଜେ ଆମେ ଗୁଟେ ସମ୍ବିଧାନ୍ ଲେଖମା ବଲିକରି ସ୍ଥିର୍ ହେଇଥିଲା । ସଁସାରେ ଇ ତାର୍ ଆଘୋନୁ ବହୁତ୍‌ଟେ ଦେଶ୍ ନିଜର୍ ନିଜର୍ ସମ୍ବିଧାନ୍ ଲେଖି ସାରିଥିଲେ । ବାକି ଭାରତ୍ ବାଗିର୍ ଗୁଟେ ଏତେ ବିଭିନ୍ନତା ଥିବାର୍ ଦେଶ୍ ଲାଗି ଗୁଟେ ସମ୍ବିଧାନ୍ ଲେଖ୍‌ବାର୍‌ଟା ସବୁଠାନୁ ମୁସ୍କିଲିଆ କାମ୍ ହେବାର୍‌କେ ଯାଉଥିଲା । ଏତେ ପ୍ରକାରର୍ ଧର୍ମ, ଜାତି, ଭାଷା, ଅଞ୍ଚଲ୍‌, ରଜା-ରାଜୁଡା ଶାସନ୍‌ର ଲୋକ୍‌ମାନ୍‌କର୍ ଲାଗି ଗୁଟେ ସମ୍ବିଧାନ୍ ଲେଖ୍‌ବାର୍‌ଟା ସମ୍ଭବ୍ ନାଇଁସେ ବଲିକରି ଭିନ୍ ଭିନ୍ ଦେଶର୍ ନେତା ମାନେ କହୁଥିଲେ । ଆର୍ ଖାଲି ସମ୍ବିଧାନ୍‌ଟେ ଲେଖିଦେଲେ ତ ନାଇଁ ହୁଏ, ସେ ସମ୍ବିଧାନ୍ କେ ଫେର୍ ଏତ୍‌କି ପ୍ରକାରର୍ ଲୋକ୍ ମାନୁଥିବାର୍ କଥା ।

ସାରା ଦୁନିଆଁକେ ଯେନ୍ କାମ୍ ଅସମ୍ଭବ୍ ଲାଗୁଥିଲା, ସେଟାକେ ଆମର୍ ମହାନ୍ ପୂର୍ବଜ୍ ମାନେ ସମ୍ଭବ୍ କରିକି ଦେଖେଇଦେଲେ । ବହୁତ୍ ଗୁତା-ଉଚାର୍ ଆର୍ ବହୁତ୍‌ଟେ ଦେଶର୍ ସମ୍ବିଧାନ୍‌କେ ନେଇକରି ଆଲୋଚନା କଲାପରେ ଆମର୍ ଦେଶର୍ ସମ୍ବିଧାନ୍ ଲେଖା ହେଇଥିଲା । ହେତକିଟେ ବଡ୍ କାମ୍‌ର ନିହି ଆଏଜ୍‌କା ପଡିଥିଲା । ଆମର୍ ଭାରତର୍ ସମ୍ବିଧାନ୍ ସଭା ଆଜିର୍ ବାଗିର୍ ଦିନେ ପହେଲା କରି ବସିଥିଲା । ଭିନ୍ ଭିନ୍ ପ୍ରକାର୍ କାମ୍ ଲାଗି ସେମାନେ ତାଁକର୍ ଭିତରେ ଭିନ୍ ଭିନ୍ କମିଟି ମାନେ ବନେଇଥିଲେ । ସେନେ ବନା ହେଇଥିବାର୍ ଡ୍ରାଫ୍ଟିଂ କମିଟିକେ ସମ୍ବିଧାନ୍‌କେ ଲେଖ୍‌ବାର୍ ଦାୟିତ୍ୱ ଦିଆଯାଇଥିଲା । ସମ୍ବିଧାନ୍‌ର ସେ ଡ୍ରାଫ୍ଟ୍‌କେ ତିନ୍ ଥରିଆ ଟିକ୍‌ନିକ୍‌ନୁ ଆଲୋଚନା କଲାପରେ ୧୯୪୯ ନଭେମ୍ବର୍ ୨୬ନେ ସେଟା ପାରିତ୍ ଆର୍ ୧୯୫୦ ଜାନୁୟାରୀ ୨୬ନୁ ଲାଗୁ ହେଇଥିଲା । ବାକି ଇ ସବୁ କଥା ମୂଲ୍ ହେଇଥିଲା ୧୯୪୬ ମସିହାର୍ ଆଏଜ୍ ବାଗିର୍ ଦିନେ ।

ସମ୍ବିଧାନ୍ ସଭାର୍ ସେ ପହେଲା ବୈଠକ୍‌କେ ଆଏଜ୍ ୭୪ ବରଷ୍ ପୁରିଗଲା । ବାକି ସେ ସଭାନେ ଥିବାର୍ ହେତକି ହେତକି ଆମର୍ ମହାନ୍ ପୂର୍ବଜ୍ ମାନ୍‌କର୍ ଭିତରେ ଆମେ ଜନ୍ ପାଞ୍ଚେ -ସାତେ କେ ଛାଡି ଦେଲେ ଆର୍ ବାକି ମହାପୁରୁଷ ମାନକର୍ ଆମେ ନାଁ ବି କହି ନାଇଁପାରୁଁ । ଆର୍ ଆମର୍ ନିଜର୍ ସମ୍ବିଧାନ୍ ବାବଦ୍‌ରେ ଆମେ କେତେ ଜାନିଛୁଁ ଆର୍ ଯଦିବି ଜାନିଛୁଁ ବେଲେ କେତେ ମାନୁଛୁଁ ଯେ ସେ କଥାଟା ବିଚାର୍ କରବାର୍‌ଟାକେ ଆପଣ୍ ମାନକର୍ ଉପରେ ଛାଡୁଛୁଁ । ଖାଲି ଟିକେ ଧିଆନ୍ ଦେଇଥିବେ ଯେ ୭୪ ବରଷ୍ ପୁରିଗଲା…

Leave A Reply

Your email address will not be published.