ଫେମିନା ମିସ୍ ଇଣ୍ଡିଆ-୨୦୨୦ : ଓଡିଶା ଟପ୍-୫ନେ ବଲାଙ୍ଗିରର୍ ଟୁକେଲ୍

0

ଫେମିନା ମିସ୍ ଇଣ୍ଡିଆ-୨୦୨୦ ବିଉଟି କଣ୍ଟେଷ୍ଟନେ ବି ଦେଖବାରକେ ମିଲବା ବଲାଙ୍ଗିରର ଟୁକେଲ ପାୱାର । କାରନ୍ ଓଡ଼ିଶାନୁ ବଛାଯାଇଥିବାର୍ ଟପ ଫାଇଭ ଭିତରେ ରହିଛନ୍ ବଲାଙ୍ଗିର ଜିଲ୍ଲାର ଶୁଭଶ୍ରୀ ରାୟଗୁରୁ । ଇହାଦେ ଶୁଭଶ୍ରୀ ହାଇଦ୍ରାବାଦନେ ଅଛନ୍ । ମଡେଲିଂ ଦୁନିଆନେ କାମ କରବାର୍ ଲାଗି ଇଚ୍ଛା ରଖିଥିବାର୍ ଶୁଭଶ୍ରୀ ସ୍କୁଲନେ ପଢୁଥିବାର୍ ବେଲୁ ଏକା ମିସ ଇଣ୍ଡିଆ ହେବାର୍ ସପନ୍ ଦେଖିଥିଲେ । ଟାଇଟଲ ଜିତବାର ଲାଗି ସବୁ ପ୍ରକାର ଚେଷ୍ଟା କରୁଛନ୍ ଶୁଭଶ୍ରୀ । ଶୁଭଶ୍ରୀ ବଲାଙ୍ଗିର ସେଣ୍ଟ୍ରାଲ ସ୍କୁଲନେ ପଢିଥିବାର୍ ବେଲକେ ସେ ମୁମ୍ବାଇର ଗୁଟେ ଲ କଲେଜନୁ ଏଲଏଲବି ଡିଗ୍ରୀ କରିଛନ୍ ।

ଇ ଭିତରେ ମଡେଲିଂ ସାଙ୍ଗେ ଏକ୍ଟିଂ, ଆର୍ ଆକରିଂ ବି କରିଛନ୍ । ଇହାଦେ ତକ୍ ସେ ପ୍ରାୟ ୩ ହଜାର ଲାଇଭ ସୋନେ ଆକଂରିଂ କରିସାରିଛନ୍ । ବହୁତଟେ ନାମୀଦାମୀ କଂପାନିର ଏଡ ବି କରିଛନ୍ ଶୁଭଶ୍ରୀ । ଏନ୍ତାକି ମସ୍ତିଜାଦେ ଫିଲ୍ମନେ ଆସିଷ୍ଟାଣ୍ଡ ଡାଇରେକ୍ଟର ହିସାବେ କାମ୍ କରିଥିବାର୍ ଜାନବାରକେ ମିଲିଛେ । ଆମାଜନ୍ ଆପର ଶୁଭଶ୍ରୀ ହେଉଛନ୍ ଅଫିସିଆଲ ଏଙ୍କର୍ । ଆଗକେ ଆହୁରି ଇ ଦିଗେ ସଫଲ ହେବାର୍ ଲାଗି ଲକ୍ଷ୍ୟ ରଖିଛନ୍ ଶୁଭଶ୍ରୀ । ସେ ଇହାଦେ ଓଡ଼ିଶାନୁ ଟପ ଫାଇଭ ଭିତରେ ଥିବାର୍ ଜନା ପଡବାର୍ ଉତାରୁ ମିସ୍ ଇଣ୍ଡିଆ ଟାଇଟଲ ଜିତବାର୍ ଲାଗି ସଭେ ତାକୁଁ ଶୁଭେଚ୍ଛା ଜନେଇଛନ୍ ।

Leave A Reply

Your email address will not be published.