ଦେଶନେ ବିନା ଡ୍ରାଇଭରନେ ଚାଲଲା ଟ୍ରେନ୍‌

ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ନେ ଦେଶର ପହେଲା ବିନା ଡ୍ରାଇଭର ରେଲ୍ ସେବାର ଶୁଭାରମ୍ଭ

0

ବିନା ଡ୍ରାଇଭରନେ ଚାଲବା ଟ୍ରେନ୍ । ଦେଶର ପହେଲା ଡ୍ରାଇଭର ନାଇଁଥାଇକରି ଚାଲୁଥିବାର ଟ୍ରେନ୍‌ର ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ୍ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ନେ ଦେଶର ପହେଲା ବିନା ଡ୍ରାଇଭର ରେଲ୍ ସେବାର ଶୁଭାରମ୍ଭ କରିଛନ୍ । ଇ ଅବସରନେ ପ୍ରଧାନମନ୍ତ୍ରୀ ଦେଶବାସୀକୁଁ ସମ୍ବୋଧନ୍ କରିଥିଲେ, ସେ କହିଛନ୍ ଯେ ଭାରତ କେତେ ସ୍ମାର୍ଟ ସିଷ୍ଟମ ଆଡକେ ଗଲାନ ସେଟା ଇ ଟ୍ରେନ୍ ଚାଲଲା ବାଦ୍‌ନୁ ବାରି ହେଇପଡୁଛେ । ଦିଲ୍ଲୀ ମେଟ୍ରୋ ନ୍ୟାସନାଲ କମନ୍ ମୋବିଲିଟି କାର୍ଡନେ ସଂଯୋଗ ହେଇଛେ । ଇ ଟ୍ରେନ୍ ଚଲାଚଲ୍ ହେଲେ ଲୁକକୁଁ ଆହୁରି ସୁବିଧା ମିଲବା । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ କହେବାର ହିସାବେ ଇ ଆଧୁନିକ୍ ଟ୍ରେନ୍ ସେବା ଆରମ୍ଭ ହେବାର ସାଙ୍ଗେ ବିଶ୍ୱାନେ ଥିବାର ୭ ଭାଗ୍ ବିନା ଡ୍ରାଇଭର ଥିବାର ମେଟ୍ରୋ ନେଟୱାର୍କନେ ଡିଏମ୍‌ଆରସି ରହିଛେ । ସେନ୍ତା ଏନ୍‌ସିଏମ୍‌ସି ଆଡୁ ଗରାଖ୍ ବସ୍ ଭଡା, ଟୋଲ୍ ଟିକସ୍‌, ପାର୍କିଂ ଭଡା, ଖାଉଟି ସାମାନ୍ ବାବଦକେ ଥିବାର ଖର୍ଚ୍ଚା ଆରୁ ଟଙ୍କା ଭିଲ୍ ଉଠେଇ ପାରବେ ।

Leave A Reply

Your email address will not be published.