ଆଏଜ୍ ଭାରତ ବନ୍ଦ୍

କେନ୍ଦ୍ରର କୃଷି ଆଇନ୍‌କେ ବିରୋଧ କରିକିନା କୃଷକ୍ ସଙ୍ଗଠନ୍‌ର ବନ୍ଦ ଡକରା, ୧୧ନୁ ୩ ଚକା ଜାମ୍‌

0

କେନ୍ଦ୍ର ସରକାରକଁର ନୂଆଁ କୃଷି ଆଇନ୍‌କେ ବିରୋଧ୍ କରିକିନା କୃଷକ୍ ସଙ୍ଗଠନ ଆଡୁ ଭାରତ ବନ୍ଦ୍ ଡକରା ଦିଆଯାଇଚେ । ଦେଶର ଭିନ୍ ଭିନ୍ ଜାଗାନେ କୃଷକ୍ ସଙ୍ଗଠନ୍ ମାନେ ବନ୍ଦ ଡକରାନେ ସାମିଲ୍ ହେଇଛନ୍ । ସେଆଡେ ଚାଷୀକଁର ଇ ବନ୍ଦ ଡକରାକେ ସମର୍ଥନ୍ କରିଛନ୍ ଦେଶର ୧୮ଟା ରାଜନୈତିକ୍ ଦଲ୍ । କଂଗ୍ରେସ୍‌, ଏନସିପି,ଡିଏକେ, ସମାଜବାଦୀ ପାର୍ଟି, ବାମଦଳ, ରା୍େ‌ଟ୍ରୀୟ ଲୋକତାନ୍ତ୍ରୀକ, ଶିବସେନା,ଆମ୍ ଆଦମି ପାର୍ଟି ଲେଖେଁ ଦୁଶରା ରାଜନୈତିକ୍ ଦଲ୍ ସମର୍ଥନ ଜନେଇକରି ରାଜରାସ୍ତାକେ ଉତରିଛନ୍ । ମଙ୍ଗଲବାର ସଖାଲର ୧୧ ବଜାନୁ ନେଇକରି ଦିନର ୩ ବଜାତକ୍ ଚକାଜାମ୍ କରିଛନ୍ ଚାଷୀ ।

ଠିକ୍ ହିସାବେ ବନ୍ଦ ପାଲନ୍ କରବାର ଲାଗି କୃଷକ୍ ସଙ୍ଗଠନ୍ ଆଡୁ କୁହାଯାଇଛେ । ବନ୍ଦ ଲାଗି ଯେନ୍ତା କେନସି ସାଧାରଣ ଲୋକ୍ ଉପରେ ଖରାପ୍ ପ୍ରଭାବ୍ ନାଇଁ ପଡବା ସେ ଉପରେ ଗୁରୁତ୍ୱ ଦିଆଯାଉଛେ । ନୂଆଁ କୃଷି ଆଇନକେ ପୂରା କାଢି ନେବାର ଲାଗି କୃଷି ସଙ୍ଗଠନ୍ ଦାବି କରୁଥିବାର ବେଲେକେ ସରକାର ଇ ଅଶଇନନେ କିଛିଟା ସଂଶୋଧନ୍ କରବାର ଲାଗି ରଙ୍କକ୍ସକ୍ଟ ହେଇଛନ୍ । କୃଷିସଙ୍ଗଠନ୍ ସାଙ୍ଗେ ୫ ଥର୍ ସରକାର ଆଲୋଚନା କରିସାରିଥିଲେ ଭିଲ୍ କେନସି ସମାଧାନ୍ ନାଇଁ ହେଇଥିବାର ବେଲକେ ଆଏବାର ବୁଧବାର ଦିନ ଫେର ଥରେ ଦୁହିଁକଁର ଭିତରେ ଆଲୋଚନା ହେବାକେ ଯଉଛେ । ଭାରତ ବନ୍ଦ ଥିବାରନୁ ମଙ୍ଗଳବାର ହେବାକେ ଥିବାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପେପର-୧ ପରୀକ୍ଷାକେ ୧୧ ତାରିଖକେ ଘୁଂଚାଯାଇଛେ ।

ସେଆଡେ ବନ୍ଦ ଲାଗି ସବୁ ଦୁକାନ୍ ବଜାର ସରକାରୀ ବେସରକାରୀ ଅଫିସ୍ ବନ୍ଦ ରହିଥଇବାର ବେଲକେ ବ୍ୟାଙ୍କ ସେବା ଭିଲ୍ ବନ୍ଦ ରହିଛେ । ସେନ୍ତା କୃଷକ୍ ସଙ୍ଗଠନର ବନ୍ଦ ଡକରାକେ ଭିନ୍ ଭିନ୍ ଶ୍ରମିକ୍ ସଙ୍ଗଠନ୍ ଆଡୁ ଭିଲ୍ ସମର୍ଥନ୍ କରାଯାଇଛେ । ଯେନଥିର ଲାଗି ଦେଶର ସବୁ ଟ୍ରକ୍ ପରିବହନ୍ କାମ୍ ବନ୍ଦ କରାଯାଇଥିବାର ମଟର ପରିବହନ୍ ସଂଘ ଆଡୁ କୁହାଯାଇଛେ । ବନ୍ଦର ପ୍ରଭାବ ଓଡ଼ିଶାନେ ଭିଲ୍ ଦେଖବାକେ ମିଲିଛେ । ପହେଲାନୁ ହିଁ ବନ୍ଦ ନେଇକରି କେନ୍ଦ୍ର ଗୃହମନ୍ତ୍ରଳାୟ ଆଡୁ ସବୁ ରାଜ୍ୟ ଆରୁ କେନ୍ଦ୍ର ଶାସିତ୍ ଅଂଚଳ ମାନକେ ନୁଟିସ୍ ଜାରି କରାଯାଇଛେ । ଯେନ୍ତା ବନ୍ଦ ସମିଆଁ କେନସି ସମସ୍ୟା ନାଇଁ ହେବା ତାରଲାଗି ଆଘୋନୁ ସମକୁ ପ୍ରସ୍ତୁତ୍ ରହେବାକେ କୁହାଯାଇଛେ ।

Leave A Reply

Your email address will not be published.