ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ୯୫% ପ୍ରଭାବଶାଲୀ ରହେବା

0

କରୋନା ବେମାର ଲାଗି ଇହାଦେ ଭିଲ୍ ଟେନ୍‌ସନ୍ ରହିଛେ । କରୋନା ଟିକା ଲାଗି ଗୁଟେ ଆଡେ ସବୁ ଦେଶର ବୈଜ୍ଞାନିକ୍ ଲାଗିଥିବାର ବେଲକେ ଇତାର ନୂଆଁ ଷ୍ଟ୍ରେନ୍ ମୁଡଦୁଖାର କାରଣ ବନିଛେ । ତ ଇତାର ଭିତରେ ଅକ୍ସଫୋର୍ଡ ୟୁନିଭର୍ସିଟି ଆର ବ୍ରିଟିଶ୍ ଫାର୍ମାସ୍ୟୁଟିକାଲ କମ୍ପାନି ଏଷ୍ଟ୍ରାଜେନେକା ଆଡୁ ବନାହେଇଥିବାର କରୋନା ଟିକା ଭାଇରସନୁ ୯୫ ଭାଗ୍ ସୁରକ୍ଷା ଦେବା । ଇ ଟିକାଟା ଫାଇଜର ଆର ମଡର୍ଣ୍ଣା ଟିକା ଲେଖେଁ କାମ୍ କରବା ଆରୁ ଇତାର ପ୍ରଭାବ କରୋନା ଉପରେ ଅଏତକା ପଡବା ନେଇକରି ଇତାର ସିଇଓ ପାସ୍କଲ ସୋରିଏଟ୍ କହିଛନ୍ । ବ୍ରିଟିଶ୍ ନ୍ୟୁଜ୍ ପେପର ‘ସନ୍‌ଡେ ଟାଇମସ୍‌’କେ ଦେଇଥିବାର ସାକ୍ଷାତକାରନେ ସେ କହିଛନ୍ ଯେ, ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ୯୫ ଭାଗ ପ୍ରଭାବଶାଲୀ ରହେବା କରୋନା ଭାଇରସ୍ ବିରୋଧନେ ।

ବୈଜ୍ଞାନିକମାନେ ସଫଲ୍ ଫର୍ମୁଲାନେ ଇ ଟିକା ପ୍ରସ୍ତୁତ କରିଛନ୍‌, ଯେନଟାକି କରୋନାର ସବୁ ପ୍ରକାରର ଲକ୍ଷଣନେ କାମ୍ ଦେବା ଇ ଟିକା । ଭାରତନେ ସିରମ୍ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ସାଙ୍ଗେ ଚୁକ୍ତି କରିକିନା ଇ ଟିକା ତିଆର କରୁଛେ । ଭାରତନେ ଇତାର ନାଁ କୋଭିସିଲଡ ରହେଛେ ଆରୁ କେନ୍ଦ୍ର ସରକାର ଇତାକେ ଜରୁରୀ କାଳିନ ବେଭହାର ଲାଗି ମଂଜୁରି ଦେଇଛନ୍ । ଆମେରିକା ଆରୁ ୟୁରୋପ୍‌ନେ ଟିକାକରଣ ପ୍ରକ୍ରିୟା ଇହାଦେ ଭିଲ୍ ଚାଲିଛେ ଆର ଭାରତନେ ବହୁତ ଜଲଦି ଟିକାକରଣ କରାଯିବା ନେଇକରି ପ୍ରସ୍ତୁତି ଚାଲିଛେ । ଅକ୍ସଫୋର୍ଡ ଟିକାର ପରିବହନ ଆର ସଂରକ୍ଷଣ ଦିଗନେ ବିଶେଷ ସମସ୍ୟା ନାଇଁଥିବାରନୁ ଦେଶେ ଟିକାକରଣ ପ୍ରକ୍ରିୟାନେ ଇଟା ମୁଖ୍ୟ ଭୂମିକା ନେବା ବଲି ଆଶ୍ କରାଯାଉଛେ ।

Leave A Reply

Your email address will not be published.