ହୀରାକୁଦ ଇକୋ ରିଟ୍ରିଟ୍ : କେନ୍ତା କରି ଯିବେ, କାଣା ରହିଛେ ସୁବିଧା

0

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ୍ ର ଇତିହାସରେ ଯୁଡି ହେଲା ଗୁଟେ ନୂଆ ଫରଦ୍ । ହୀରାକୁଦନେ ଇହାଦେ ଚାଲିଛେ ଇକୋ ରିଟ୍ରିଟ୍ । କରୋନା ବେଲକେ ସବୁ ବନ୍ଦ୍ ଥିଲା । ସମକଁର୍ ରୋଜଗାର୍ ଉପରେ ଗୁଟେ କିସମେ କରୋନା ମାଡ ପଡିଥିଲା । ହେଲେ ଇହାଦେ ଧୀରେ ଧୀରେ ସବୁ ଯେନ୍ତା ଆଘୋନୁ ଚାଲିଥିଲା , ଫେର୍ ହେନ୍ତା ବାଟକେ ଫିରୁଛେ । ଇହାଦେ ଡିସେମ୍ବର ମାସ୍ । ଡିସେମ୍ବର, ଜାନୁୟାରୀ ଇ ଦୁଇ ମାସେ ପର୍ଯ୍ୟଟନ୍ ଜାଗା ମାନକୁଁ ଲୁକକଁର୍ ବନେ ଭିଡ ଜମସି । କାରନ୍ ନୂଆଁ ବରଷ ଲାଗି ଲୋକ୍ ଟିକେ ବୁଲାବୁଲି କରବାର୍ ଲାଗି ନିଜର ନିଜର ପସନ୍ଦ ଅନସାରେ ଯାଇଥିସନ୍ । ତ ଏନ୍ତାଥି ଫେର୍ ପର୍ଯ୍ୟଟନ୍ ଜାଗା ମାନକଁର୍ ବିକାଶ୍ ଲାଗି ସରକାରକଁର୍ ଆଡୁ ଓଡ଼ିଶାର ୫ଟା ଜାଗାନେ ମୁଲ ହେଇଛେ ଇକୋ ରିଟ୍ରିଟ୍ । ଯେନଥିର ଭିତରୁ ଗୁଟେ ହେଉଛେ ହୀରାକୁଦ । ପଶ୍ଚିମ ଓଡ଼ିଶାନେ ପହେଲା ଥର ଲାଗି ମୁଲ୍ ହେଇଛେ ଏନ୍ତା ଗୁଟେ ଆୟୋଜନ୍ । ଇ ଇକୋ ରିଟ୍ରିଟ୍ ଆଏବାର୍ ୩ ମାସ୍ ତକ୍ ଚାଲବା । ଇନେ ଏବେର ଲାଗି ୨୦ଟା ପ୍ରିମିୟମ୍ ଟେଣ୍ଟ ହେଇଥିବାର୍ ବେଲକେ ୫ଟା ରୟାଲ ଟେଣ୍ଟ ହେଇଛେ । ଯଦି ପର୍ଯ୍ୟଟକକଁର୍ ସଂଖ୍ୟା ବଢବା, ବୁକିଂ ଅଧିକା ହେବା ବଏଲେ ରହେବାର୍ ବ୍ୟବସା୍ଥକେ ବଢାଯିବା । କେନ୍ତା ଅଛେ ରହେବାର୍ ସୁବିଧା
ଇଠାନେ ପର୍ଯ୍ୟଟକ୍ ମାନେ ରହେବାର୍ ଲାଗି ୨୦ଟା କଟେଜ୍ ତ ଅଛେ । ହେଲେ ତମ୍ବୁ ତଲେ ବି ଲୋକ୍ ହୋଟେଲ ବାଗିର ସୁବିଧା ପାଇପାରବେ । ପାଏନ୍ ଆର୍ ବିଜଲିର ସୁବିଧା ବି ଅଚେ ଇନେ । ତାର ସାଙ୍ଗେ ଏଟିଭି, ପାରାମୋଟରିଂ, ବନାନା ବୋଟିଂ ଇସବୁର ମଜା ବି ନେଇ ପାରବେ ପର୍ଯ୍ୟଟକ୍ । ଇଠାନକେ ଯିବାର୍ ଲାଗି ପହେଲା ବୁକିଂ କରବାରକେ ପଡବା । ସେନେ ପ୍ୟାକେଜ୍ ମାନେ ଅଛେ । ଝନେ ଚାହେଁଲେ ଗୁଟେ ରାଏତ୍ ଦୁଇ ଦିନ୍ ରହେବାର୍ ବି ପ୍ୟାକେଜରେ ବୁକିଂ କରିିପାରବା । ତାର ସାଙ୍ଗେ ୨ ରାଏତ୍ ଆର୍ ୩ ଦିନ୍ ରହେବାର୍ ପ୍ୟାକେଜ୍ ବି ରହିଛେ । ଗୁଟେ ରାଏତ୍ ଦୁଇ ଦିନ୍ ରହେବାର ପ୍ୟାକେଜନେ ହୁମା ମନ୍ଦିର, ହୀରାକୁଦ ଡ୍ୟାମ୍, ରୋପ ୱେ ସବୁଥିର ମଜା ନେଇ ପାରବେ ପର୍ଯ୍ୟଟକ୍ । ତାର ସାଙ୍ଗେ ଯେନ୍ ମାନେ ୨ ରାଏତ୍ ଆର୍ ୩ ଦିନ୍ ରହେବାର୍ ପ୍ୟାକେଜ୍ରେ ବୁକିଂ କରିପାରବେ, ସେମାନେ ଇ ସବୁ ଜାଗା ବୁଲବାର୍ ସାଙ୍ଗେ ଡେବ୍ରିଗଡ ବୁଲବାର ମଜା ବି ନେଇପାରବେ ।ତାର ସାଙ୍ଗେ ଖାଏବାର୍ ପିବାର୍ ବି ସବୁ ପ୍ରକାର ବ୍ୟବସ୍ଥା କରାହେଇଛେ । ଯେନେକି ସ୍ଥାନୀୟ ଅଞ୍ଚଲର ଖାଏବାର୍ ର ବି ମଜା ନେଇପାରବେ ପର୍ଯ୍ୟଟକ୍ । ହେନ୍ତା ପର୍ଯ୍ୟଟକକଁର୍ ଲାଗି ସାଂସ୍କୃତିକ୍ କାର୍ଯ୍ୟକ୍ରମ ବି କରାଯିବା ।

ରାତି ମନୋରଞ୍ଜନ ଲାଗି ନାଚ୍ , ଗୀତ୍ର ମଜା ନେଇପାରବେ ଲୋକ୍ । ହେନ୍ତା ସେ ଭିତରେ ସ୍ଲିପିଂ ଚେୟାର ପଡିଛେ, ସ୍ଲିପିଂ ଚେୟାରଥି ବସିକର ରାତି ବେଲା ହୀରାକୁଦର ପାଏନ୍ର ମଜା ନେଇପାରବେ । ହେନ୍ତା ଜେଟ ସ୍କି ଗୁଟେ ଭାଉଁରକେ ୫୦୦ ଟଙ୍କା ପଡୁଥିବାର୍ ବେଲକେ ୧୦ ମିନିଟ ଲାଗି ୨ ଝନକୁଁ ୧୦୦୦ ଟଙ୍କା ପଡୁଛେ । ଏଟିଭି ବାଇକଥି ଟ୍ରେନର ସାଙ୍ଗେ ୫ରୁ ୭ ମିନିଟ ଲାଗି ୫୦୦ ଟଙ୍କା ଲାଗୁଥିବାର୍ ବେଲକେ ଏଟିଭି ଟ୍ରେଲ ରାଇଡସ ୩୦ ମିନିଟ ଲାଗି ୨୦୦୦ ଟଙ୍କା ପଡୁଛେ । ଯେନଟାକି ନିଜେ ଚଲାବାରକେ ପଡବା । ସ୍ପିଡ ବୋଟ୍ ଯେନଟାକି ୮ ସିଟ ଥିବାର ଟା ଗୁଟେ ରାଉଣ୍ଡ ଲାଗି ୧୦୦୦ ପଡୁଥିବାର୍ ବେଲକେ ୧୨ରୁ ୧୫ ମିନିଟ ଲାଗି ୨୦୦୦ ପଡୁଛେ ।ବନାନା ବୋଟିଂ ୧୨ରୁ ୧୫ ମିନିଟ୍ ଲାଗି ୨୦୦୦ ପଡୁଥିବାର୍ ବେଲକେ କାୟାକି ୧୫ ମିନିଟ୍ ଲାଗି ୫୦୦ ଆର୍ ପାରାମୋଟରିଂ ୨୦୦୦ଟଙ୍କା ପଡୁଛେ ।


ରାତେ ଲାଗି ୨ ଝନ୍ ରହେବାର୍ ଲାଗି ପ୍ରିମିୟମ୍ କଟେଜକେ ୯୯୦୦ ଟଙ୍କା ପଡୁଥିବାର୍ ବେଲକେ ରୟାଲ କଟେଜନେ ପଡୁଛେ ୧୪,୦୦୦ ଟଙ୍କା । ତାର ସାଙ୍ଗେ ଫେର୍ ଜିଏସଟି ଲାଗବା । ଦିନ୍ ବେଲା ହୀରାକୁଦର ନିଲି ପାଏନ୍ ଦେଖବାର୍ ଲାଗି ବଡା ସୁନ୍ଦର ଲାଗୁଥିବାର୍ ବେଲକେ ରାଏତ୍ ହେଲେ ସେନେ ଲାଗିଥିବାର୍ ରଙ୍ଗ ବେରଙ୍ଗର ଲାଇଟଥି ଝଲସି ଯାଉଛେ ଏରିଆ ।

ଯିବାର୍ ଲାଗି ବାଟ୍
ସମ୍ବଲପୁର ସହରଠାନୁ ୧୫ କିମି ଦୂରିଆ ଅଛେ ଜମାଦାରପାଲି ଏୟାରଷ୍ଟ୍ରିପ । ସେ ପାଖେ ବଲବସପୁରନେ ଇ ଇକୋ ରିଟ୍ରିଟ୍ ଅଛେ । ସମ୍ବଲପୁରନୁ ଯିବାରକେ ହେଲେ ଅଇଁଠାପାଲି ଟ୍ରାଫିକ୍ ଛକ ପାଖର କାଇଁଶିର ରାସ୍ତାନୁ ଗଲେ ବି ହେବା, ଝାରସୁଗୁଡାଠାନୁ ଆଏଲେ ପଧାନପାଲି ଟୋଲଗେଟ ପାର ହେଲା ଉତାରୁ ଭୁଜନି ଆଡେ ପଡବା ଜମାଦାରପାଲି ଏୟାରଷ୍ଟ୍ରିପକେ ରାସ୍ତା ଅଛେ । ସେ ବାଟେ ଗଲେ ବି ପୁହୁଞ୍ଚିହେବା ଇକୋରିଟ୍ରିଟ୍ ।

ପର୍ଯ୍ୟଟନର ବିକାଶ୍ ଲାଗି ଇଟା ଗୁଟେ ଚେଷ୍ଟା । ଯେନଥିକି ବାହାରର ଲୋକ୍ ମାନେ ସମ୍ବଲପୁର ସାଙ୍ଗେ ହୀରାକୁଦ ଅଞ୍ଚଲ ବୁଲି ପାରବେ । ତାର ସାଙ୍ଗେ ଇ ଜାଗା ବାବଦେ ବହୁତ ୍ କିଛି ଜାନି ପାରବେ । ସେନ୍ତା ଇ ଅଞ୍ଚଲନେ ବି ପହେଲା ଥର ଲାଗି ଏନ୍ତା ଗୁଟେ ଆୟୋଜନ୍ ହେଉଥିବାର୍ ଲାଗି ସ୍ଥାନୀୟ ଲୁକକଁର୍ ଭିତରେ ବି ଇ ଇକୋ ରିଟ୍ରିକେ ନେଇକରି ଗୁଟେ ଉସନାକୀ ରହିଛେ ।

Leave A Reply

Your email address will not be published.