ଇ ବରଷ୍ ନାଇଁ ହୁଏ ‘ଜିରୋ ନାଇଟ୍ ସେଲିବ୍ରେସନ୍‌’

କରୋନା ଲାଗି ଫିକା ପଡବା ୩୧ ‘ଜିରୋ ନାଇଟ୍ ସେଲିବ୍ରେସନ୍‌’

0

୨୦୨୦ ବରଷ୍ ଶେଷ୍ ହେଇକରି ୨୦୨୧ ନୂଆଁ ବରଷ୍ ଆସୁଛେ । ନୂଆଁ ବରଷ୍‌କେ ଲୁକେ ଧୁମ୍ ଧାମ୍ ନେ ମଜାମସ୍ତିକରିକିନା ମନେଇଥିସନ୍ । ଜିରୋ ନାଇଟ୍ ସେଲିବ୍ରେସନ୍ ସାଙ୍ଗେ ସବୁ ସହର, ହୋଟେଲ୍‌, ରେଷ୍ଟୁରାଂଟ ସଜେଇ ହେସି ସୁନ୍ଦର ହିସାବେ । ହେଲେଷ୍ଥର ନୂଆଁ ବରଷ୍ କରୋନା ଲାଗି ଫିକା ପଡବା ।

ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ରୋକ୍ ଲଗାଯାଇଛେ । କରୋନା ସ୍ଥିତି ଧୀରେ ଧୀରେ ସୁଧରିବାକେ ଯାଉଥିବାର ବେଲକେ ବ୍ରିଟେନ୍‌ନେ ଦେଖାଦେଇଥିବାର କରୋନାର ନୂଆଁ ଷ୍ଟ୍ରେନ୍ ଫେର୍ ବନିଛେ ମୁଡଦୁଖା । ସେଆଡେ ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀ ଚିନ୍ତା ବଢେଇଛନ୍ । ଲୋକମାନକୁଁ ସେଲିବ୍ରେସନ୍ ନାଁନେ ଗହଲି ନାଇଁ କରବାର ଲାଗି ସଚେତନ୍ ଭିଲ୍ କରାଯାଉଛେ ପ୍ରଶାସନ୍ ଆଡୁ । ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରାଖଣ୍ଡ, ଲେଖେଁ ୫ଟା ରାଜ୍ୟନେ କଡାକଡି ହେଇଛେ କରୋନା ନିୟମ୍ ।

ମହାରାଷ୍ଟ୍ରନେ ଆଏବାର ୫ ତାରିଖ ତକ୍ ରାତି ୧୧ନୁ ସଖାଲର ୬ ବଜା ତକ୍ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛେ । ମୁମ୍ବାଇନେ ୧୪୪ ଧାରା ଜାରି ରହିଛେ । ୪ନୁ ଅଏତକା ଲୋକ୍ ଗୁଟେ ଜାଗାନେ ଏକାନେ ହେବାକେ ମନା କରାଯାଇଛେ । ଓଡ଼ିଶାନେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ରୋକ୍ ଲଗାଯାଇଛେ । ସୁରକ୍ଷା ବେବସ୍ଥାକେ ଦେଖିକରି ରାଜଧାନୀ ଭୁବନେଶ୍ୱରନେ ନିୟୋଜିତ ହେବେ କମିଶନରେଟ୍ ପୋଲିସର ୧୨ଟା ସ୍ପେସାଲ୍ ଟିମ୍ । ହୋଟେଲ୍‌, ପବ୍‌ନେ ଭିଡ୍ କଲେ ଦେବାକେ ପଡବା ଜରିମାନା ।

ସବୁ ଟ୍ରାଫିକ୍ ଛକ୍ ଆରୁ ଗହଲି ଜାଗା ମାନକେ ଜୋରଦାର୍ ଚେକିଂ ଚାଲବା । ରାଜଧାନୀନେ ୧୨ ସ୍କ୍ୱାର୍ଡ ପୋଲିସ୍ ଫୋର୍ସ ଜଗବେ । ମଦୁଆକଁର ଇଥର ନିସ୍ତାର ନାଇଁନ୍‌, କାଣା ହେଲା ଯେ କି ବ୍ରେଥ୍ ଆନାଲାଇଜର ଧରବା ମଦୁଆକୁଁ । କେନସି ଭିଲ୍ ହୋଟେଲ୍ ବାର୍‌ନେ ଜିରୋ ନାଇଟ୍ ସେଲିବ୍ରେସନ୍ ନାଇଁ କରାଯିବାର ନେଇକରି ନିଷ୍ପତ୍ତି ନିଆଯାଇଛେ । ଆରୁ ନିୟମ୍ ନାଇଁ ମାନଲେ କଡା କାର୍ଯ୍ୟାନୁଷ୍ଠାନ୍ ନିଆଯିବା ବଲି ଆଗରୁ ସୂଚେଇ ଦିଆଯାଇଛେ ।

Leave A Reply

Your email address will not be published.