୧୮ ଘଣ୍ଟା ପଡିରହେଲା ମଲାଦେହେ

୫ ଦିନ୍ ଲାଗି ସଇଁନ୍ତଲା ଡାକ୍ତରଖାନା ସଟ୍‌ଡାଉନ୍‌, କର୍ମଚାରୀ ବି ପଜିଟିଭ୍‌

0

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାନେ ଥିବାର୍ ସିଏଚସି ରଏବାର୍ ଅଧା ରାତି ଝନେ କରୋନା ରୋଗୀକଁର୍ ଜୀବନ୍ ଯାଇଛେ । ଇଟା ଜନା ପଡବାର୍ ଉତାରୁ ଡାକ୍ତରଖାନା ଭିତରେ ମହିଲାକଁର୍ ମଲାଦେହେ ୧୮ ଘଣ୍ଟା ଧରି ପଡି ରହେଲା । ତାକଁର ସଂସ୍ପର୍ଶନେ ଆସି ଡାକ୍ତରଖାନାର କିଛି କର୍ମଚାରୀ ବି ପଜିଟିଭ୍ ହେଇଥିବାର୍ ଜନାପଡବାର୍ ଉତାରୁ ଡାକ୍ତରଖାନାକେ ୫ ଦିନ୍ ଲାଗି ସିଲ କରାଯାଇଛେ ।
ସଇଁନ୍ତଲା ସିଏଚସିକେ ଏପ୍ରିଲ ୧୦ ତାରିଖ୍ ତକ୍ ସଟଡାଉନ୍ କରାଯାଇଛେ । ଖାଲି ଜରୁରୀ ସେବା ମିଲବା । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଞ୍ଚାୟତ ବାବୁଲବା ଗାଁର ଝନେ ପିଲା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ମସ୍କାଦାଣ୍ଡି ଗାଁନେ ବିହା ହେଇଥିଲେ । ତାକଁର ଗର୍ଭବତୀ ପତ୍ନୀକୁଁ ଗଲା ୮ ଦିନ୍ ହେଲା ଜର ଆର୍ ଥଣ୍ଡାନେ ପଡିଥିଲେ । ପିଲା ଝନକ ତାକଁର ପତ୍ନୀକୁଁ ନେଇ ଶଶୁରଘରକେ ନେଇ ସେଠାନେ ଦେଖବାର ଲାଗି କହିଥିଲେ ଆର୍ ଘରକେ ଫିରିଆସିଥିଲେ । ସେଠାନେ ଶଶୁରଘର ଲୋକ୍ ସେନ ଝନେକେ ଦେଖେଇକରି ଉଷୋ ଖୁଆଇଥିଲେ । ହେଲେ ଦେହେ ବେଶୀ ଖରାଫ୍ ହେବାରନୁ ମଦନପୁର ଠାନେ ଥିବାର୍ ଡାକ୍ତରଖାନାକେ ନେଇ ଦେଖାଇଥିଲେ । ମହିଲାକଁର୍ କୋଭିଡ ଟେଷ୍ଟ କରବାର୍ ଲାଗି ଡାକ୍ତର କହିଥିଲେ । ହେଲେ ପଛେ ମହିଲାକଁର୍ କୋଭିଡ ପରୀକ୍ଷା ରିପୋର୍ଟ ଆସବାର୍ ଆଘୋନୁ ରଏବାର୍ ବେଲବୁଡାନେ ପିଲା ଝନକ ସଇଁନ୍ତଲା ଡାକ୍ତରଖାନାକେ ଆନିଥିଲେ । ଅବସ୍ଥା ବେଶୀ ସିରିୟସ ହେବାର୍ ଲାଗି ତାକୁଁ ସାଙ୍ଗେ ସାଙ୍ଗେ ଡାକ୍ତରଖାନାନେ ଭର୍ତ୍ତି କରାଗଲା । ହେଲେ ବି ତାକୁଁ ଡାକ୍ତର ନାଇଁ ବଞ୍ଚେଇ ପାରଲେ । ପଛେ ପୁଲିସକେ ଖବର ଦେଇଥିଲେ । ମହିଲାକୁଁ ଦେଖିଥିବାର୍ ଆଘର ଡାକ୍ତରକଁର୍ ସବୁ କାଗଜପତର ଦେଖବାର୍ ଲାଗି ସଇଁନ୍ତଲା ଡାକ୍ତରଖାନାନେ କୁହାଯାଇଥିବାର୍ ବେଲକେ ପିଲା ଝନକ କେନସି କାଗଜ ପତର ନାଇଁ ଆନିଥିବାର୍ କହେଲେ ଆର୍ ଖାଲି ମୋବାଇଲରେ କୋଭିଡ ପରୀକ୍ଷାର ରିପୋର୍ଟର ମେସେଜ ଆସିଥିବାର୍ କହିଥିଲେ । ସେ ମେସେଜରୁ ହିଁ ରିପୋର୍ଟ ପଜିଟିଭ୍ ଥିବାର୍ ଜନାପଡିଥିଲା । ଘଟନା ବାବଦେ ଜାନଲା ଉତାରୁ ସଇଁତଲା ଥାନାର ଅଧିକାରୀ ମାନେ ଘଟନା ଜାଗାକେ ପହଞ୍ଚି ଥାନାରେ ଗୁଟେ ମାମଲା ରୁଜୁ କରି ଘଟନାର ତଦନ୍ତ କରୁଛନ୍ । ସଇଁନ୍ତଲା ଡାକ୍ତରଖାନାର କିଛି କର୍ମଚାରୀକଁର୍ କରୋନା ପଜିଟିଭ୍ ହେବାର୍ ଜନାପଡବାର୍ ଉତାରୁ ସିଏଚସିକେ ସଟଡାଉନ୍ କରବାର୍ ଲାଗି ନିଷ୍ପତ୍ତି ନିଆଯାଇଛେ । ମହିଲାକଁର୍ ମଲାଦେହେକେ ଟିଟିଲାଗଡନୁ ମହାପ୍ରୟାଣ ଗାଡି ଆନି ତାକଁର୍ ଶେଷ୍ ସଂସ୍କାର କରାଯାଇଥିଲା ।

Leave A Reply

Your email address will not be published.