ହାତୀ ଗୁହୁଡା ଲାଗି ଅନ୍ଧାରେ କାଟୁଛନ୍ ଦିନ୍‌

ବରଗଡ଼ ଜିଲ୍ଲାନେ ବଢୁଛେ ହାତୀ ଉତ୍ପାତ୍‌, ହାତୀ ଜୀବନ୍ ବିପଦନେ ଥିବାରନୁ କଟାଯାଇଛେ ବିଜଲି

0

ଅମଲ ସମିଆଁ ଆଏଲେ ହାତୀ ଉତ୍ପାତ୍ ବଢିଯାଇସି । ଧାନ୍ ଖାଏବାର ଲାଗି ଗୁହୁଡା ଗୁହୁଡା ହେଇକରି ଗାଁମୁହାଁ ହେଇଥିସନ୍ ହାତୀ । ବରଗଡ଼ନେ ଗଲା ମଙ୍ଗଲବାରନୁ ହାତୀ ଗୁହୁଡା ଆସିକରି କ୍ଷେତ୍ ଭିତରକେ ପଶିକରି ଧାନ୍ ଫସଲ୍ ନଷ୍ଟ୍ କରୁଛନ୍ । ଜିଲ୍ଲାର ପପଙ୍ଗା, ମହୁଲପାଲି, ରେମଣ୍ଡା ଅଂଚଲ ମାନକେ ହାତୀ ଗୁହୂଡା ବୁଲୁଥିବାର ଦେଖବାକେ ମିଲିଛେ । ଛୋଟବଡ୍ ହେଇକରି ୩୫ଟା ହାତୀ ଗୁହୁଡା ହେଇକରି ଆସିକରି ଇ ସବୁ ଅଂଚଲ ମାନକେ ବୁଲୁଛନ୍ ।

ସେଆଡେ ବନବିଭାଗ ହାତୀ ମାନକଁର ଉପରେ ନଜର ରଖିଥିବାର ବେଲକେ ବିଜଲି ଲାଇନ୍ କାଟି ଦେଇଛନ୍ । ବହୁତ୍‌ଟେ ସମିଆଁନେ ହାତୀ ବିଜଲି ତାରନେ ଲାଗିକରି ମରିଯାଉଥିବାରନୁ ବିଜଲି ତାର କଟାଯାଇଥିବାର ବନବିଭାଗ ଆଡୁ କୁହାଯାଇଛେ । ଗଲା ବରଷ୍ ଭଟଲି ରେଂଜର ସମ୍ବରଦରହା ଗଂଗେଇ ଗାଁନେ ୧୧ କେଭି ତାରନେ ଲାଗିକରି ଗୁଟେ ଦନ୍ତା ହାତୀର ଜୀବନ୍ ଯାଇଥିଲା ।

ସେଆଡେ ବିଜଲି କଟାଯାଇଥିବାରନୁ ଇ ସବୁ ଅଂଚଲର ଲୁକେ ଅନ୍ଧାରେ ଦିନ୍ କାଟୁଛନ୍ ଇହାଦେ, ଯେନଥିର ଲାଗି ଅସନ୍ତୋଷ ଦେଖବାକେ ମିଲିଛେ । ବନବିଭାଗ ଆଡୁ ହାତୀ ଘଉଡାବାର ଲାଗି ଠିକ୍ ହିସାବେ କାମ୍ ନାଇଁ କରାଯାଉଥିବାର ଲୁକେ କହୁଥିବାର ବେଲକେ ବନବିଭାଗ ଆଡୁ ଚେଷ୍ଟା ଚାଲିଥିବାର କୁହାଯାଉଛେ । ଗଲା ୪ ଦିନ୍ ହେଲା ହାତୀ ଗୁହୁଡା କ୍ଷେତ୍ ମାନକୁ ପଶିକରି ଏକଡ ଏକଡ ଚାଷ ନଷ୍ଟ୍ କରୁଛନ୍ । ଗୁଟେ ଆଡେ ହାତୀ ଉତ୍ପାତ୍ ତ ଦୁଶରା ଆଡେ ଅନ୍ଧାରେ ଜୀବନ୍ କାଟୁଥିବାରନୁ ଲୁକକଁର ଭିତରେ ଅସନ୍ତୋଷ ବଢି ବଢି ଚାଲିଛେ ଆରୁ ହଏରାନ୍ ଭିଲ୍ ହେଉଛନ୍ ।

Leave A Reply

Your email address will not be published.