କୁହୁଲା ଆର ଖାର୍ ଗୁଣ୍ଡ୍‌ନେ ବେହାଲ୍ ଝାରସୁଗୁଡ଼ାର ଲୋକ୍‌

କଲକାରଖାନାନୁ ବାହାରୁଥିବାର ବିଷାନ୍ ଗ୍ୟାସ୍ ବଢଉଛେ ପରିବେଶବିତ୍‌କଁର ଚିନ୍ତା

0

ଶିଲ୍ପର ସହର ଝାରସୁଗଡ଼ାନେ କଲକାରଖାନା ମାନେ ଭର୍ତ୍ତି ଅଛେ । ସହରଟା ଛୋଟ୍ ହେଇଥିବାର ବେଲକେ କେତନି ଶିଲ୍ପ ସଂସ୍ଥାମାନେ ରହିଛେ ଯେନ୍‌ଥିର ଲାଗି ପ୍ରଦୂଷଣ ବଢବାରନେ ଲାଗିଛେ । ଆରୁ ଇଟା ଇହାଦେ ସହର ଲାଗି ମୁଡ ଦୁଖାର କାରନ୍ ବନିଛେ । ଏନ୍ତାକି ଦେଶର ଶହେଟା ପ୍ରଦୂଷିତ୍ ସହର ଲିଷ୍ଟନେ ଝାରସୁଗୁଡ଼ା ସହରର ନାଁ ରହିଛେ । ଇତାର ବାହାରେ ଦେଶର ଯେନ୍ କେତେଟା ଜାଗାନେ ବିଷାନ୍ ସଲଫର୍ ଡାଇଅକ୍ସାଇଡ୍ ବାହାରୁଥିବାର ଶିଲ୍ପ ସଂସ୍ଥା ରହିଛେ ତାର ଭିତରେ ଝାରସୁଗୁଡ଼ା ସହର ଭିଲ୍ ରହିଛେ ।

ଗ୍ରିନ୍‌ପିସ୍ ଆରୁ ୱେଟଲାଣ୍ଡ ଇଣ୍ଟର ନ୍ୟାସନାଲ ସାଉଥ ଏସିଆ (ୱାଇକା) ର ରିପୋର୍ଟନୁ ଏନ୍ତା ତଥ୍ୟ ଆସିଛେ । ହୀରାକୁଦ୍‌ର ପାଏନ୍‌ନେ ଫିକାଲ କୋଲିଫାର୍ମ ଆରୁ ଟୋଟାଲ କୋଲିଫାର୍ମ ଜୀବାଣୁ ଇ ପାଏନ୍‌ଥି ମିଶିକରି ଫ୍ଲୋରାଇଡ୍‌ର ପରିମାଣ ବଢଉଛନ୍ । ଝାରସୁଗୁଡ଼ା, ବ୍ରଜରାଜନଗର, ଆରୁ ବେଲପାହାଡ ସହର ସାଙ୍ଗେ ଇହାଦେ ଗାଁ ମାନକୁଁ ଭିଲ୍ ଦୂଷିତ୍ କଲାନ ଇ କଲକାରଖାନୁ ବାହାରୁଥିବାର ବିଷାନ୍ ଗ୍ୟାସ୍ ଜିଲ୍ଲାନେ ଭରିକରି ରହିଛେ କୁଇଲା ଖଣିମାନେ ରହିଛେ ଯେନଠାନୁ ଫିଦିନ୍ ଟ୍ରକ୍ ଟ୍ରକ୍ କୁଇଲା ବାହାର କରାଯାଇକରି ନିଆଯାଉଛେ । ଯେନଟାକି ପରିବେଶକେ ଖରାପ କରବାର ଆରଗୁଟେ ମାଧ୍ୟମ ସାଜିଛେ । ଏତେ ପରିମାଣନେ ବାୟୁ ଦୂଷିତ୍ ହେଇଗଲାନ ଯେ ସଖାଲୁ ସଖାଲୁ କୁହୁଡିଆ ହେଇକିନା ରହୁଛେ ପରିବେଶ ।

ଝାରସୁଗୁଡ଼ା-ସମ୍ବଲପୁର ପରିସୀମାନେ ଥିବାର ଭୂଷଣ ଷ୍ଟିଲ, ବେଦାନ୍ତ ଆଲୁମିନା, ଆଦିତ୍ୟ ଆଲୁମିନା, ଏସ୍‌ଏମ୍‌ସି ମେତାନ୍ ଶିଲ୍ପ ସଂସ୍ଥା ମାନେ ଖୁଲିଛେ । ସେଆଡେ ଲଖନପୁର ବ୍ଲକନେ ଟିଆରଏଲ୍‌, ଓପିଜିସି କାରଖାନା ରହିଥିବାର ବେଲକେ ଇହାଦେ ଆର ଗୁଟେ କାରଖାନା ଖୁଲବାକେ ଯଉଛେ । କାରଖାନା ମାନକୁଁ ବାହାରୁଥିବାର ଫ୍ଲାଏଆଶ୍ ସବୁ ଭିଲ୍ ବାୟୁମଣ୍ଡଲକେ ଦୂଷିତ୍ କରୁଛନ୍ , ଯେନଟାକି ବଢି ବଢି ଚାଲକେ ଆଗକେ ବିପଦ ହେବାର ଡର୍ ରହିଛେ । କାରଖାନାନୁ ବାହାରୁଥିବାର ବିଷାନ୍ ପାଏନ୍ ନଦୀ, ବନ୍ଧ, କଟା ମାନକେ ମିଶିକରି ପାଏନ୍ ଭିଲ୍ ଖରାପ୍ ହେଉଛେ । ଯେନଥିରୁ ବେମାରି ବଢବାର ସାଙ୍ଗେ ପାଏନ୍ ଥିବାର ମାଛ୍‌, କଙ୍କଡା ସବୁ ଭିଲ୍ ମରୁଛନ୍ । ଇ ବିଷାନ୍ ଗ୍ୟାସ୍ ଆରୁ ପାଏନ୍ ଲାଗି ଚାଷବାସ୍ ଭିଲ୍ ଖରାପ୍ ହେଉଛେ ।

ମହାନଦୀର ଶାଖା ନଦୀ ଭେଡେନ୍ ଆରୁ ଇବ୍ ନଦୀର ପାଏନ୍ ବିଷାନ୍ ହେଇକରି ସିଧା ଯାଇକରି ହୀରାକୁଦ୍ ପାଏନ୍ ମିଶୁଛେ । ଜଙ୍ଗଲ ମାନେ ଭିଲ୍ ଧୀରେ ଧୀରେ ନଷ୍ଟ୍ ହେବାରନେ ଲାଗିଛେ ଇ ବିଷାନ୍ ଗ୍ୟାସ୍ ପ୍ରଭାବନେ । କାରଖାନା ଆଡୁ କି ଜିଲ୍ଲା ପ୍ରଶାସନ ଆଡୁ ଇତାର ସୁପରିଚାଲନା ଲାଗି ଏତକି ବେଲୁ କାମ୍ ନାଇଁ କଲେ ଆଏବାର ଦିନ୍ ମାନକେ ଇଟା ବିପଦ୍ ବଢାବା ।

Leave A Reply

Your email address will not be published.