ବୌଦ୍ଧର ଐତିହ୍ୟକେ ନେଇକରି ଖୁଲବା ମ୍ୟୁଜିୟମ୍‌

ବୌଦ୍ଧ ପୁରନା କଚରି କୁଠାନେ ବନବା ଜିଲ୍ଲାର ପହେଲା ଐତିହ୍ୟ ମ୍ୟୁଜିୟମ୍

0

ବୌଦ୍ଧନେ ପହେଲା କରି ବନବାକେ ଯଉଛେ ଇତାର ଐତିହ୍ୟକେ ନେଇକରି ଗୁଟେ ମ୍ୟୁଜିୟମ୍ । ଜିଲ୍ଲାର ପୁରନା କଚରି କୁଠାକେ ମ୍ୟୁଜିୟମ୍ ବନାଯିବା, ଯେନଠାନେ କି ଲୋକ୍ ଆମର ପୁରନା ସଂସ୍କୃତି ପରମ୍ପରାକେ ଜାନିପାରବେ । ଇଠାନେ ମ୍ୟୁଜିୟମ୍ ଖୁଲାଯିବାର ନେଇକରି କେତନି ଦିନୁ କଥା ଚାଲିଥିବାର ବେଲକେ ଗଲା ନଭେମ୍ବର ୨୪ ତାରିଖନେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରକଁର ଅଧ୍ୟକ୍ଷତାନେ ହେଇଥିବାର ବୈଠକନେ ବୌଦ୍ଧର ପୁନା କଚରିକେ ମ୍ୟୁଜିୟମ୍ କରାଯିବାର ନେଇକରି ନିଷ୍ପତ୍ତି ନିଆଯାଇଥିଲା ।

ମ୍ୟୁଜିୟମ୍ ଲାଗି ଜୋରଦାର୍ କାମ୍ ଚାଲିଥିବାର ବେଲକେ ଆଏବାର ଡିସେମ୍ବର ୫ ତାରିଖନେ ମ୍ୟୁଜିୟମ୍ ଖୁଲାଯିବାର ନେଇକରି ଜନାପଡିଛେ । ପୁରନା କଚେରି କୁଠାନେ ପାଏନ୍‌, ବିଜଲିନୁ ନେଇକରି ଦୁଶରା ଯାହା ଭିଲ୍ ଦରକାର ରହିଛେ ସେସବୁ ଉପରେ ଜଲଦି କାମ୍ କରାଯାଉଛେ । ଇ ସବୁ କାମର ଦେଖଭାଲ ଲାଗି ପୂର୍ତ୍ତ ବିଭାଗ, ଏନ୍‌ଏସି ଆରୁ ଦୁଶରା ବିଭାଗୀୟ ଅଧିକାରୀକୁଁ କୁହାଯାଇଛେ । ଇ ଐତିହ୍ୟ ସଂଗ୍ରହାଳୟ ଲାଗି ଯାର ପାଶେ ଯାହା ପୁରନା ସାମାନ୍ ଅଛେ ସେଟା ନିଜର ଇଚ୍ଛାନେ ଜିଲ୍ଲା ପ୍ରଶାସନକେ ଦାନ୍ କରବାକେ କହିଛନ୍ ଜିଲ୍ଳାପାଲ୍ । ଇ ସବୁ ସାମାନ୍ ଠୋଲ୍ କରବାର ଲାଗି ଜିଲ୍ଲାର ତିନି ବ୍ଲକ୍‌ନେ ରହୁଥିବାର ଲୁକକଁରନୁ ଗୁଟେ ରୋଡ୍ ମେପ୍ ବନାଯାଇଛେ ।

ବୌଦ୍ଧ ବ୍ଲକ୍ ଅଫିସ୍‌, ବାଉଁଶୁଣୀର ମାଁ ମାହେଶ୍ୱରୀ ଡିଗ୍ରି କଲେଜ୍ ଆରୁ ବଘିଆପଡ଼ାର ଗଉଡଦେଇ ହାଇସ୍କୁଲ ଠାନେ ଲୁକେ ଦାନ୍ କରିଥିବାର ସାମାନ୍ ରଖାଯିବା । ସେନ୍ତା ହରଭଙ୍ଗା ବ୍ଲକ୍ ଅଫିସ୍‌, ଆରୁ ବୀରନରସିଂହପୁର ହାଇସ୍କୁଲନେ ଭିଲ୍ ଦାନ୍ ସାମାନ୍ ଠୋଲ୍ କରାଯିବା ବୌଦ୍ଧ ବିଡ଼ିଓ ଇ କାମର ତଦାରଖ କରବାକେ କୁହାଯାଇଛେ । ୧୯୨୧ ମସିହାନେ ଇଂରେଜ ଶାସନ ଆରୁ ବୌଦ୍ଧ ରଜାକଁର ସମିଆଁନେଇଠାନେ କଚରି ତିଆର କରାଯାଇଥିଲା । ୧୯୪୮ ମସିହାନେ ରାଜା ନାରାୟଣ ପ୍ରସାଦ ଦେବ ସରକାରକୁଁ କ୍ଷମତା ଦେଇଥିଲେ ।

Leave A Reply

Your email address will not be published.