ଆହୁରି ବଢବା ଜାଡ୍‌

ଆଏବାର ଡିସେମ୍ବର ୩୧ ଆରୁ ଜାନୁଆରୀ ୧ନେ ପାରା କମ୍‌ବା ଆର ଜାଡ ବଢବାର ସମ୍ଭାବନା

0

ରାଜ୍ୟନେ ଜାରି ରହିଛେ ଶୀତ୍ । ରାତି ପାରା କମବାର ସାଙ୍ଗେ ବଢୁଛେ ଜାଡ୍ । ଗଲା କିଛି ଦିନ୍ ଧରିକିନା ଲାଗି ରହିଥିବାର ଥଣ୍ଡା ଇହାଦେ ଫେର୍ ବଢେଇଛେ ମୁସ୍କିଲ୍ । ଆଗକେ ଆହୁରି ପାଂଚ ଦିନ୍ ପାଗ୍ ଏନ୍ତା ସମାନ୍ ରହେବା ଆରୁ ବେଶୀ କିଛି ପରିବର୍ତ୍ତନ୍ ନାଇଁ ଆସେ ବଲି ପାଣିପାଗ ବିଭାଗ ଆଡୁ କୁହାଯାଇଛେ । ଆଏବାର ୩୧ ଆରୁ ଜାନୁଆରୀ ୧ ତାରିଖ୍ ଆଡକେ ଆହୁରି ଜୋର୍ ଥଣ୍ଡା ବଢବାର ନେଇକରି ସୂଚନା ରହିଛେ । ଡିସେମ୍ବର ୩୦ ତାରିଖ୍ ତକ୍ ରାଜ୍ୟର କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆର କଳାହାଣ୍ଡି ଜିଲ୍ଲାନେ କୁହୁଡିଆ ପାଗ୍ ରହେବାର ସମ୍ଭାବନା ଅଛେ । ସେନ୍ତା ଆଏବାର ୩୧ ତାରିଖ ରାତିନୁ ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲା ମାନକେ ଥଣ୍ଡା ଆହୁରି ବଢବା । ଇ ସବୁ ଜିଲ୍ଲା ମାନକେ ୨ନୁ ୩ ଡିଗ୍ରୀ ତକ୍ ପାରା କମବା ରାତି । ଇ ସବୁ ଜିଲ୍ଲା ମାନକୁଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛେ ।

Leave A Reply

Your email address will not be published.