ଆଏବାର୍ ୧୧ନୁ ଖୁଲ୍‌ବା ସବୁ ବିଶ୍ୱବିଦ୍ୟାଲୟ

0

କରୋନା ମହାମାରୀ ଲାଗି ପୁରା୯ ମାସ ଧରିକରି ସବୁ ସ୍କୁଲ , କଲେଜ ବନ୍ଦ ରହିଥିଲା । ହେଲେ ଇହାଦେ ପରିସ୍ଥିତି ସୁଧରିବାର୍ କେ ନେଇକରି ଜାନୁଆରୀ ୧୧ ନୁ ସବୁ ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟ୍ ଖୁଲବା ବଲିକରି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଡୁ ସୂଚନା ମିଲିଛେ । କଲେଜ୍ ଖୁଲବାର୍ ଉତାରୁ ବାକିଥିବାର୍ ଫାଇନାଲ ୟିଅର୍ ଛାତ୍ର ଛାତ୍ରୀ ମାନକଁର୍ ପାଠପଢା ଆର୍ ପରୀକ୍ଷା ସବୁ କରାଯିବା ବଲିକରି ଏକାଡେମିକ୍ କ୍ୟାଲେଣ୍ଡର ନେ ସେଡ୍ୟୁଲ୍ ବାହାର୍ କରାଯାଇଛେ । କୋଭିଡ ଗାଇଡଲାଇନ୍ ହିସାବେ ସବୁ ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟ ମାନକୁଁ ଏସଓପି ଜାରି କରାଯାଇଛେ । କୋଭିଡ୍ ଗାଇଡଲାଇନ୍ ଭିତରେ ସବୁ ମହାବିଦ୍ୟାଲୟ ଆର୍ ବିଶ୍ୱବିଦ୍ୟାଲୟ ଆଏବାର୍ ୧୧ ତାରିଖ୍ ନେ ଖୁଲାଯିବା ।

ସବୁ ସରକାରୀ ଆର୍ ବେସରକାରୀ କଲେଜ୍ ମାନକୁଁ ଜାନୁଆରୀ ୧୧ ନୁ ମାର୍ଚ୍ଚ ୧୫ ତକ୍ ସବୁ ପାଠ୍‌ପଢା ହେବା । ମାର୍ଚ୍ଚ ୧୬ ନୁ ୩୧ ଭିତରେ ସବୁ ୟୁଜି ,ପିଜି ର ସେମିଷ୍ଟାର୍ କରାଯିବା । ଆର୍ ଜୁନ ୧୬ ନୁ ୩୦ ଭିତ୍‌ରେ ଫାଇନାଲ୍ ସେମିଷ୍ଟାର୍ କରାଯିବା । ଆର୍ ରେଜଲ୍ଟ୍ ଜୁଲାଇ ୧୫ ତାରିଖ୍ ଭିତ୍‌ରେ ବାହାର୍ କରାଯିବା । ତାର ସାଙ୍ଗେ ୧୦ ତାରିଖ୍ ନୁ ସବୁ ୟୁଜି ,ପିଜି ଆର୍ ପିଏଚ୍‌ଡି ର ହଷ୍ଟେଲ୍ ମାନେ ଖୁଲାଯିବା । କୋଭିଡ୍ ଗାଇଡଲାଇନ୍ କେ ମାନିକରି ସବୁ କଲେଜ୍ ଆର୍ ୟୁନିର୍ଭରସିଟି ମାନକୁଁ ଅଧ୍ୟାପକ୍ ସାଙ୍ଗେ ସବୁ ଛାତ୍ର ଛାତ୍ରୀ ଆର୍ କର୍ମଚାରୀ ମାନେ ମାସ୍କ୍ ବେବହାର୍ କର୍‌ବେ ଆର୍ ସାମାଜିକ୍ ଦୁରତା ଭିଲ୍ ରଖ୍‌ବେ ବଲିକରି ନିୟମ୍ ଜାରି କରାଯାଇଛେ ।

Leave A Reply

Your email address will not be published.