ଆର୍ ଜାଡେ ନାଇଁ ଥରନ୍ ଘରନାଇଁ ଥିବାର ଲୋକ୍‌

ସମ୍ବଲପୁର ଜିଲ୍ଲା ପ୍ରଶାସନର ଚେଷ୍ଟା, ଘର ନାଇଁ ଥିବାର ଲୁକକୁଁ କରାଯିବା ଥଇଥାନ୍

0

ରାଜ୍ୟନେ ଧୀରେ ଧୀରେ ବଢବାରନେ ଲାଗଲାନ୍ ଜାଡ୍ । ପାରା କମତେଲ୍ ଯଉଥିବାର ବେଲକେ ଆଗକେ ଆହୁରି ଥଣ୍ଡା ପଡବା ନେଇକରି ପାଣିପାଗ ବିଭାଗ ଆଡୁ କୁହାଯାଇଛେ । ଏନ୍ତାଥି ଯାର ଘର ଦୁଆର ନାଇଁନ ସେମାନେ ବେଶୀ ଅସବିଧା ଭୁଗୁଛନ୍ । ଇମାନକୁଁ ଜାଡୁ ବଂଚାବାର ଲାଗି ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଡୁ ପଦକ୍ଷେପ୍ ସବୁ ନିଆଯାଇଛେ । ଖୁଲା ଆକାଶ ତଲେ ଜୀବନ୍ କାଟୁଥିବାର ଲୁକକଁର ଲାଗି ଜାଡ୍ ଆହୁରି ବେଶୀ ସମସ୍ୟା ବଢେଇଦେଇଛେ । ଇମାନକୁଁ ଆଶ୍ରା ଦେବାର ସାଙ୍ଗେ ଥଇଥାନ୍ କରବାର ଲାଗି ଜିଲ୍ଲା ପ୍ରଶାସନ ଦାୟିତ୍ୱ ହାତକେ ନେଇଛନ୍ ।

ଇମାନୁକଁ ସହଯ୍ଧେଜ୍ଞ ଯୁଗେଇଦେବାର ଲାଗି ପ୍ରଶାସନ ଆଡୁ ଗୁଟେ ହ୍ୱାଟସପ୍ ନମ୍ବର ଭିଲ୍ ଲାଗୁ କରାଯାଇଛେ । ଜିଲ୍ଲାପାଳ ଶୁଭମ୍ ସକ୍‌ସେନାକଁର ଅଧ୍ୟକ୍ଷତାନେ ହେଇଥିବାର ବୈଠକନେ ଇ ସବୁ ଉପରେ ଆଲୋଚନା କରାଯାଇଛେ । ସମ୍ବଲପୁର ସହରନେ ଭଟାନେ ବୁଲୁଥିବାର ଲୁକକୁଁ ଆଶ୍ରୟ ଦେବାର ଲାଗି ନିର୍ଦ୍ଦେଶ ଦେଇଛନ୍ ଜିଲ୍ଲାପାଳ । ଇଥର ଲାଗି ଗୁଟେ ସ୍ପସାଲ ସ୍କ୍ୱାର୍ଡ ଭିଲ୍ ବନାଯାରଇଛେ, ଯେନଟା ରାତିର ୯ ବଜାନୁ ରାତିର ୧୨ ବଜାତ୍ କାମ୍ କରବେ ସ୍କ୍ୱାର୍ଡର ସଦସ୍ୟ । ଭିନ୍ ଭିନ୍ ଜାଗା ଯେନ୍ତା, ବସଷ୍ଟାଣ୍ଡ, ରେଲେଓ ଷ୍ଟେସନ୍‌, ରାସ୍ତା ତରା ମାନକେ ବୁଲି ବୁଲି ଏନ୍ତା ନିରାଶ୍ରୟ ଲୁକକୁଁ ଖୁଜିକରି ତାକୁଁ ଥଇଥାନ୍ କରାଯିବା । ଇମାନକଁର ଖାଏବାର ଆରୁ ଶୁଇବାର ବେବସ୍ଥା କରାଯିବା ।

ଇ ସବୁ କାମ୍ ଲାଗି ଭିନ୍ ଭିନ୍ ଏନଜିଓ ସଂସ୍ଥା, ଆଶା, ଅଙ୍ଗନୱାଡି କର୍ମୀକୁଁ ଦାୟିତ୍ୱ ଦିଆଯାଇଛେ । ଇମାନକଁର ସାହାଜନେ ଇ ସବୁ ନିରାଶ୍ରୟ ଲୁକକୁଁ ଥଇଥାନ୍ କରାଯିବା । ଲାଗୁ ହେଇଥିବାର ହ୍ୱାଟସପ୍ ନମ୍ବରନେ କେନସି ଅସହାୟ ଲୁକକଁର ବାବଦେ ତଥ୍ୟ ଦେଲେ ପ୍ରଶାସନ ଆଡୁ ସେମାନକୁଁ ସୁବିଧା ଯୁଗେଇ ଦିଆଯିବା । ଇ ନେଇକରି ସାଧାରଣ ଲୁକକୁଁ ପ୍ରଶାସନ୍ ଆଡୁ ନିବେଦନ୍ କରାଯାଇଛେ । ଅସହାୟ ଲୁକଚୁୁଁ ଥଇଥାନ୍ କରବାର ଲାଗି ବୁର୍ଲା ଟେକ୍ସି ଷ୍ଟାଣ୍ଡ, ହୀରାକୁଦ୍ ପୁରନା ଏନ୍‌ଏସି କୁଠା, ସମ୍ବଲପୁର ଡିଏଚ୍‌ଏଚ୍ ଆରୁ ବଡବଜାରନେ ଖୁଲାଯାଇଥିବାର ଆଶ୍ରୟସ୍ଥଲ ଆରୁ ଗୁଲାବନ୍ଧ ଓପନ୍‌ସେଲ୍ଟରନେ ଥଇଥାନ୍ ଲାଗି ବେସ୍ଥା କରାଯାଇଛେ । ଜାଡ୍‌ନୁ ରକ୍ଷା କରବାର ସାଙ୍ଗେ କରୋନା ଯେନ୍ତା ବଢବା ହେତାର ଉପରେ ଭିଲ୍ ଗୁରୁତ୍ୱ ଦିଆଯାଉଛେ ।

Leave A Reply

Your email address will not be published.