ବଜେଟ୍ ଆଘୋନୁ ସର୍ବଦଳିୟ ବୈଠକ

ବୈଠକନେ ନୂଆଁ କୃଷି ଆଇନ୍ ପ୍ରସଙ୍ଗନେ ପ୍ରତିକ୍ରିୟା ରଖଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ବଜେଟ୍ ଅଧିବେଶନ୍ ଆଘୋନୁ ସର୍ବଦଳୀୟ ବୈଠକ ଡକେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଠିକ୍ ହିସାବେ ଯେନ୍ତା ବଜେଟ୍ ଅଧିବେଶନ୍ ଚାଲବା ସେନେଇକରି ବୈଠକନେ ଆଲୋଚନା କରାଯାଇଛେ । ଅନଲାଇନ୍‌ନେ ପ୍ରଧାନମନ୍ତ୍ରୀ, ରାଜନାଥ ସିଂ, ସଂସଦୀୟ ମନ୍ତ୍ରୀ ଅର୍ଜୁନ୍ ମେଘୱାଲ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିକଁର ସାଙ୍ଗେ ଦୁଶରା ଦଲର ପ୍ରମୁଖ ନେତା ମାନେ ଯୋଗ ଦେଇଥିଲେ ବୈଠକନେ । ସେଆଡେ ବୈଠକ ହେବାର ଆଘୋନୁ ପ୍ରଧାନମନ୍ତ୍ରୀ ନୂଆଁ କୃଷି ଆଇନକେ ନେଇକରି ବଡ୍ ବୟାନ୍ ଦେଇଛନ୍ । ସେ କହିଛନ୍ ଯେ, କୃଷି ଆଇନକେ ନେଇକରି ସରକାରକଁର ପ୍ରସ୍ତାବ ଇହାଦେ ଭିଲ୍ ସମାନ୍ ହି ରହିଛେ । ନୂଆଁ ଆଇନକେ ନେଇକରି ଚାଷୀକଁର ଯାହା ବି ସମସ୍ୟା ରହିଛେ ସେ ବାବଦେ ଆଲୋଚନା କରିକିନା ସମାଧାନ୍ କରାଯିବା । ସମସ୍ତକୁଁ ଦେଶର ସ୍ୱାର୍ଥ ବାବଦେ ଚିନ୍ତା କରବାର କଥା ବଲି ମୋଦି ଆଲୋଚନାନେ କହିଛନ୍ । ନରେନ୍ଦ୍ର ସିଂ ତୋମାର କୃଷକମାନକୁଁ ଯାହା କହିଥିଲେ ସେ କଥା ଆରଥରେ କହେବାର ଲାଗି ଚାହୁଁଛେ ବଲି କହିଛନ୍ ପ୍ରଧାନମନ୍ତ୍ରୀ । ‘ଆମେ ପୂରା ସହମତିନେ ନାଇଁ ପୁହୁଞ୍ଚିବାର, ହେଲେ କୃଷକ ସଂଗଠନ୍ ମାନକୁଁ ପ୍ରସ୍ତାବ ଦେଉଁଛୁ ଯେ ଇତାର ବାବଦେ ଆଲୋଚନା କରାଯାଉ । କୃଷକ ଆର ମୋର ଭିତରେ ଆଲୋଚନା ନେଇକରି ଗୁଟେ ଫୋନ୍ କଲର ଦୂରତା ହିଁ ରହିଛେ ।’

Leave A Reply

Your email address will not be published.