ପେଟ୍ରୋଲ ୯୦ କେ ଡିଜେଲ୍‌ ୮୦

ଲୋକ ମାନକଁର୍‌ ଚିନ୍ତା ବଢଉଛେ ପେଟ୍ରୋଲ୍‌ ଆର୍‌ ଡିଜେଲ୍‌ ଦାମ୍‌

0

ପେଟ୍ରୋଲ୍‌ ଆର୍‌ ଡିଜେଲ୍‌ ର ଦାମ୍‌ ବଢବାର୍‌ ଟା ଇହାଦେ ଲୁକକଁର୍‌ ମୁଡବଥା ବିଷୟ ହେଇଛେ । ବିଶ୍ୱ ତେଲ୍‌ ବଜାର୍‌ନେ ବଢବାର୍‌ କେ ଲାଗିଛେ ପେଟ୍ରୋଲ୍‌ ଆର ଡିଜେଲ୍‌ ଦାମ୍‌ । ଅନ୍ତରାଷ୍ଟ୍ରିୟ ବଜାର୍‌ ନୁ ଧରିକରି ଘରୋଇ ବଜାର୍‌ନେ ଭିଲ୍‌ ଦାମ୍‌ ବଢବାର୍‌ କେ ଲାଗିଛେ । ନୁଆ ଦିଲ୍ଲୀ ଆର୍‌ ମୁମ୍ବାଇ ନେ ରବିବାର୍‌ ଦିନ ପେଟ୍ରୋଲ୍‌ ଆର୍‌ ଡିଜେଲ୍‌ ର୍‌ ଦାମ୍‌ ଆକାଶ୍‌ ଛୁଇଁଛେ । ନୁଆ ଦିଲ୍ଲୀନେ ପେଟ୍ରୋଲ୍‌ ର ଦାମ୍‌ ଲିଟର୍‌ ପିଛା ୮୩ ଟକାଁ ୪୧ ପଏସା ଆର୍‌ ଡିଜେଲ୍‌ ୭୩ ଟକାଁ ୬୧ ପଏସା ହେଇଛେ । ମାୟାନଗରୀ ମୁମ୍ବାଇନେ ଭିଲ୍‌ ପେଟ୍ରୋଲ୍‌ ଲିଟର୍‌ ପିଛା ୯୦ଟକାଁ ଆର୍‌ ଡିଜେଲ୍‌ ୮୦ଟକାଁ୨୩ ପଏସା କେ ବଢିଯାଇଛେ ।

 

୨୦୧୮ ସେପ୍ଟେମ୍ବର ଉତାରୁ ପେଟ୍ରୋଲ୍‌ ର ଦାମ୍‌ ପହେଲା ଥର୍‌ ଲାଗି ଏତ୍‌କି ବଢିଛେ । ଆମର୍‌ ଦେଶ୍‌ନେ ପେଟ୍ରୋଲ୍‌ ଆର୍‌ ଡିଜେଲ୍‌ ଦାମ୍‌ ୧୪ ଥର୍‌ ବଢବାର୍‌ଟା ଜନାପଡିଛେ । ସେନ୍ତା ଆମର୍‌ ରାଏଜ୍‌ ଓଡିଶାନେ ବି ପେଟ୍ରୋଲ୍‌ ଦାମ୍‌ ୨୯ ପଏସା ଆର୍‌ ଡିଜେଲ୍‌ ଦାମ୍‌ ୩୨ ପଏସା ବଢିଛେ । ରାଜଧାନୀ ଭୁବନେଶ୍ୱର୍‌ନେ ପେଟ୍ରୋଲ୍‌ ଦାମ୍‌ ଲିଟର୍‌ ପିଛା ୮୪ ଟକାଁ ୦୫ପଏସା ଆର୍‌ ଡିଜେଲ୍‌ ଲିଟର୍‌ ପିଛା ୮୦ଟକାଁ ୧୯ ପଏସା ହେଇଛେ । ଇତାର୍‌ ଆଗରୁ ଭୁବନେଶ୍ୱର୍‌ ନେ ପେଟ୍ରୋଲ୍‌ ଲିଟର୍‌ ପିଛା ୮୨ ଟକାଁ ୮୯ ପଏସା ଥିଲା । ଇ ପ୍ରକାରେ ପେଟ୍ରୋଲ୍‌ ର ଦାମ୍‌ ବଢୁଥବାର୍‌ ନୁ ଦେଶ୍‌ର୍‌ ଲୋକ୍‌ ମାନକଁର୍‌ ଚିନ୍ତା ବଢିଯାଇଛେ ।

Leave A Reply

Your email address will not be published.