ପିଚ୍‌ ଲାଗି ହୋ-ବମ୍‌

0

ଅହମଦାବାଦ୍ ଠାନେ ବିଶ୍ୱର୍ ସବୁନୁ ବଡ୍ କ୍ରିକେଟ୍ ଷ୍ଟାଡିୟମ୍ । ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ । ସେନେ ହେଇଥିଲା ଭାରତ ଆର୍ ଇଂଲଣ୍ଡ ଭିତ୍‌ରେ ଟେଷ୍ଟ୍ ସିରିଜ୍‌ର ୩ ନମ୍ବର୍ ମ୍ୟାଚ୍ । ଡେ-ନାଇଟ୍ ମ୍ୟାଚ୍‌, ହେଥର୍ ଲାଗି ଖେଲା ଯାଇଥିଲା ପିଙ୍କ୍ ବଲ୍‌ନେ । ସଭେ ଆଶ୍ କରିଥିଲେ ଯେ ଯେହେତୁ ଭାରତ ଆର ଇଂଲଣ୍ଡ ଦୁହିଟା ଯାକର୍ ଦଲ୍ ଏକ୍‌ଦମ୍ ବରକସ୍ ଅଛନ୍ ଆର୍ ଦୁହେ ଦୁହି ଲୁକ୍‌କୁ ଗୁଟେ ଗୁଟେ ମ୍ୟାଚ୍ ହରେଇସାରିଛନ୍ ତ ଇ ମ୍ୟାଚ୍‌ନେ ଜୋର୍‌ଦାର୍ ଲଢେଇ ହେବା ଆର୍ ଲୁକେ ୫ ଦିନ୍ ତକ୍ ମ୍ୟାଚ୍ ଦେଖ୍‌ବେ । ବାକି ଲୋକ୍ ମାନ୍‌କର୍ ଆଶାଟା ଆଶାନେ ଏକା ରହିଗଲା ।

୫ ଦିନ୍ କାଣା ମ୍ୟାଚ୍ ହେବା, ପୁରା ଦୁଇ ଦିନ୍ ବି ନାଇଁ ଚାଲ୍‌ଲା ଟେଷ୍ଟ୍ ମ୍ୟାଚ୍ ଆର୍ ଭାରତ ସେଟାକେ ୧୦ ୱିକେଟ୍‌ନେ ଜିତିଗଲା । ସବୁ ମିଶେଇକରି ୩୦ ଟା ୱିକେଟ୍ ଗଲା ଆର୍ ସେନୁ ସ୍ପିନର୍ ନେଲେ ୨୮ଟା । ସେ ସମିଆ ଭିତରେ ୮୫୦ନୁ କମ୍ ବଲ୍‌ଥି ଫଏସଲା ହେଇଗଲା । ଇ ସବୁକେ ନେଇକରି ଇହାଦେ ସାରା କ୍ରିକେଟ୍ ଦୁନିଆଁନେ ଚର୍ଚ୍ଚା । କିଏ ପିଚ୍‌କେ ଦୋଷ୍ ଦେଉଛେ ତ କିଏ ବଲ୍ କେ ତ ଆର୍ କିଏ ଖେଲାଲୀ ମାନକର୍ ଦୋଷ ବଲିକରି କହୁଛନ୍ ।

ଭାରତର୍ ମହାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର୍‌କଁର କହେବାର୍ ହିସାବେ ପିଙ୍କ୍ ବଲ୍ କି ପିଚ୍‌କେ ଦୋଷ୍ ଦିଆଯାଇ ନାଇଁପାରେ । ପିଚ୍‌ନେ କେହେନ୍‌ସି ହିସାବେ ଅନ୍‌ଇଭନ୍ ବାଉନ୍ସ ଦେଖ୍‌ବାର୍‌କେ ନାଇଁ ମିଲୁଥାଇ ଆର୍ ହେନ୍ତାବି ଦୁଇପୁର୍ ଲେକର୍ ଥିସି ବଲିକରି ପିଙ୍କ୍‌ବଲ୍ ବେଶୀକରି ସ୍ପିନ୍ ନାଇଁ ବରଂ ସ୍ୱିଙ୍ଗ୍ ହେଇଥିସି । ଆର୍ ଇ ଟେଷ୍ଟ ମ୍ୟାଚ୍ ଏନ୍ତା ଅବସ୍ଥା ହେବାର୍‌ଲାଗି ବ୍ୟାଟ୍ସମ୍ୟାନ୍ ମାନେ ହିଁ ଦାୟୀ ବଲିକରି କହିଛନ୍ । ଇଂଲଣ୍ଡର୍ ଆଘର୍ ସ୍ପିନର୍ ଗ୍ରାଏମ୍ ସ୍ୱାନ୍‌ବି ତାଁକର୍ ବ୍ୟାଟ୍ସମ୍ୟାନ୍ ଅଯଥାନେ ଆଉଟ୍ ହେଇଛନ୍ ବଲିକରି କହିଛନ୍ । ବାକି ନାସିର୍ ହୁସେନ୍ ଆର୍ କେଭିନ୍ ପିଟର୍‌ସନ୍ ଇନେ ପିଚ୍‌ର ଦୋଷ୍ ବାଛିଛନ୍ । ଭାରତର୍ ଚମ୍ପିଆନ୍ ଖିଲାଡି ଯୁବରାଜ ସିଂହ୍‌ବି ଏନ୍ତା ହେବାର୍‌ଟା ଟେଷ୍ଟ କ୍ରିକେଟ୍ ଲାଗି ଭଲ୍ ନୁହେ ବଲିକରି କହିଛନ୍ ।ହେନ୍ତାବି ଏଭେ ସ୍ପିନ୍ ବୋଲିଂକେ ଭଲ୍‌ସେ ଖେଲ୍‌ବାର୍ ବାଗିର୍ ବ୍ୟାଟ୍ସମ୍ୟାନ୍ ମାନକର୍ ବହୁତ୍ କମ୍ ରହିଛେ । ବାକି ସେ ଯାହାବି ହେଉ ଏନ୍ତା ସବୁ ହେବାର୍‌ଟା ଟେଷ୍ଟ୍ କ୍ରିକେଟ୍ ଲାଗି ବିଲ୍‌କୁଲ୍‌ବି ଭଲ୍ ନୁହେ ଆଏ ।

Leave A Reply

Your email address will not be published.