ଟ୍ରମ୍ପକଁର ସମର୍ଥକକଁର ବିକ୍ଷୋଭ୍‌, କ୍ୟାପିଟଲ ଭିତରକେ ପଶିକରି କଲେ ଭଙ୍ଗାରୁଜା

ଦଙ୍ଗା ଘଟନାନେ ଦୁଃଖ ଜନାଲେ ପ୍ରଧାନମନ୍ତ୍ରୀ ମୋଦି, କହେଲେ ଶାନ୍ତି ହିସାବେ କ୍ଷମତା ହସ୍ତାନ୍ତର ହେଉ

0

ଆମେରିକା କ୍ୟାପିଟାଲ ଭିତରକେ ପସିକରି ବିରୋଧ ପ୍ରଦର୍ଶନ୍ କରିଛନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକଁର ସମର୍ଥକ ମାନେ । ଟ୍ରମ୍ପକଁର ହାର୍‌ନେ ରାଗିକରି ତାକଁର ସମର୍ଥକମାନେ ଜବରଦସ୍ତି କ୍ୟାପିଟଲ ଭିତରକେ ଢୁକି ଯାଇଥିଲେ । ଇ ସମିଆଁ ପୁଲିସ ଆରୁ ଟ୍ରମ୍ପ ସମର୍ଥକ ସାମ୍ନାସାମ୍ନି ହେଇଥିଲେ । ପୁଲିସ ଇମାନକୁଁ ଅଟକାବେ ଚେଷ୍ଟା କରିଥିବାର ବେଲକେ ଜନକଁର ମରନ୍ ହେଇଥିବାର ନେଇକରି ଜନାପଡିଛେ ।

ଯାଞ୍ଚ ହେଇନାଇଁ ଥିବାର ଭିଡିଓ ମାନକେ ଦେଖାଯାଉଛେ ଯେ, ପ୍ରତିବାଦନେ ଭାଗ ନେଇକରି କ୍ୟାପଟଲ ଭିତରକେ ଢୁକିଥିବାର ଜନେ ମହିଲାକୁଁ ଗୁଲି ମାଡ୍ ଲାଗିଛେ ଆରୁ ତାକୁଁ ରକ୍ତାତ ଅବସ୍ଥାନେ ମେଡିକାଲ ନିଆଯାଉଛେ । ପଛେ ମହିଲା ସମର୍ଥକକଁର ମେଡିକାଲ୍‌ନେ ଜୀବନ୍ ଯାଇଥିବାର ନେଇକରି ଜନେ ପୁଲିସ ଅଧିକାରୀ କହିଛନ୍ । ସୂଚନା ହିସାବେ ଟ୍ରମ୍ପକଁର ସମର୍ଥକମାନେ ଜୋ ବାଇଡେନ୍‌କଁର ବଦଲେ ରାଷ୍ଟ୍ରପତି ଟ୍ରମ୍ପକୁଁ ବିଜୟୀ କରାଯାଉ ବଲି ଦାବି କରିଥିଲେ ।

ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ସାଂସଦମାନେ ୨୦୨୦ ଆମେରୀକିୟ ନିର୍ବାଚନନେ ରାଷ୍ଟ୍ରପତି- ନିର୍ବାଚିତ ଡେମୋକ୍ରାଟିକ୍ ଜୋ ବାଇଡେନ୍‌କଁର ଜିତ୍‌କେ ଔପଚାରିକ ସ୍ୱୀକୃତି ଦେବାକେ ପ୍ରସ୍ତୁତି କରାଯାଉଥିଲା । ଇ ସମିଆଁନେ ଟ୍ରମ୍ପ ସମର୍ଥକ କ୍ୟାପିଟଲ ଭିତରକେ ଢୁକିକରି ଭଙ୍ଗାରୁଜା କରବାର ସାଙ୍ଗେ ବିକ୍ଷୋଭ କରିଥିଲେ । ସେଆଡେ ଏନ୍ତା ପରିସ୍ଥିତି ବାଦ୍ ୱାସଂଟନ୍‌ନେ ବେଲବୁଡାର ୬ ବଜା ତକ୍ କଫ୍ରୁ୍ୟ ଜାରି କରାଯାଇଥିଲା ।

ରାଷ୍ଟ୍ରପତି ନିର୍ବାଚନକେ ନେଇକରି ଟ୍ରମ୍ପ କରୁଥିବାର ଭିତ୍ତିହୀନ ଦାବି ଆର ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟାଲ୍ ଦଙ୍ଗା ଉତାରୁ ଇହାଦେ ଟ୍ରମ୍ପକଁର ଫେସବୁକ୍ ଆରୁ ଟୁଇଟର୍ ଆକାଉଣ୍ଟ ବ୍ଲକ୍ କରିଦିଆଯାଇଛେ । ଏନ୍ତା ଘଟନା ଉତାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଲ୍ ପ୍ରତିକ୍ରିୟା ରଖିଛନ୍ । ସେ ଏନ୍ତା ଘଟନା ଶୁନିକରି ଦୁଃଖ୍ ଜତାବାର ସାଙ୍ଗେ ଶାନ୍ତିଥି ଦୁହିକଁର ଭିତରେ କ୍ଷମତା ହସ୍ତାନ୍ତର ହେବା ବଲି ଆଶ୍ ରଖିଛନ୍ । ଇନେଇକରି ମୋଦି ଟୁଇଟ୍ କରିଛନ୍ ।

Leave A Reply

Your email address will not be published.